baijayanta-dkl-up
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବଳରାମପୁର ଗାଁରେ ବୃକ୍ଷରୋପଣ କଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ଅାଜି ସ୍ଥାନୀୟ ଲୋକଙ୍କ ସହ ମଦ କାରଖାନା ପାଇଁ ଜଙ୍ଗଲ କଟାଯାଇଥିବା ସ୍ଥାନରେ ବୃକ୍ଷରୋପଣ କରିଛନ୍ତି। ତା ସହ ଜଙ୍ଗଲ କଟାକୁ ଗାଁ ଲୋକେ ସମ୍ମିଳିତ ବିରୋଧ କରିଥିବାରୁ ଏଥିପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ତେବେ ବୈଜୟନ୍ତ ଅାଜି ବଳରାମପୁର ଗାଁରେ ବୃକ୍ଷରୋପଣ ବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ୩ ଜଣ ଯୁବକ ବିରୋଧ କରିଥିବା ଦେଖିବାକୁ ମିଳିଥିଲା। ଗାଁ ବାହାରୁ ଅାସିଥିବା ୩ ଅଜଣା ଯୁବକ ବୈଜୟନ୍ତଙ୍କୁ ବିରୋଧ ବେଳେ ଗାଁ ଲୋକେ ଏହାର ପ୍ରତିବାଦ କରିଥିଲେ। ଜଣେ ଯୁବକଙ୍କୁ ଧରି ସେମାନେ ପୁଲିସର ଜିମା ଦେଇଥିଲେ।
ସେପଟେ ଅନ୍ୟ ୨ ଜଣ ଖସି ପଳାଇଥିଲେ। ବଳରାମପୁରରେ ପ୍ରସ୍ତାବିତ ମଦ କାରଖାନା ପାଇଁ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ନେଇ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଏହାର ଜବାବରେ ବୈଜୟନ୍ତ ତୃତୀୟ ମହଲା ଉପରେ ବର୍ଷିଥିଲେ। ବେଅାଇନ କାର୍ଯ୍ୟାକଳାପରେ ଲିପ୍ତ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନିର୍ଭର ନକରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ବୈଜୟନ୍ତ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/baijayanta-dkl-up_1626416854.jpg)