Advertisment

Despite Digital India Push: ଅନ୍ଧାରରେ ୧୩୯ ଗାଁ ... ଦୁଃଖ ଶୁଣ ହେ ପ୍ରଶାସନ !

ବିଦ୍ୟୁତ ସଂଯୋଗ ନଥିବା ଗାଁର ଅନେକ ଦୟନୀୟ ଚିତ୍ର ତ ଆପଣ ଦେଖିଥିବେ । କିନ୍ତୁ ମାଲକାନଗିରି ଜିଲ୍ଲାରେ ବିଜୁଳି ସେବାରୁ ବଞ୍ଚିତ ଥିବା ଗାଁର ସଂଖ୍ୟା ଶୁଣିଲେ, ଆଶ୍ଚର୍ଯ୍ୟ ହୋଇଯିବେ । ଜିଲ୍ଲାର ମୋଟ ୧୩୯ଟି ଗାଁରେ ନାହିଁ ବିଦ୍ୟୁତ ସଂଯୋଗ ।

No-Electricity-in-Malkangir-Village

No-Electricity-in-Malkangir-Village Photograph: (OTV)

Advertisment

ଆଜିର ସମୟରେ ଗୋଟିଏ ଦିନ ମୋବାଇଲ ଛାଡି ରହିବା ଆମ ପାଇଁ ବଡ ମୁସ୍କିଲ । ଆମେ 6Gର କଥା କହୁଛେ । ହେଲେ ଆମ ରାଜ୍ୟରେ ଏବେ ବି ଶହ ଶହ ଗାଁ ରହିଛି, ଯେଉଁଠି ଇଣ୍ଟରନେଟ୍‌ ତ ଦୂରର କଥା ଆଜି ଯାଏଁ ବିଜୁଳି ଆଲୁଅ ଦେଖିବା  ବି ହୋଇଛି ସାତ ସପନ ।

Advertisment

ବିଦ୍ୟୁତ ସଂଯୋଗ ନଥିବା ଗାଁର ଅନେକ ଦୟନୀୟ ଚିତ୍ର ତ ଆପଣ ଦେଖିଥିବେ । କିନ୍ତୁ ମାଲକାନଗିରି ଜିଲ୍ଲାରେ ବିଜୁଳି ସେବାରୁ ବଞ୍ଚିତ ଥିବା ଗାଁର ସଂଖ୍ୟା ଶୁଣିଲେ, ଆଶ୍ଚର୍ଯ୍ୟ ହୋଇଯିବେ । ଜିଲ୍ଲାର ମୋଟ ୧୩୯ଟି ଗାଁରେ ନାହିଁ ବିଦ୍ୟୁତ ସଂଯୋଗ । ସଞ୍ଜ ନଇଁଲେ ଅନ୍ଧାରର ରାଜୁତି ଚାଲେ ଏଠି । ବର୍ଷ ବର୍ଷ ହେଲା ଡିବିରି ଆଲୁଅରେ ଜୀବନ କାଟୁଛନ୍ତି ଗ୍ରାମବାସୀ । ସର୍ବାଧିକ ଚିତ୍ରକୋଣ୍ଡା ବ୍ଲକର ୬୭ଟି ଗାଁ ବିଦ୍ୟୁତ ସେବାରୁ ବଞ୍ଚିତ ରହିଛି ।  

ସ୍ବାଭିମାନ ଅଂଚଳର ପଣସପୁଟ ପଞ୍ଚାୟତର ନୂଆଗୁଡା ଗ୍ରାମ । ଯଦିଓ ଏହି ଗ୍ରାମ ସ୍ବାଭିମାନ ଅଂଚଳରେ ଅଛି ,କିନ୍ତୁ ଉପାନ୍ତ ନୁହେଁ । ଗାଁକୁ ସଂଯୋଗ ପାଇଁ ପକ୍କା ରାସ୍ତା ଥିବାବେଳେ ଏଠି କିନ୍ତୁ ପହଞ୍ଚି ପାରିନି ବିଦ୍ୟୁତ ସେବା । ୧୦ ବର୍ଷ ତଳେ ବିଦ୍ୟୁତ ଖୁଣ୍ଟ ପୋତି ଚାଲିଯାଇଛି ବିଭାଗ । ହେଲେ ଆଜି ଯାଏଁ ଆଲୁଅ ଆସିନି । ସଂଧ୍ୟା ହେଲେ ଗାଁରେ ପଡୁଛି ତାଟି କବାଟ । ଡିବିରି ପାଇଁ ଆବଶ୍ୟକ କିରୋସିନି ବି ପାଉନଥିବା କହିଛନ୍ତି ଗାଁ ଲୋକେ ।

Advertisment

ପିଲାଙ୍କ ପାଠପଢାରେ ବି ଡୋରି ଲାଗିଛି । କିଛି ଲୋକଙ୍କ ଘରେ ଛୋଟ ସୋଲାର ଓ ବ୍ୟାଟେରି ଥିବାବେଳେ ଦୁଇ ତିନି ଘଣ୍ଟାରେ ଚାର୍ଜ ସରିଯାଉଛି । ବର୍ଷ ବର୍ଷ ଧରି ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ ଫଳ ଶୂନ। ଖାଲି ଏ ଗୋଟିଏ ଗାଁ ନୁହେଁ, ଜିଲ୍ଲାର ୧୩୯ଟି ଗାଁର ଅବସ୍ଥା ସମାନ । ୨ ହଜାରରୁ ଅଧିକ ପରିବାରର ପ୍ରାୟ ୧୫ ହଜାର ଲୋକେ ବିଦ୍ୟୁତ ସେବାରୁ ହେଉଛନ୍ତି ବଞ୍ଚିତ ।  

ଏସବୁ ଅଞ୍ଚଳରେ ସରକାରଙ୍କ ବିକାଶମୂଳକ ଯୋଜନା କେତେ ଫଳପ୍ରଦ ହୋଇଛି ଏ ସଂଖ୍ୟା ହିଁ ଦର୍ଶାଉଛି । ଏନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଗାଁଗୁଡିକର ସର୍ଭେ କରାଯାଇଛି । ଖୁବଶୀଘ୍ର ସେଠି ବିଦ୍ୟୁତ ସଂଯୋଗ ପାଇଁ ବ୍ୟବସ୍ଥା କରାଯିବ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ