Advertisment

‘ପୁଅକୁ ହରାଇ ଭାଙ୍ଗି ପଡ଼ିଛୁ’

ବାଲିଗୁଡ଼ା/ରାଇରଙ୍ଗପୁର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଏହି ୨ ଓଡ଼ିଆ ନିଜ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛନ୍ତି। ସହିଦ ୨ ଓଡ଼ିଆ ଯବାନ ହେଲେ- ନନ୍ଦୁରାମ ସୋରେନ୍‌ ଓ ଚନ୍ଦ୍ରକାନ୍ତ ପ୍ରଧାନ। ପୁଅ ସହିଦ ହୋଇଥିବା ଖବର ପାଇ ୨ ଯବାନଙ୍କ ପରିବାର ପୂରାପୂରି ଭାଙ୍ଗି ପଡ଼ିଛନ୍ତି। ନନ୍ଦୁରାମ‌ଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର […]

‘ପୁଅକୁ ହରାଇ ଭାଙ୍ଗି ପଡ଼ିଛୁ’

odisha

Advertisment

ବାଲିଗୁଡ଼ା/ରାଇରଙ୍ଗପୁର: ଲଦାଖର ଗଲ୍‌ଓ୍ୱାନ୍‌ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଏହି ୨ ଓଡ଼ିଆ ନିଜ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଛନ୍ତି। ସହିଦ ୨ ଓଡ଼ିଆ ଯବାନ ହେଲେ- ନନ୍ଦୁରାମ ସୋରେନ୍‌ ଓ ଚନ୍ଦ୍ରକାନ୍ତ ପ୍ରଧାନ। ପୁଅ ସହିଦ ହୋଇଥିବା ଖବର ପାଇ ୨ ଯବାନଙ୍କ ପରିବାର ପୂରାପୂରି ଭାଙ୍ଗି ପଡ଼ିଛନ୍ତି।

Advertisment

ନନ୍ଦୁରାମ‌ଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଚମ୍ପାରଦା ଗାଁରେ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮)।

ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ ଚନ୍ଦ୍ରକାନ୍ତ। ତାଙ୍କ ବିୟୋଗରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି ବାପା-ମା’ଙ୍କ ଉପରେ।  କୋହଭରା କଣ୍ଠରେ ଚନ୍ଦ୍ରକାନ୍ତଙ୍କ ବାପା କହିଛନ୍ତି, ‘ଚନ୍ଦ୍ରକାନ୍ତ ମୋର ବଡ଼ ପୁଅ। ସେ ଏକମାତ୍ର ରୋଜଗାରିଆ ଥିଲା। ପୁଅକୁ ହରାଇ ଆମେ ବାପାମାଆ ଦୁହେଁ ଭାଙ୍ଗି ପଡ଼ିଛୁ। କାଲି ସନ୍ଧ୍ୟା ବେଳେ ପୁଅ ସହିଦ ହୋଇଥିବା ଖବର ପାଇଲୁ।’

Advertisment

ସେହିପରି କାନ୍ଦି କାନ୍ଦି ଚନ୍ଦ୍ରକାନ୍ତଙ୍କ ଭଉଣୀ କହିଛନ୍ତି, ‘ମୋ ଭାଇ ଦେଶ ପାଇଁ ଜୀବନ ଦେଇଛନ୍ତି। ସେ ହିଁ ଆମର ବାପା, ଭାଇ ଥିଲା। ସେ ସବୁ ସମସ୍ୟାର ସମାଧାନ କରିପାରୁଥିଲେ।’

୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ।

Advertisment

ଆହୁରି ମଧ୍ୟ ପଢ଼ନ୍ତୁ: ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ