Advertisment

Internal Turmoil in BJD Bhadrak: ଭୁଶୁଡିବାରେ ଲାଗିଛି ବିଜେଡ଼ିର ଭଦ୍ରକ ଗଡ଼: ପ୍ରଫୁଲ୍ଲଙ୍କ ଉପରେ ଜୋରଦାର ବର୍ଷିଛନ୍ତି ନବୀନ!

ଭୁଶୁଡିବାରେ ଲାଗିଛି ବିଜେଡ଼ିର ଭଦ୍ରକ ଗଡ଼। ପ୍ରଫୁଲ୍ଲ ସାମଲଙ୍କ ଘରେ ଦଳ ଛାଡିବା ବୈଠକ ନେଇ ଚର୍ଚ୍ଚା। ବିଜେଡି ଓ ଭଦ୍ରକରେ ପ୍ରଫୁଲ୍ଲ ସାମଲଙ୍କୁ ପ୍ରବଳ ବିରୋଧ।

BJD

BJD Photograph: (OTV)

Advertisment

ଭୁଶୁଡିବାରେ ଲାଗିଛି ବିଜେଡ଼ିଭଦ୍ରକ ଗଡ଼। ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ଘରେ ଦଳ ଛାଡିବା ବୈଠକକୁ ନେଇ ଚର୍ଚ୍ଚା। ପ୍ରଫୁଲ୍ଲ ସାମଲଙ୍କୁ ପ୍ରବଳ ବିରୋଧ। ବିଜେଡିର ଏକାଧିକ ବିଧାୟକ ଓ ନେତା ପ୍ରଫୁଲ୍ଲଙ୍କୁ ବିରୋଧ କରୁଛନ୍ତି। ଚର୍ଚ୍ଚା ହେଉଛି ଭଦ୍ରକର ୪ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡିବା ପଛରେ ପ୍ରଫୁଲ୍ଲ ଅଛନ୍ତି। 

Advertisment

ଯେଉଁଥିପାଇଁ ନବୀନ (Naveen Patnaik) ସବୁ ଭଦ୍ରକ ନେତାଙ୍କୁ ଡାକି ତର୍ଜମା କରିଛନ୍ତି। ପ୍ରଫୁଲ୍ଲଙ୍କ ଉପରେ ନବୀନ ଜୋରଦାର ବର୍ଷି ଥିବା ନେଇ କୁହାଯାଉଛି। ପ୍ରଫୁଲ୍ଲଙ୍କ ଇଙ୍ଗିତରେ ତାଙ୍କ ପୁଅ କୁଆଡେ ଭଦ୍ରକ ସଂଗଠନରେ ଘଳିଆ ପକାଉଥିବା ଦଳ ଭିତରେ ଚର୍ଚ୍ଚା ହେଉଛି। 

ସେପଟେ ନବୀନ ନୀବାସରୁ ଫେରି ଦଳ ଛାଡିବେ ନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି। କିନ୍ତୁ ଭଣ୍ଡାରି ପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଭଦ୍ରକ ଜିଲ୍ଲା ସଂଗଠନକୁ ସୁଦୃଢ ଦାୟିତ୍ବ ପ୍ରଫୁଲ୍ଲଙ୍କ ଉପରେ ନବୀନ ବାବୁ ନ୍ୟସ୍ତ କରିଛନ୍ତି କହି ପରୋକ୍ଷରେ ଟାର୍ଗେଟ କରିଛନ୍ତି।

Advertisment

ଭଦ୍ରକ ଜିଲ୍ଲାରେ ଇସ୍ତଫା ଦେଲେଣି ୪ ବ୍ଲକ୍ ଅଧ୍ୟକ୍ଷ। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ଭଦ୍ରକ ଜିଲ୍ଲାର ୩ ବ୍ଲକ ଅଧ୍ୟକ୍ଷ ଇସ୍ତଫା ଦେଇଥିଲେ। ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ଓ ଭଣ୍ଡାରିପୋଖରୀ ବ୍ଲକ୍ ଅଧ୍ୟକ୍ଷା ସୁମତୀ ସେଠୀ ବିଜେଡିରୁ ଇସ୍ତଫା ଦେଇଥିଲେ।

ଭିଡିଓ ଦେଖନ୍ତୁ:

•    ପୁଅ ଭାଙ୍ଗୁଛି, ବାପା ଯୋଡ଼ିବ!
•    ଭୁଶୁଡିବାରେ ଲାଗିଛି ବିଜେଡ଼ିର ଭଦ୍ରକ ଗଡ଼
•    ପ୍ରଫୁଲ୍ଲ ସାମଲଙ୍କ ଘରେ ଦଳ ଛାଡିବା ବୈଠକ ନେଇ ଚର୍ଚ୍ଚା
•    ବିଜେଡି ଓ ଭଦ୍ରକରେ ପ୍ରଫୁଲ୍ଲ ସାମଲଙ୍କୁ ପ୍ରବଳ ବିରୋଧ
•    ପ୍ରଫୁଲ୍ଲଙ୍କ ବିରୋଧରେ ବିଜେଡିର ଏକାଧିକ ବିଧାୟକ ଓ ନେତା
•    ୪ ବ୍ଲକ୍ ଅଧ୍ୟକ୍ଷ ଦଳ ଛାଡିବା ପଛରେ ପ୍ରଫୁଲ୍ଲ ଥିବା ଚର୍ଚ୍ଚା
•    ଭଦ୍ରକ ନେତାଙ୍କୁ ଡାକି ନବୀନଙ୍କ ତର୍ଜମା
•    ପ୍ରଫୁଲ୍ଲଙ୍କ ଉପରେ ନବୀନ ଜୋରଦାର ବର୍ଷି ଥିବା ଚର୍ଚ୍ଚା
•    ଭଦ୍ରକ ବିଜେଡି ଦେଖାଦେଇଛି ଘଳିଆ
•    ଜିଲ୍ଲାରେ ଇସ୍ତଫା ଦେଲେଣି ୪ ବ୍ଲକ୍ ଅଧ୍ୟକ୍ଷ
•    ବାସୁଦେବପୁର, ବନ୍ତ, ଭଦ୍ରକ ଓ ଭଣ୍ଡାରୀପୋଖରୀ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା

Advertisment
Naveen Patnaik BJD
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ