ctc Photograph: (OTV)
କଟକରେ ଇଣ୍ଟରନେଟ୍ ସେବା ବନ୍ଦ। କଟକ ସହରରେ ସୋସିଆଲ୍ ମିଡିଆ ଉପରେ କଟକଣା । ଉତ୍ତେଜନାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସଂଧ୍ୟା ୭ଟା ପର୍ଯ୍ୟନ୍ତ କଟକଣା ଲାଗିଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍ ୨୪ ଘଣ୍ଟା ପାଇଁ ବନ୍ଦ ।CMC, CDA ଓ ବୟାଳିଶି ମୌଜା ଅଞ୍ଚଳ ପାଇଁ କଟକଣା ଲାଗୁ ହୋଇଛି । ଇଣ୍ଟରନେଟ୍ ବାତିଲ୍ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଭସାଣ ଗଣ୍ଡଗୋଳକୁ ନେଇ କଟକରେ ବିଭିନ୍ନ ସଂଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ବଜ୍ରକବାଟି ରୋଡ୍, ଦୋଳମୁଣ୍ଡାଇ ଛକ ଦେଇ ଦରଘାବଜାରରେ ପହଞ୍ଚିଥିଲେ ଆନ୍ଦୋଳନକାରୀ। ରାସ୍ତାରେ ପୋଲିସ ଅଟକାଇବାରୁ ବିଭିନ୍ନ ସଂଗଠନ କର୍ମୀ ବିରୋଧ ପ୍ରଦର୍ଶନ କରିଥିଲେ। ଫଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ତା ସହିତ କଟକ ଡିସିପି, ଦରଘା ବଜାର ଆଇଆଇସିଙ୍କ ସମେତ କିଛି ପୋଲିସ୍ କର୍ମଚାରୀ ଓ କିଛି ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି।... ସେପଟେ କଟକରେ ବିଶୃଙ୍ଖଳାକାରୀଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଗଠନ କଲା ସ୍ପେଶାଲ ଟିମ୍ । ୩ଟି ସ୍ପେଶାଲ ଟିମ୍ ଗଠନ କଲେ ପୋଲିସ କମିଶନର । ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୋଲିସ କମିଶନ ଏସ ଦେବଦତ୍ତ ସିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/05/ctc-2025-10-05-19-44-43.jpg)