Humane Sagar Death Case Photograph: (OTV)
ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାରେ ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ। ଯାଜପୁର ରୋଡ ଥାନା ଅଧିକାରୀଙ୍କ ଜରିଆରେ ଡିଜିପିଙ୍କ ନିକଟକୁ ଅଭିଯୋଗ ପଠାଇଛି ଯାଜପୁର ଫୋରମ ସିଭିଲ ସୋସାଇଟି ଏବଂ ଯାଜପୁର ଜିଲ୍ଲା ତମାମ ଗଣ ସଙ୍ଗଠନ ସମୂହ ସହ ବୁଦ୍ଧିଜୀବୀ, ମାନବାଧିକାର କର୍ମୀ, ସାହିତ୍ୟକ ପ୍ରମୁଖ।
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ସହ ପୋଲିସ ଟିମ୍ ଗଠନ କରି ଉପଯୁକ୍ତ ନିରପେକ୍ଷ ତଦନ୍ତ ଦାବି ହୋଇଛି। ଏଥିସହ ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କୁ ତଦନ୍ତ ପରିସରଭୁକ୍ତ କରି ଘଟଣାର ରହସ୍ୟ ଉନ୍ମୋଚନ ପାଇଁ ଦାବି ହୋଇଛି।
ଏମିତିକି ହ୍ୟୁମାନଙ୍କ ମା’ଙ୍କୁ ଦୁର୍ବ୍ୟବହାର ଘଟଣାକୁ ବି ବିରୋଧ କରିଛି ସଙ୍ଗଠନ। ଗତକାଲି ମଧ୍ୟ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗିର ଟାଉନ୍ ଥାନାରେ ଏତଲା ହୋଇଥିଲା। ଷଡ଼ଯନ୍ତ୍ର କରି ହ୍ୟୁମାନଙ୍କୁ ମାରି ଦିଆଯାଇଥିବା ଅଭିଯୋଗ କରିଥିଲେ ବିଭିନ୍ନ ସଂଗଠନ।
ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ୬ ଦିନ ବିତି ଯାଇଥିଲେ ହେଁ ମୃତ୍ୟୁକୁ ନେଇ ବିବାଦ ଏବେ ବି ଚାଲିଛି। ନିଇତି ନୂଆ ଖୁଲାସା ହେଉଛି। ନୂଆ ଅଭିଯୋଗ ସାମ୍ନାକୁ ଆସୁଛି। ତେବେ ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ଓଲିଉଡ୍ ଜଗତରେ ଖେଳିଯାଇଛି ଶୋକର ଛାୟା। ହ୍ୟୁମାନ ଅସୁସ୍ଥ ଅବସ୍ଥାରେ ଷ୍ଟେଜ୍ ସୋ' କରୁଥିବା ନେଇ ବିଭିନ୍ନ ଭିଡିଓ ଭାଇରାଲ୍ ହେଉଛି।
ମେଡିକାଲରେ ହ୍ୟୁମାନ ଆଡମିଟ୍ ହେବା ଦିନ ମଧ୍ୟ ପ୍ରୋଗ୍ରାମ୍ ରଖାଯାଇଥିଲା। ମେଡିକାଲରେ ଚିକିତ୍ସା କଥା ବୁଝିବା ପରିବର୍ତ୍ତେ ଦୁଇ ମ୍ୟାନେଜର ସାଇଡ୍ ହୋଇ ଯାଇଥିଲେ। ଅନ୍ୟପଟେ ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ମ୍ୟାନେଜର ଦୀନେଶ ଯେଉଁଭଳି ଅପଶବ୍ଦ କହି ଦୁର୍ବବ୍ୟହାର କଲେ, ତାହା ତାଙ୍କ ଷଡ଼ଯନ୍ତ୍ରର ଚେହେରା ବୋଲି ଅଭିଯୋଗ ହୋଇଛି।
• ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା
• ଦୁଇ ମ୍ୟାନେଜରଙ୍କ ନାଁରେ ବଢୁଛି ଅଭିଯୋଗର ଫର୍ଦ୍ଦ
• ଯାଜପୁରରୋଡ ଥାନାରେ ଅଭିଯୋଗ କଲେ ସଙ୍ଗଠନ
• ଥାନା ଅଧିକାରୀଙ୍କ ଜରିଆରେ ଡିଜିପିଙ୍କୁ ପଠାଇଲେ ଅଭିଯୋଗ
• ଦୁଇ ମ୍ୟାନେଜରଙ୍କୁ ତଦନ୍ତ ପରିସରଭୁକ୍ତ ଦାବି
• ହ୍ୟୁମାନଙ୍କ ମାଆଙ୍କୁ ଦୁର୍ବ୍ୟବହାର ଘଟଣାକୁ ବିରୋଧ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/22/humane-sagar-death-case-2025-11-22-13-29-10.jpg)