Advertisment

Jajpur: ଜଣଙ୍କ ବଦଳରେ ଅନ୍ୟ ଜଣେ ଶିଶୁକୁ ଇଞ୍ଜେକସନ୍ !

ଯାଜପୁର ମୁଖ୍ୟ ହସ୍ପିଟାଲରେ ଜଣଙ୍କ ବଦଳରେ ଅନ୍ୟ ଜଣେ ଶିଶୁକୁ ଇଞ୍ଜେକସନ୍ ଦିଆଯାଇଛି। ନାଁକୁ ନେଇ ଦ୍ବନ୍ଦ୍ବ ଦେଖାଦେବାରୁ ଭୁଲ୍ ଇଞ୍ଜେକ୍ସନ ଦିଆ ଯାଇଥିବା ଅଭିଯୋଗ ହୋଇଛି।

jajpur

jajpur Photograph: (OTV)

Advertisment

ନାଁକୁ ନେଇ ଦ୍ବନ୍ଦ୍ବ ଦେଖାଦେବାରୁ ଶିଶୁକୁ ଭୁଲ୍ ଇଞ୍ଜେକ୍ସନ ଅଭିଯୋଗ। ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଏଭଳି ଅଭିଯୋଗ ଆସିଛି। ଯାଜପୁରଜିଲ୍ଲାର ଦଶରଥପୁର ନୀଳକଣ୍ଠପୁର ଅଞ୍ଚଳର ପରେଶ୍ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶିଶୁ ପୁତ୍ରକୁ ଜ୍ବର ଓ ଥଣ୍ଡା ହୋଇଥିବା କାରଣରୁ ମେଡିକାଲକୁ ଆଣିଥିଲେ । ତାଙ୍କ ପୁତ୍ର ରିୟାଂଶ ମଲ୍ଲିକ ହୋଇଥିବା ବେଳେ ତାଙ୍କ ପାଖରେ ରିହାନ ଖାନ ନାମରେ ଆଉ ନିମୋନିଆରେ ପୀଡ଼ିତ ଆଉ ଜଣେ ଶିଶୁ ହୋଇ ଚିକିତ୍ସିତ ହେଉଥିଲେ । 
ସକାଳୁ ନର୍ସ ଇଞ୍ଜେକସନ ଦେବା ପରେ ଅନ୍ୟ ଜଣକ ଚିଠା ଆଣି ଧରେଇଥିଲେ। ତେଣୁ ଯେଉଁ ଇଞ୍ଜେକ୍ସନ ରିହାନକୁ ଦେବା କଥା ତାହା ରିୟାଂଶକୁ ଦେଇଥିବା ସେ ଅଭିଯୋଗ କରିଛନ୍ତି। ପୁଅର କିଛି ହେଲେ ମେଡିକାଲ ଦାୟୀ ରହିବ ବୋଲି ଶିଶୁର ବାପା କହିଛନ୍ତି। ତେବେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ନାମ ଭୁଲ ହୋଇଛି, କିନ୍ତୁ ଔଷଧ ଠିକ୍ ଅଛି। ପିଲା ବି ସୁସ୍ଥ ଅଛି ବୋଲି ସେ କହିଛନ୍ତି। 

Advertisment

ଅଧିକ ଦେଖନ୍ତୁ:

Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ