Advertisment

Humane Death Dispute: ଗୁରୁତର ସତ୍ତ୍ବେ ହ୍ୟୁମାନଙ୍କୁ କିଏ ଚଢ଼ାଉଥିଲା ଷ୍ଟେଜ୍ ? ଲମ୍ବୁଛି ଏତଲା, ମୁହଁ ଖୋଲୁନାହାନ୍ତି ମ୍ୟାନେଜର୍

୨୦୨୩ ଆଠଗଡ଼ ମହୋତ୍ସବର ବ୍ୟାକ୍ ଷ୍ଟେଜରେ ଅଚେତ୍ ହୋଇପଡ଼ିଥିଲେ, ଗୀତ ଗାଇବାକୁ ଅସମର୍ଥ ପ୍ରକାଶ କରି କ୍ଷମା ମାଗିଥିଲେ । ଗଲାମାସ ବାଲେଶ୍ବର ଖନ୍ତାପଡ଼ାରେ ବି ଗୀତ ଗାଇ ପାରିଲେନି ।

HUMAN-DEATH-FOLLOW

HUMAN-DEATH-FOLLOW Photograph: (OTV)

Advertisment

୨୦୨୩ ଆଠଗଡ଼ ମହୋତ୍ସବର ବ୍ୟାକ୍ ଷ୍ଟେଜରେ ଅଚେତ୍ ହୋଇପଡ଼ିଥିଲେ, ଗୀତ ଗାଇବାକୁ ଅସମର୍ଥ ପ୍ରକାଶ କରି କ୍ଷମା ମାଗିଥିଲେ । ଗଲାମାସ ବାଲେଶ୍ବର ଖନ୍ତାପଡ଼ାରେ ବି ଗୀତ ଗାଇ ପାରିଲେନି । ଆଉ ହ୍ୟୁମାନଙ୍କ ଶେଷ ଷ୍ଟେଜ୍ ସୋ'। ଗଲା ୯ ତାରିଖରେ ଭୁବନେଶ୍ବରର ଏକ ଷ୍ଟାର୍ ହୋଟେଲରେ ଗୀତ ଗାଇଥିଲେ ହ୍ୟୁମାନ। ଷ୍ଟେଜ୍ ଉପରେ ହ୍ୟୁମାନ ଥିଲେ ସତ, ହେଲେ ସବୁକିଛି ଠିକ୍ ଥିଲା ଭଳି ଲାଗୁନଥିଲା। ନା ଭଲରେ ଗୀତ ଗାଇ ପାରୁଥିଲେ, ନା ସ୍ବାଭାବିକ ଅନୁଭବ କରୁଥିଲେ। ବାରମ୍ବାର ଅଟକୁଥିଲେ, ଗାଇଲା ବେଳେ କଷ୍ଟ ଅନୁଭବ କରୁଥିଲେ। ଏମିତିକି ତାଙ୍କ ସ୍ବର ବି ବଦଳିଯାଇଥିଲା । ହ୍ୟୁମାନ ଆଉ ହ୍ୟୁମାନ ଭଳି ଲାଗୁନଥିଲେ। ତଥାପି ଅତିକଷ୍ଟରକେ ଷ୍ଟେଜ ଉପରେ ଗୀତ ଗାଉଥିଲେ । ହେଲେ କାହିଁକି ? କେଉଁ ଚାପ ତାଙ୍କୁ ଏଭଳି କରିବାକୁ ବାଧ୍ୟ କରୁଥିଲା ? ଗୁରୁତର ଅସୁସ୍ଥ ଥିଲେ ବି କାହିଁକି ପ୍ରୋଗ୍ରାମ୍ କ୍ୟାନସଲ୍ କରିନଥିଲା ଟିମ୍ ? ଦିନକୁ ଦିନ ଏଭଳି ଅନେକ ପ୍ରଶ୍ନ ଉଠୁଥିବାବେଳେ ଦୁଇ ମ୍ୟାନେଜର କିନ୍ତୁ ମୁହଁ ଖୋଲୁନାହାନ୍ତି। 

Advertisment

ହୁତୁହୁତୁ ହୋଇ ଜଳୁଛି ହ୍ୟୁମାନ ମୃତ୍ୟୁ ବିବାଦ ନିଆଁ । ବଲାଙ୍ଗିରରୁ କଟକ, ଏତଲା ପରେ ଏତଲା । ଦୁଇ ମ୍ୟାନେଜରଙ୍କ ନାଁରେ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ତିନି ସହଯୋଗୀଙ୍କ ଭୂମିକା, ଆର୍ଥିକ କାରବାର ଓ ଚିକିତ୍ସାରେ ଅବହେଳା ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଜଣାଇଛନ୍ତି। ସେପଟେ ଟିଟିଲାଗଡ଼ ଓ ବଲାଙ୍ଗିର ଥାନାରେ ଆଉ ଦୁଇଟି ପୃଥକ ଏତଲା ହୋଇଛି। ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ମାଆଙ୍କୁ ମ୍ୟାନେଜର ଦୀନେଶ ଓରଫ୍ ପପୁ କରିଥିବା ଦୁର୍ବ୍ୟବହାର ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ବି ଦାବି ଜୋର୍ ଧରିଛି। 

ଗୀତରେ ଗୀତରେ ସମସ୍ତଙ୍କୁ ହଜେଇ ଦେଉଥିବା ଗାୟକଟା ଆଜି ନିଜେ ହଜିଯାଇଛି। ଜୀବନର ଭିନ୍ନ ଭିନ୍ନ ମୋଡ଼ରେ ମତୁଆଲା କରୁଥିବା ମଣିଷଟା ସବୁଦିନ ପାଇଁ ଶୋଇଯାଇଛି। ସ୍ମୃତି ହୋଇଯାଇଥିବା ସ୍ବର ସାଗରଙ୍କ ସ୍ମୃତିକୁ ସାଉଁଟି ସଂଗୀତରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଯୁବ କଣ୍ଠଶିଳ୍ପୀ ଜ୍ୟୋତି ପ୍ରକାଶ ଓଝା। ହ୍ୟୁମାନଙ୍କ ସହ ବିତାଇଥିବା ମୁହୁର୍ତ୍ତକୁ ମନେ ପକାଇଛନ୍ତି, ପୁଣି ବଡ଼ଭାଇର ଆଦରକୁ ଝୁରି ହେଉଛନ୍ତି ।

ହ୍ୟୁମାନ ଯେତିକି ବଡ଼ ଷ୍ଟାର୍ ଥିଲେ, ତାଙ୍କ ଅସୁସ୍ଥତା ପଛର ବିବାଦ ସେତିକି ବଡ଼ ହେବାରେ ଲାଗିଛି। ସମସ୍ତଙ୍କ ଆଙ୍ଗୁଠି ଉଠିଛି ଦୁଇ ମ୍ୟାନେଜର ପପୁ ଓ ପ୍ରଶାନ୍ତଙ୍କ ଉପରକୁ। ଉଭୟଙ୍କୁ ପୋଲିସ କେବେ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କରୁଛି ତାହା ଉପରେ ନଜର।....

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ