Humane Sagar Death Case Photograph: (OTV)
ଥାନାରେ ଏତଲା ଦେଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମାଆ। କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ ଶେଫାଳି ସୁନା । କଟକ ମର୍କତ ନଗର ଥାନାରେ ସେ ଏତଲା ଦେଇ ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି । ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରିଛନ୍ତି ମାଆ ।
ହ୍ୟୁମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବା ଏତଲାରେ ଉଲ୍ଲେଖ ରହିଛି । ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ମାଆ । ଏହାସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍, ଡିଜିଟାଲ ପ୍ରମାଣ ନଷ୍ଟ ସଂପର୍କିତ ଅଭିଯୋଗର ବି ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମାଆ ଶେଫାଳି ।
• ଏତଲା ଦେଲେ ହ୍ୟୁମାନଙ୍କ ମାଆ
• ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଥାନାରେ ଏତଲା
• କଟକ ମର୍କତ ନଗର ଥାନାରେ ଏତଲା ଦେଲେ ହ୍ୟୁମାନଙ୍କ ମାଆ
• ପୁଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କଲେ ହ୍ୟୁମାନଙ୍କ ମାଆ
• ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ଥାନାରେ ଏତଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/21/humane-sagar-death-case-2025-12-21-13-38-31.jpg)