Advertisment

Astronaut Shubanshu Shukla: ଶୁଭାଂଶୁ ବଖାଣିଲେ ମହାକାଶ ଅନୁଭୂତି , ଇସ୍ରୋର ମିଶନ୍ ବାବଦରେ ଦେଲେ ସୂଚନା

କେମିତି ଲାଗେ ଅନ୍ତରୀକ୍ଷ ? ସ୍ପେଶରେ କିଭଳି ବିତେ ଜୀବନ ? ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ମହାକାଶର ମହାଗୁମର ଖୋଲିଛନ୍ତି ଭାରତର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। କ୍ୟାମେରା ଆଗରେ ବଖାଣିଛନ୍ତି ୧୮ ଦିନର ଅଙ୍ଗେନିଭା କଥା ।

SUBHANSHU-SHARED-EXPERIENCE

SUBHANSHU-SHARED-EXPERIENCE Photograph: (OTV)

Advertisment

କେମିତି ଲାଗେ ଅନ୍ତରୀକ୍ଷ ? ସ୍ପେଶରେ କିଭଳି ବିତେ ଜୀବନ ? ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ମହାକାଶର ମହାଗୁମର ଖୋଲିଛନ୍ତି ଭାରତର ଦ୍ବିତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। କ୍ୟାମେରା ଆଗରେ ବଖାଣିଛନ୍ତି ୧୮ ଦିନର ଅଙ୍ଗେନିଭା କଥା । ମିଠା ଅନୁଭୂତି ବଖାଣି ଶୁଭାଂଶୁ କହିଛନ୍ତି- ସ୍ପେଶରେ ବଢିଯାଉଥିଲା ଉଚ୍ଚତା, କିନ୍ତୁ ମହାକାଶରୁ ଫେରିଲା ପରେ ପୂର୍ବାବସ୍ଥା ଅନୁଭବ ହୁଏ । ଜିରୋ ଗ୍ରାଭିଟିରେ ଶରୀର ବିଦ୍ରୋହ କରେ, ରକ୍ତଚାପରେ ପରିବର୍ତ୍ତନ ଯୋଗୁ ହୃତ୍ ସ୍ପନ୍ଦନ କମ୍ ହୋଇଯାଏ । ଡ୍ରାଏ ଫ୍ରୁଟ୍ସ କିମ୍ବା ଚାଉଳ ପ୍ୟାକେଟ୍ ଖୋଲିଲେ ତାହା ବିଚ୍ଛାଡ଼ି ହୋଇ ଉଡ଼ୁଥାଏ । ଯାହାକୁ ସଂଗ୍ରହ କରିବା ବେଶ୍ କଷ୍ଟକର। ମହାକାଶର ଅନୁଭୂତି ବେଶ୍ ନିଆରା କିନ୍ତୁ ୪ରୁ୫ ଦିନ ଖାପ ଖୁଆଇବା ଚ୍ୟାଲେଞ୍ଜିଂ । ଏହାଛଡ଼ା ସ୍ପେଶରୁ ଭାରତ କିଭଳି ମନୋରମ ଦିଶିଥାଏ, ସେ କଥା ବି ଗୋଟିଗୋଟି କରି ବୁଝାଇଛନ୍ତି ଶୁଭାଂଶୁ। 

Advertisment



ଗତକାଲିଠୁ ଓଡ଼ିଶା ଆସିଥିବା ଶୁଭାଂଶୁ ଆଜି ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ,  ସାଇଟେଡ଼ର ନବମ ସଂସ୍କରଣରେ ଯୋଗଦେଇ ମହାକାଶ ବିଜ୍ଞାନ ସମ୍ୱନ୍ଧରେ ଛାତ୍ରଛାତ୍ରୀଙ୍କୁ ଦେଇଥିଲେ ଅନେକ ଟିପ୍ସ। ସ୍ପେସ ସାଇଣ୍ଟିଷ୍ଟ ହେବାକୁ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ସ୍ବପ୍ନରେ ଆଉ ଟିକେ ରଙ୍ଗ ଭରିଥିଲେ । ଛାତ୍ରଛାତ୍ରୀଙ୍କ ସହ ବିତାଇଥିଲେ ୪ ଘଣ୍ଟାରୁ ଅଧିକା ସମୟ। ମହାକାଶ ଯାତ୍ରା ଅଭିଜ୍ଞତାକୁ ଏକ ପ୍ରେଜେଣ୍ଟଟେସନ ମାଧ୍ୟମରେ ଦେଖାଇବା ସହିତ ପିଲାଙ୍କ ପ୍ରୋଜେକ୍ଟ ଗୁଡ଼ିକୁ ବୁଲିବୁଲି ଦେଖିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶୁଭାଂଶୁଙ୍କୁ ପାଖରେ ପାଇ ପିଲାଙ୍କଠାରୁ ଆରମ୍ଭ କରି ଶିକ୍ଷକଶିକ୍ଷୟିତ୍ରୀ ବେଶ୍ ଉତ୍ସାହିତ ହୋଇପଡ଼ିଥିଲେ ।  

୨୦୪୦ ମଧ୍ୟରେ ଅନେକ ମିଶନ୍ କରିବାକୁ ଯାଉଛି ଇସ୍ରୋ । ଏଥିପାଇଁ ଏକା ସାଙ୍ଗରେ ଏକାଧିକ କାମ ଜାରି ରହିଥିବା ସୂଚନା ଦେଇଛନ୍ତି ଶୁଭାଂଶୁ ଶୁକ୍ଲା। ପ୍ରାଥମିକ ଭାବରେ ୨୦୨୭ରେ ହେବ ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ ଗଗନଯାନ । ମିଶନ୍ ମୁନ୍ ଓ ଅନ୍ତରୀକ୍ଷ ମିଶନ ଉପରେ ମଧ୍ୟ କାର୍ଯ୍ୟକ୍ରମ ଜାରି ରହିଛି । ଏଥିପାଇଁ ସ୍ପେଶାଲ୍ ସିଷ୍ଟମ୍ ଡେଭଲପ୍ କରୁଛି ଇସ୍ରୋ । 

ଆକ୍ସିୟମ୍-୪ ମିଶନରେ ଗତ ଜୁନ୍ ୨୫ ତାରିଖରେ ସ୍ପେସ୍ ଡ୍ରାଗନ୍ ମହାକାଶ ଯାନରେ ଅନ୍ତରୀକ୍ଷକୁ ଯାତ୍ରା କରିଥିଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁଙ୍କ ସମେତ ୪ ମହାକାଶଚାରୀ। ପ୍ରଥମ ଭାରତୀୟ ଭାବେ ୧୮ ଦିନ ଇଣ୍ଟରନ୍ୟାସନାଲ୍ ସ୍ପେସ ସେଣ୍ଟରରେ ରହିବା ପରେ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ। ... 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ