Puri-Illegal-Construction Photograph: (OTV)
ଶ୍ରୀକ୍ଷେତ୍ରରେ ଛତୁ ଫୁଟିଲା ଭଳି ବେଆଇନ କୋଠା ନିର୍ମାଣ । କୋଉଠି ୪ ତାଲା ତ କୋଉଠି ୬ ତାଲା । ବିନା ଆପ୍ରୁଭାଲରେ, ସିଆରଜେଡ୍ ଉଲ୍ଲଙ୍ଘନରେ ଛିଡା ହେଉଛି ବିଶାଳକାୟ ହୋଟେଲ ଓ ଆପାର୍ଟମେଣ୍ଟ । ଗୋଟିଏ କି ଦୁଇଟି ନୁହେଁ, ଏକାଧିକ କୋଠା ତିଆରି ଚାଲିଛି । ବେଧଡକ, ଖୁଲମଖୁଲା ଭାବରେ ଚକ୍ରତୀର୍ଥ ବେଳାଭୂମି କଡରେ, ବଳିଆପଣ୍ଡା ବେଳାଭୂମି ଅଞ୍ଚଳରେ ନିର୍ମାଣ ହେଉଛି କୋଠା । ଏମିତିକି ଜଗନ୍ନାଥଙ୍କ ଜମିରେ ବି ବେଆଇନ ନିର୍ମାଣ ଚାଲିଥିବାର ଆସିଛି ଅଭିଯୋଗ । ହେଲେ ଏନେଇ ବୁଦ୍ଧିଜୀବୀ ଓ ଆଇନଜୀବୀଙ୍କ ଅଭିଯୋଗ ଦେଖିବାକୁ ପ୍ରଶାସନର ବେଳ ନାହିଁ ।
ପୌର ପ୍ରଶାସନର ନାକତଳେ ବିରାଟ ବିରାଟ କୋଠା ବେଆଇନ ଭାବରେ ନିର୍ମାଣ ହେଉଛି । ବିଶେଷକରି ପୁରୀ ବେଳାଭୂମି ନିକଟବର୍ତ୍ତୀ ଅଞ୍ଚଳରେ ଏହି ବେଆଇନ ନିର୍ମାଣ ଚାଲିଛି । ହେଲେ ଏହି କୋଠା ନିର୍ମାଣ ପାଇଁ ଆପ୍ରୁଭାଲ ପାଇଛି କି ନାହିଁ, ସିଆରଜେଡ ଭାଓଲେସନ ହୋଇଛି କି ନାହିଁ ଏସବୁ ଦେଖିବାକୁ କେହି ନାହିଁ ।
ପ୍ରଶ୍ନ ଉଠୁଛି, କିପରି ବିନା ଆପ୍ରୁଭାଲରେ ଚାଲିଛି ନିର୍ମାଣ ? ସିଆରଜେଡ ଭାଉଲେସନ, ନଟ୍ ଫାଇନାଲ ପଟ୍ଟା ରହିଥିବା ଜମିରେ କିପରି ନିର୍ମାଣ ହେଉଛି ? ଜଗନ୍ନାଥଙ୍କ ଜମି ଉପରେ ନିର୍ମାଣ ଅନୁମତି ଦେଲା କିଏ ? ଏନେଇ ଓଟିଭି ଟିମ୍ ପଚାରିବାରୁ କିଛି ଉତ୍ତର ମିଳିଛି । କୋଠା ନିର୍ମାଣ ଆପ୍ରୁଭାଲକୁ ତଦନ୍ତ କରାଯାଉଛି । ସିଆରଜେଡ ଭାଓଲେସନ ଉପରେ ମଧ୍ୟ ଦୃଷ୍ଟି ରହିଛି, ଯଦି ଭାଓଲେସନ ହୋଇଥିବ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୌରସଂସ୍ଥା ଅଧିକାରୀ ।
ପୁରୀ ଉପଜିଲ୍ଲାପାଳଙ୍କ କହିବା କଥା, ଏନେଇ ପୌରସଂସ୍ଥା ଓ ତହସିଲଦାରଙ୍କ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/27/puri-illegal-construction-2025-11-27-19-43-20.jpg)