Advertisment

Administration Action On Sand Mafia: ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ନିର୍ଦେଶ

ସାବାଡ ହେବେ ବାଲି ମାଫିଆ। ଜଗତସିଂହପୁରରେ ଚୋରା ବାଲି ଜବତ ହେବା ଘଟଣା। ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ। ଆସନ୍ତା ୧୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ। ଜିଲା ଅଢଙ୍ଗ ମଜୁରାଇ ଗାଁରେ ଜବତ ହୋଇଥିଲା ବାଲି।

Administration Action On Sand Mafia

ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ Photograph: (OTV)

Advertisment

ଜଗତସିଂହପୁର ଜିଲା ଅଢଙ୍ଗ ମଜୁରାଇ ଗାଁରେ ଗଛିତ ଥିବା ଦୁଇଶହ ଟ୍ରିପ ଚୋରା ବାଲି ଜବତ ହେବା ଘଟଣା ରେ ଜଣେ ବାଲି ମାଫିଆଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି । ଆସନ୍ତା ୧୦ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏର୍ଥି ସହ ସହ ଉଚିତ ପ୍ରମାଣ ଦେଇ ନପାରିଲେ ସମସ୍ତ ବାଲି ପ୍ରଶାସନ ପକ୍ଷରୁ ନିଲାମ କରିଦିଆଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । 

Advertisment

ଗତ ୫ ତାରିଖ ରାତିରେ ଖବର ପାଇ ଅଢଙ୍ଗ ମଜୁରାଇ ଗାଁରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ନେତୃତ୍ବରେ ଏକ ଟିମ ପହଁଚି ବେଆଇନ ଭାବରେ ଦୁଇଟି ସ୍ଥାନରେ ଗଛିତ ଥିବା ବାଲିକୁ ଜବତ କରାଯାଇଥିଲା । ଜିଲାର ବିଭିନ୍ନ ବାଲି ଘାଟରେ ବେଆଇନ ଭାବରେ ବାଲି ଚୋରା ଚାଲାଣ କରାଯାଉଥିବା ସହ କେତେକ ସ୍ଥାନରେ ବାଲି ଗଛିତ ରଖି କିଛି ବାଲି ମାଫିଆ ତାକୁ ଚଢା ଦର ରେ ବିକ୍ରି କରୁଥିବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।

  • ସାବାଡ ହେବେ ବାଲି ମାଫିଆ
  • ଜଗତସିଂହପୁରରେ ଚୋରା ବାଲି ଜବତ ହେବା ଘଟଣା
  • ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ
  • ଆସନ୍ତା ୧୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ
  • ଜିଲା ଅଢଙ୍ଗ ମଜୁରାଇ ଗାଁରେ ଜବତ ହୋଇଥିଲା ବାଲି
  • ଦୁଇଶହ ଟ୍ରିପ ଚୋରା ବାଲି ଜବତ ହୋଇଥିଲା
  • ବିଭିନ୍ନ ବାଲି ଘାଟରେ ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗ
  • ବାଲି ଗଛିତ ରଖି ଚଢା ଦରରେ ବିକୁଥିବା ଅଭିଯୋଗ
  • ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ
Advertisment
Jagatsinghpur Sand Mafia Sand Mafia In Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ