ସ୍କୁଟରକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିଲା କାର୍ Photograph: (OTV)
ସ୍କୁଟରକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିପଡ଼ିଲା କାର୍। ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ବୁଢିଖମାରୀ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, କାରଟି ବାରିପଦା ପଟୁ ବାଲେଶ୍ବର ଆଡ଼କୁ ଯାଉଥିବା ବେଳେ ସ୍କୁଟରକୁ ଧକ୍କା ଦେଇଥିଲା।
ଏଥିରେ ଥିବା ଜଣେ ବ୍ୟକ୍ତି ଓ ଛଅ ବର୍ଷର ଝିଅ ଯାଉଥିବା ବେଳେ ଉଭୟ ଛିଟିକି ପଡ଼ି ପୋଲ ତଳକୁ ଖସି ପଡ଼ିଥିଲେ। ପରେ କାରଟେ ପୋଲ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଇଥିଲେ। ସ୍କୁଟର ଚାଳକ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
- ସ୍କୁଟରକୁ ଧକ୍କା ଦେଇ ୨୦ ଫୁଟ୍ ତଳକୁ ଖସିଲା କାର୍
- ୧୮ ନଂ NH ବାରିପଦା ବୁଢ଼ିଖମାରୀରେ ଦୁର୍ଘଟଣା
- ସ୍କୁଟରରେ ଥିବା ଦୁଇ ଜଣ ଆହତ
- କାର୍ ରେ ଥିଲେ ପୁରା ପରିବାର, ସବୁ ଗୁରୁତର
- କାର୍ ପୋଲ ତଳକୁ ଖସିପଡ଼ିଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/horrific-road-accident-2026-02-09-18-28-36.jpg)