Advertisment

Numbers vs Nerves: ଏଥର ରାଜ୍ୟସଭା ନିର୍ବାଚନରେ ହେବ କି ଘୋଡ଼ା ବେପାର ? ରାଜ୍ୟସଭା  ନିର୍ବାଚନୀ ଗଣିତକୁ ନେଇ ଚର୍ଚ୍ଚା

ରାଜ୍ୟସଭା ପାଇଁ ଓଡ଼ିଶାର ୪ଟି ଆସନ ଖାଲି ହେଉଥିବା ବେଳେ ଚତୁର୍ଥ ସିଟକୁ ନେଇ ଜୋରଦାର ଚର୍ଚ୍ଚା । ଏହି ଆସନରେ କିଏ ଜିତିବ, ଶାସକ ବିଜେପି କବଜା କରିବ ନା ବିରୋଧୀଙ୍କ ହାତକୁ ଚାଲିଯିବ । ନା ବାଜି ମାରିନେବେ ସ୍ବାଧୀନ ପ୍ରାର୍ଥୀ।

Rajya Sabha Seat

Rajya Sabha Seat Photograph: (OTV)

Advertisment

ଏଥର ରାଜ୍ୟସଭା ନିର୍ବାଚନରେ ହେବ କି ଘୋଡା ବେପାର ! ଚତୁର୍ଥ ସିଟ କବଜା ପାଇଁ କାମ ଦେବ କି ଏହି ରଣନୀତି।  ଘୋଡା ବେପାର ହେଲେ କିଏ ମାରିବ ବାଜି । ଚତୁର୍ଥ ଆସନ ଦଖଲ ନେଇ ଶାସକ ଦଳର ଦମ୍ଭୋକ୍ତି । ସଂଖ୍ୟା ନଥାଇ ବି ଘୋଡା ବେପାର ଭୟରେ କଂଗ୍ରେସ ଦେଉଛି ପ୍ରାର୍ଥୀ । ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତିରେ ଏମିତି ଚର୍ଚ୍ଚା । 

Advertisment

ରାଜ୍ୟସଭା ପାଇଁ କେତେ ସଂଖ୍ୟା ଦରକାର ? ରାଜ୍ୟସଭା ଗଣିତ କହୁଛି ଗୋଟିଏ ସିଟ ପିଛା ୩୧ ବିଧାୟକଙ୍କ ଭୋଟ ଆବଶ୍ୟକ । ଏବେ ବିଧାନସଭାରେ ବିଜେପି ପାଖରେ ୩ ସ୍ୱାଧୀନ ସହ ୮୨ଜଣ ବିଧାୟକ ରହିଛନ୍ତି । 

ବଳକା ଭୋଟ ଗଣିତ

ଦୁଇଟି ଆସନ ଜିତିବା ପାଇଁ ୬୨ ବିଧାୟକଙ୍କ ସମର୍ଥନ ପରେ ବିଜେପି ହାତରେ ଆଉ ୨୦ ଜଣ ବିଧାୟକଙ୍କ ଭୋଟ୍ ରହିବ । ସେହିଭଳି ୨ ବିଧାୟକଙ୍କୁ ନିଲମ୍ବନ ପରେ ବିଜେଡିର ୪୮ ଜଣ ସଦସ୍ୟ ଅଛନ୍ତି ।  ଗୋଟିଏ ଆସନ ପାଇଁ ୩୧ ବିଧାୟକଙ୍କ ଭୋଟ୍ ପରେ ବାକି ୧୭ଜଣଙ୍କ ଭୋଟ୍ ଦଳ ପାଖରେ ରହିବ ।  

Advertisment

ଅନୁରୂପ ଭାବେ କଂଗ୍ରେସର ୧୪ ବିଧାୟକ ଥିବା ବେଳେ ସହଯୋଗୀ ସିପିଏମର ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୫ଜଣ ସଦସ୍ୟଙ୍କ ସମର୍ଥନ ରହିଛି । ଯଦିଓ କଂଗ୍ରେସ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ତଥାପି ଦଳ ଏକାକୀ ଲଢିବ ବୋଲି କହିଛନ୍ତି ପିସିସି ସଭାପତି । 

ଓଡିଶା ରାଜନୀତିରେ ରାଜ୍ୟସଭା ନିର୍ବାଚନରେ ଘୋଡା ବେପାର ନୂଆ ନୁହେଁ । ୨୦୧୦ ମସିହାରେ ପ୍ୟାରୀମୋହନ ମହାପାତ୍ର ଏବଂ ବୈଷ୍ଣବ ପରିଡା ବିଜେଡିରୁ ରାଜ୍ୟସଭା ଯିବା ବେଳେ ଘୋଡା ବେପାର ହୋଇଥିଲା । ସେହିପରି ୨୦୧୪ ମସିହାରେ ମଧ୍ୟ ରଞ୍ଜୀବ ବିଶ୍ୱାଳ ରାଜ୍ୟସଭା ଯିବା ବେଳେ ମଧ୍ୟ ଘୋଡା ବେପାର ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

Advertisment

କୁହାଯାଉଛି ବିଜେଡି ଅନ୍ତଃକନ୍ଦଳର ଫାଇଦା ନେଇ ପାରନ୍ତି ଚତୁର୍ଥ ପ୍ରାର୍ଥୀ । ଚତୁର୍ଥ ଆସନ ଦଖଲ ପାଇଁ ଶାସକ ବିଜେପି ବି ଆପଣାଇ ପାରେ ବଡ଼ ରଣନୀତି । ଏହା ସହ ବାହାରୁ ବି କିଛି ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ସେମାନେ ବି ଘୋଡ଼ାବେପାର ଷ୍ଟ୍ରାଟେଜି ଆପଣାଇ ପାରନ୍ତି ।




Rajya Sabha Seats Deal Over Rajya Sabha Seats
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ