Advertisment

CM Puts 9 Tasks: ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି, ଅଧିକ ଫିଲଡ ଭିଜିଟ୍ କରିବାକୁ ସିଏମ୍ ଦେଲେ ପରାମର୍ଶ

ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି ୯ଟି ଟାସ୍କ। ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସରକାର ବଦନାମ ହୁଅନ୍ତି, ତା ହେଲେ କାହାରିକୁ ଛାଡ଼ିବେନି।... ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ବ ଦିଅ ।

Task

Task Photograph: (OTV)

Advertisment


 ସଚ୍ଚୋଟ ଓ ସାଧୁତା ପାଇଁ ପ୍ରଂଶସା କଲେ ଆଉ ଅବହେଳା ପାଇଁ ତାଗିଦ କଲେ। ଟାସ୍କ ସହ ଆଗାମୀ ବର୍ଷେ ପାଇଁ ଟାର୍ଗେଟ ମଧ୍ୟ ଦେଲେ। ଆଜି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ଦେଇଛନ୍ତି ୯ଟି ଟାସ୍କ। ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ କଥା କହି ମୁଖ୍ୟମନ୍ତ୍ରୀ କହିଛନ୍ତି ଯଦି ସରକାର ବଦନାମ ହୁଅନ୍ତି, ତା ହେଲେ କାହାରିକୁ ଛାଡ଼ିବେନି।... ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ବ ଦିଅ । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବା ସହ ସରକାରୀ ଵିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment

ଜିଲ୍ଲାପାଳ ସମ୍ମିଳନୀରେ ଆକ୍ସନ୍ ମୋଡ଼ରେ ସିଏମ୍ ମୋହନ । 9ଟି ଟାସ୍କ ଦେଲେ, ଗୋଟି ଗୋଟି କରି ପ୍ରକଳ୍ପ ବାବଦରେ ପଚାରିଲେ...ପୂର୍ବ ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହୋଇଛି କହି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ବି ମାଗିଲେ...
ଟାସ୍କ ନମ୍ବର- ୧
ଦୁର୍ନୀତି ହଟାଅ, ଦୁର୍ନୀତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି
ଟାସ୍କ ନମ୍ବର 2
ଅଧିକ ଫିଲଡ୍ ଭିଜିଟ୍ କର
ଟାସ୍କ ନମ୍ବର 3
ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାର। ରିୟଲ ଟାଇମ ଡାଟା ସାହାଯ୍ୟରେ ସମସ୍ୟାର ସମାଧାନ

ଓଡ଼ିଆ ଅସ୍ମିତାର ସୁରକ୍ଷା

ଟାସ୍କ ନମ୍ବର 4
ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣ
ଟାସ୍କ ନମ୍ବର 5
ଓଡ଼ିଆ ଅସ୍ମିତାର ସୁରକ୍ଷାକୁ ଗୁରୁତ୍ବ। ସରକାରୀ ନୋଟିସ ବିଜ୍ଞାପନ ଓଡ଼ିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ
ଟାସ୍କ ନମ୍ବର 6
ଲୋକଙ୍କ ପାଖରେ ସରକାରୀ ସୂଚନା ପହଞ୍ଚାଇବାକୁ ସୋସିଆଲ ମିଡ଼ିଆର ବ୍ୟାପକ ବ୍ୟବହାର କର
ଟାସ୍କ ନମ୍ବର 7
ଆଉଟସୋର୍ସିଂ ହଟାଅ। ରାଜ୍ୟସ୍ତରରେ ପ୍ରୋଜେକ୍ଟ ମନିଟରିଂ ୟୁନିଟ୍ ବା PMU ଏବଂ ଜିଲ୍ଲାସ୍ତରରେ ଆଉଟସୋର୍ସିଂ କାମ ଦେବା ଅଭ୍ୟାସ ଛାଡ଼
ଟାସ୍କ ନମ୍ବର 8
ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦିଅ
ଟାସ୍କ ନମ୍ବର 9
ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ବଦଳାଅ 

Advertisment

ନିୟମିତ ଚଢ଼ାଉ କରିବାକୁ ନିର୍ଦ୍ଦେଶ


ଖାଲି ସେତିକି ନୁହେଁ, ଆଜି ସମ୍ମିଳନୀରେ ବାଲି ଚୋରାଚାଲଣ ଏବଂ ଚୋରା ମଦ କାରବାରକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ ରାଜ୍ୟରେ ଲଘୁ ଖଣିଜ ଚୋରା ଚାଲାଣ ହେଉଛି। ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଅଧିକାରୀମାନଙ୍କୁ କ୍ଷମତା ଦିଆଯାଇଛି, ଦୃଢ଼ ଆକ୍ସନ ନିଅନ୍ତୁ। କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ହୁଅନ୍ତୁ ନାହିଁ। ଆବଶ୍ୟକ ହେଲେ ଡ୍ରୋନର ବ୍ୟବହାର କରନ୍ତୁ। ସେହିପରି ଚୋରା ମଦ କାରବାର ରୋକିବାକୁ ନିୟମିତ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେବା ସହ ଏ ଭାଇରସକୁ ମୂଳ ପୋଛ ପାଇଁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଯଦି ଚୋରା ମଦ କାରବାର ପାଇଁ କୌଣସି ଅଘଟଣ ଘଟେ ତାହେଲେ ସମ୍ପୃକ୍ତ ଅଧିକାରୀ ଦାୟୀ ରହିବେ ଏବଂ ସରକାର କଡା କାର୍ଯ୍ୟନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି।
ଏହାସହ ଗତ ସମ୍ମିଳନୀ ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କେତେ କାର୍ଯ୍ୟକାରୀ ହୋଇଛି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଜିଲ୍ଲାପାଳଙ୍କ ସମ୍ମିଳନୀ ପରେ ଆସନ୍ତାକାଲି ଉଭୟ ଜିଲ୍ଲାପାଳ ଏବଂ ଏସପିମାନଙ୍କ ସମ୍ମିଳନୀ ହେବ।... 

Advertisment

Collectors Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ