Advertisment

Overqualified but Unemployed: ହୋମଗାର୍ଡ ଚାକିରିରେ ଭର୍ତ୍ତି ହେଲେ ଉଚ୍ଚଶିକ୍ଷିତ ଏମଟେକ୍ - ବିଟେକ୍ ପିଲା, ପଦାକୁ ଆସିଲା ନିଯୁକ୍ତିର ବିକଳ ଚିତ୍ର

ହୋମ୍ ଗାର୍ଡ ଚାକିରିରେ ଭର୍ତ୍ତି ହେଲେ ଏମ୍ ଟେକ୍ ଆଉ ବି ଟେକ୍ ପିଲା। ରାଉରକେଲା ପୋଲିସ ଜିଲ୍ଲାରେ ଆଜି ୧୧୮ ଜଣ ପ୍ରାର୍ଥୀ ହୋମ୍ ଗାର୍ଡ୍ ଟ୍ରେନିଂ ସାରିବା ପରେ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ।

HOMEGUARD

HOMEGUARD Photograph: (OTV)

Advertisment

ହୋମ୍ ଗାର୍ଡ ଚାକିରିରେ ଭର୍ତ୍ତି ହେଲେ ଏମ୍ ଟେକ୍ ଆଉ ବି ଟେକ୍ ପିଲା। ରାଉରକେଲା ପୋଲିସ ଜିଲ୍ଲାରେ ଆଜି ୧୧୮ ଜଣ ପ୍ରାର୍ଥୀ ହୋମ୍ ଗାର୍ଡ୍ ଟ୍ରେନିଂ ସାରିବା ପରେ ଦୀକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ୧୧୮ ଉଚ୍ଚଶିକ୍ଷିତ। ସ୍ଥିତି ଏମିତିଯେ ଏମାନେ ନିଜ ଉପରିସ୍ଥ ଅଧିକାରୀଙ୍କ ଠାରୁ ବି ବେଶି ଶିକ୍ଷିତ। ମାତ୍ର ପଂଚମ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ଥିବା ହୋମଗାର୍ଡ ପଦବୀରେ ଏତେ ସଂଖ୍ୟାରେ ଉଚ୍ଚଶିକ୍ଷିତ ପିଲାଙ୍କୁ ପାଇ ପୋଲିସ ବିଭାଗ ଆଗକୁ ଅଧିକ ଦକ୍ଷ ହେବ ବୋଲି କହିଛନ୍ତି ପୋଲିସ ବିଭାଗର ଅଧିକାରୀ। ...

Advertisment

ଜଣେ ଇଞ୍ଜିନୟରିଂରେ ଗ୍ରାଜୁଏଟ୍, ଆଉ ଜଣେ ସୋସିଓଲଜିର ପୋଷ୍ଟ ଗ୍ରାଜୁଏଟ୍। ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଉଚ୍ଚ ଶିକ୍ଷା ପରେ ଏବେ ଦେହରେ ହୋମ୍ ଗାର୍ଡର ବର୍ଦ୍ଦି। ଆଖିକୁ ଅଲଗା ଆଉ କାନକୁ ଅଡୁଆ ଶୁଭୁଥିଲେ ବି କଥାଟା ସତ। ସ୍ଥାନ ରାଉରେକେଲା ପୋଲିସ ରିଜର୍ଭ ପଡ଼ିଆ। ଅବସର ରାଉରକେଲା ପୋଲିସ ଜିଲ୍ଲାର ହୋମଗାର୍ଡ ବାହିନୀର ପାସିଂ ଆଉଟ୍ ପରେଡ୍।

୮୨ ଦିନ ଧରି ଟ୍ରେନିଂ ନେବା ପରେ ପୋଲିସ ବାହିନୀରେ କାର୍ଯ୍ୟ କରିବାକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ୧୧୮ ଜଣ ଗୃହରକ୍ଷୀ ପ୍ରାର୍ଥୀ। ଯେଉଁମାନଙ୍କ ମଧ୍ୟରୁ ୩୪ ଜଣ ଇଂଜିନିୟରିଂ ଓ ଅନ୍ୟ ବିଭାଗରେ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍। ହୋମ୍ ଗାର୍ଡ ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା ମାତ୍ର ୫ ଶ୍ରେଣୀ। କିନ୍ତୁ ରାଉରକେଲା ପୋଲିସ ଜିଲ୍ଲାରେ ହୋମ୍ ଗାର୍ଡ ନିଯୁକ୍ତି ପାଇଁ ଶହ ଶହ ଉଚ୍ଚଶିକ୍ଷିତ ପିଲା ଆବେଦନ କରିବା ପରେ, ସେ ଭିତରୁ ଏବେ ୩୪ ଜଣ ହାଇ କ୍ବାଲିଫାଏଡ୍ ପ୍ରାର୍ଥୀ ହୋମଗାର୍ଡ ଭାବେ ନିଯୁକ୍ତି ପାଇଛନ୍ତି।...

Advertisment

୧୧୮ଜଣଙ୍କ ମଧ୍ୟରେ ୩୪ ଉଚ୍ଚଶିକ୍ଷିତ

ରାଉରକେଲା ପୋଲିସ ଜିଲ୍ଲାରେ ୧୧୮ ହୋମ୍ ଗାର୍ଡ ପଦବୀ ପୂରଣ ଲାଗି ଗତ ଫେବ୍ରୁଆରୀ ମାସରେ ବାହାରିଥିଲା ନିଯୁକ୍ତି ବିଜ୍ଞାପନ। ଯେଉଁ ପଦବୀ ପାଇଁ ଆବେଦନ କରିଥିଲେ ପ୍ରାୟ ୧୦ ହଜାର ପ୍ରାର୍ଥୀ। ସେ ଭିତରୁ ବହୁ ସଂଖ୍ୟାରେ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ ପିଲା, ହୋମ୍ ଗାର୍ଡ ପଦବୀ ପାଇଁ ଆବେଦନ କରିବାକୁ ନେଇ ଢେର ଚର୍ଚ୍ଚା ହୋଇଥିଲା। ଆଉ ଏବେ ସ୍ଥିତି ଏମିତି ଯେ ଏମାନେ ନିଜ ଉପରିସ୍ଥ ଅଧିକାରୀଙ୍କ ଠାରୁ ବି ବେଶି ଶିକ୍ଷିତ।

ଏ ସମ୍ପର୍କରେ ରାଉରକେଲା ଏସପି କହିଛନ୍ତି, ହୋମ୍ ଗାର୍ଡ ଚାକିରି ପାଇଁ ଆସିଥିବା ଉଚ୍ଚଶିକ୍ଷିତ ପିଲାଙ୍କର ପୋଲିସ ବାହିନୀର କାର୍ଯ୍ୟ କରିବାକୁ ସ୍ବତନ୍ତ୍ର ଇଚ୍ଛା ଥିଲା। ସେହିଭଳି ପୋଲିସ, ଫରେଷ୍ଟ, ଏକ୍ସସାଇଜ୍ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ଏ ଅଭିଜ୍ଞତାକୁ ଅଗ୍ରାଧିକାର ମିଳୁଥିବାରୁ କିଛି ପିଲା, ସେହି ଲକ୍ଷ୍ୟରେ ହୋମଗାର୍ଡ ଭାବେ କାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି।... 

Advertisment

ଏପଟେ ରାଉରେକଲା ପୋଲିସ ଜିଲ୍ଲାରେ ପ୍ରଥମ କରି ଏଥର ହୋମଗାର୍ଡ ବାହିନୀର ଦୀକ୍ଷାନ୍ତ ସମାରୋହ କରାଯାଇଥିବାରୁ ତାକୁ ବି ନେଇ ପୋଲିସ ବିଭାଗ, ନବ ନିଯୁକ୍ତ ହୋମଗାର୍ଡଙ୍କ ପରିବାର ଓ ସମ୍ପର୍କୀୟ ଓ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଲାଗି ରହିଥିଲା।...

Recruitment Homeguard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ