Advertisment

କରୋନା କାହାର ଜୀବିକା ହରାଇ ନେଇଛି ତ କାହାକୁ ସ୍ୱାବଲମ୍ବୀ ହେବାର ରାସ୍ତା ବତାଇଦେଇଛି

ରଞ୍ଜନ କହିଛନ୍ତି ଯେ, କରୋନା ସମୟରେ ଆମକୁ କମ୍ପାନୀ କାମ ଦେଲା ନାହିଁ। ନିଜ ଗାଁକୁ ଫେରିଯିବାକୁ କହିଲା କମ୍ପାନୀ। ଗାଁରେ ୩ ମାସ ରହିବା ପରେ ଅନେକ ପିଲା ଗାଁରେ ଆସି ପହଂଚିଥିଲେ

କରୋନା କାହାର ଜୀବିକା ହରାଇ ନେଇଛି ତ କାହାକୁ ସ୍ୱାବଲମ୍ବୀ ହେବାର ରାସ୍ତା ବତାଇଦେଇଛି

kendrapada

Advertisment
  • ପଟ୍ଟାମୁଣ୍ଡାଇର ରଞ୍ଜନ ସାହୁ ସ୍ୱାବଲମ୍ବୀ ହେବାର କାହାଣୀ
  • ଲକଡାଉନ ବେଳେ ଚାକିରି ହରାଇବା ପରେ ଖୋଲିଥିଲେ ଟେକ୍ସଟାଇଲ୍ କମ୍ପାନୀ
  • ଗାଁରେ ୫୦ରୁ ଅଧିକ ଲୋକଙ୍କୁ କରିଛନ୍ତି ରୋଜଗାରକ୍ଷମ
Advertisment

ପଟ୍ଟମୁଣ୍ଡାଇ(ପ୍ରବୀର ନାୟକ): କରୋନା ପ୍ରଥମ ଫେଜ୍ ଲକଡାଉନ ସମୟରେ ଚାକିରି ହରାଇ ବସିଥିଲେ ଅନେକ ଯୁବକ। ବେଙ୍ଗଲୁରୁରେ କାମ କରୁଥିବା ବେଳେ କମ୍ପାନୀ ବନ୍ଦ ହୋଇଯାଇଥିଲା। ଅନ୍ୟ କିଛି ଉପାୟ ନପାଇ ଗାଁକୁ ଫେରିଆସିଥିଲେ। ଗାଁକୁ ଆସି ନିଜର ଏକ ଟେକ୍ସଟାଇଲ୍ କମ୍ପାନୀ ଖୋଲି ୫୦ରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିଛନ୍ତି।

ହଲରେ ଲମ୍ବା ଲାଇନରେ ପଡିଛି ମେସିନ୍। କିଏ ସାର୍ଟରେ ବଟମ୍ ଲଗାଉଛି ତ କିଏ ଡ୍ରେସ୍ ତିଆରି କରୁଛି। ଅତ୍ୟାଧୁନିକ ମେସିନରେ ଡ୍ରେସ୍ ତିଆରି କରୁଥିବା ଅନେକ ମହିଳାଙ୍କୁ ରୋଜଗାର ଦେଇଥିବା ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜନ କୁମାର ସାହୁ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୁଣ୍ଠି ଗାଁରେ ରୁହନ୍ତି ରଞ୍ଜନ। ବୟସ ୩୬ ହେଲାଣି। ରଞ୍ଜନ ବେଙ୍ଗାଲୁରୁରେ ଚାକିରି କରୁଥିଲେ। ଲକଡାଉନ ସମୟରେ ସେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଗଲା। ଗାଁକୁ ଫେରି ନିଜର ଗୋଟେ ଟେକ୍ସଟାଇଲ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କଲେ ରଞ୍ଜନ। ସାଙ୍ଗ ସାଥୀଙ୍କ ସହଯୋଗରେ ସେ କମ୍ପାନୀ ପ୍ରତିଷ୍ଠା କଲେ। ବର୍ତ୍ତମାନ ସମୟରୁ ଅନ୍ୟ ରାଜ୍ୟରୁ କଞ୍ଚାମାଲ ଆଣି ସ୍ଥାନୀୟ ଯୁବକ ଯୁବତୀଙ୍କ ସହାୟତାରେ ଡ୍ରେସ୍ ତିଆରି କରି ଏବେ ବିକ୍ରି କରୁଛନ୍ତିିି ରଞ୍ଜନ।

Advertisment

ରଞ୍ଜନ କହିଛନ୍ତି ଯେ, କରୋନା ସମୟରେ ଆମକୁ କମ୍ପାନୀ କାମ ଦେଲା ନାହିଁ। ନିଜ ଗାଁକୁ ଫେରିଯିବାକୁ କହିଲା।ଗାଁରେ ୩ ମାସ ରହିବା ପରେ ଅନେକ ପିଲା ଗାଁରେ ଆସି ପହଂଚିଥିଲେ। ତେବେ ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ମୁଁ ଏବେ ନିଜସ୍ୱ ଏକ କମ୍ପାନୀ କରିବା ସହ ଅନେକଙ୍କୁ ରୋଜଗାର ଦେଇପାରିଥିବାରୁ ବେଶ୍‌ ଖୁସି ଅଛି ବୋଲି ରଞ୍ଜନ କହିଛନ୍ତି।

ନିଜର ଟେକ୍ସଟାଇଲ୍‌ କମ୍ପାନୀରେ ରଞ୍ଜନ ବାହାର ରାଜ୍ୟକୁ ଦାଦନ ଖଟି ଫେରିଥିବା ୫୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଥମେ କଲିକତାରୁ ୩ ଜଣ ପ୍ରଶିକ୍ଷକଙ୍କୁ ଆଣି ଯୁବତୀ ମାନଙ୍କୁ କପଡା ପ୍ରସ୍ତୁତ କରିବାର ପ୍ରଶିକ୍ଷଣ ଦିଆଯାଇଥିଲା। ଏବେ ସେହି ପ୍ରଶିକ୍ଷଣ ଆଧାରରେ ଭେରାଇଟି ଡ୍ରେସ୍ ପ୍ରସ୍ତୁତ କରୁଛନ୍ତି ମହିଳା। ସେପଟେ ବାହାର ରାଜ୍ୟକୁ ନଯାଇ ଘର ପାଖରେ ରହି ରୋଜଗାରକ୍ଷମ ହୋଇପାରୁଥିବାରୁ ବେଶ୍ ଖୁସି ଅଛନ୍ତି ଏହି ଟେକ୍ସଟାଇଲ୍ କମ୍ପାନୀରେ କାମ କରୁଥିବା କର୍ମଚାରୀ। କରୋନା ଯେ କେବଳ ଜୀବନ ଜୀବିକା ନେଇଛି ତାହା ନୁହେଁ ବିପରୀତ ପରିସ୍ଥିତିରେ ଅଣ୍ଟା ଭିଡି ଠିଆ ହେବା ଶିଖେଇଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ରଞ୍ଜନ ସାହୁ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ