Advertisment

Niranjan Patnaik House Loot Case: ନିରଞ୍ଜନଙ୍କ ଘରୁ ଲୁଟ୍: ନିର୍ଦ୍ଦୋଷରେ ଲୁଟେରା ସ୍ପାଇଡର୍ ଖଲାସ

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହାଇପ୍ରୋଫାଇଲ୍ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା । ସାକ୍ଷପ୍ରମାଣ ଅଭାବରୁ ଜେଲରୁ ମୁକୁଳିଛି ହାଇପ୍ରୋଫାଇଲ୍ ଚୋର ସ୍ପାଇଡର ସତୀଶ ।

NIRANJAN HOUSE LOOT

NIRANJAN HOUSE LOOT Photograph: (OTV)

Advertisment

ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହାଇପ୍ରୋଫାଇଲ୍ ଲୁଟ୍ ଘଟଣାରେ ନିର୍ଦ୍ଦୋଷରେ ଖଲାସ ହେଲା ଲୁଟେରା। ସାକ୍ଷପ୍ରମାଣ ଅଭାବରୁ ଜେଲରୁ ମୁକୁଳିଛି ହାଇପ୍ରୋଫାଇଲ୍ ଚୋର ସ୍ପାଇଡର ସତୀଶ। 

Advertisment

ଅପରପକ୍ଷ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ କରିନପାରିବାରୁ JMFC-୩ କୋର୍ଟ ପକ୍ଷରୁ ସ୍ପାଇଡର ସତୀଶଙ୍କୁ ନଟ୍ ଫାଉଣ୍ଡ ଗିଲ୍ଟି କରି ଖଲାସ୍ କରାଯାଇଛି । ୨୦୨୫ ମସିହା ଜାନୁଆରୀ ୨୬ ତାରିଖରେ ନିରଞ୍ଜନଙ୍କ ଘରେ କଳାକନା ବୁଲାଇଥିଲା ହାଇଟେକ୍ ଚୋର ସ୍ପାଇଡର ସତୀଶ।

ଅଧରାତିରେ ନୟାପଲ୍ଲୀ ସ୍ଥିତ ଘରେ ପଶି ଲୁଟିନେଇଥିଲା ସୁନାଗହଣା ସହି ଟଙ୍କା ଓ ଦାମୀ ଘଡ଼ି। ନିରଞ୍ଜନଙ୍କ ଘରୁ ଚୋରି ପରେ ସେ ପ୍ରଥମେ ବରମୁଣ୍ଡା ଯାଇ ବସ୍ ଯୋଗେ ବିଜୟନଗରମ୍ ଖସିପଳାଇଥିଲା। କିନ୍ତୁ ସ୍ପାଇଡର୍ ସତୀଶ ପିନ୍ଧିଥିବା ରେଡିୟମ୍ ଜୋତା ହିଁ ତାକୁ ଧରା ପକାଇଦେଲା। 

Advertisment

ପ୍ରତ୍ୟେକଟି ସିସିଟିଭି ଫୁଟେଜରେ ରେଡ଼ିୟମ୍ ଜୋତା ସହ ସାମ୍ନାକୁ ଆସୁଥିଲା ସତୀଶର ଚେହେରା। ୧୦ ହଜାର ଫୋନ୍ ଓ ୪ଶହ ସିସିଟିଭିର ଯାଞ୍ଚ, ୫୦ ହାର୍ଡକୋର୍ ଚୋରଙ୍କ ହିଷ୍ଟ୍ରିର ଅନୁଧ୍ୟାନ କରି ଶେଷରେ ବିଶାଖାପାଟଣାର ଏକ ଗହଣା ଦୋକାନରୁ ସତୀଶକୁ ଧରିଥିଲା ପୋଲିସ ବହୁ ଆଡମ୍ବରରେ କ୍ରାଇମ ସିନ ରିକ୍ରିଏସନ ମଧ୍ୟ କରାଯାଇଥିଲା। 

ଗତବର୍ଷ ଏପ୍ରିଲ ୨୫ରେ ଚାର୍ଜସିଟ ଦାଖଲ ହୋଇଥିଲା। ସତୀଶ ବିରୋଧରେ ୩୪ଟି କେସ ଥିବା ସେତେବେଳେ କୁହାଯାଇଥିଲା । କିନ୍ତୁ ଫିଲ୍ମ ଷ୍ଟାଇଲରେ ଚିତ୍ରଣ କରାଯାଇଥିବା ଏହି କେସ ଗୁଡିକର ପ୍ରମାଣ କୋର୍ଟଙ୍କ ନିକଟରେ ଦାଖଲ କରିପାରିନଥିଲା ପୋଲିସ। ଯେଉଁଥିପାଇଁ ପୋଲିସର ତଦନ୍ତ ପ୍ରକ୍ରିୟାକୁ ଭର୍ତ୍ସନା କରିଛନ୍ତି କୋର୍ଟ। 

Advertisment
Odisha Police Niranjan Patnaik Spider Satish Niranjan Patnaik House Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ