Advertisment

High Pitched Final Campaign: ଶେଷ ପର୍ଯ୍ୟାୟ କ୍ୟାମ୍ପେନରେ କମ୍ପୁଛି ନୂଆପଡ଼ା , ବିଶାଳ ରୋଡ୍ ଶୋ କରି ଭୋଟ୍ ମାଗିଲେ ମୁଖ୍ୟମନ୍ତ୍ରୀ

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ହେଭିୱେଟ ବସନ୍ତ ପଣ୍ଡାଙ୍କୁ ସାଙ୍ଗରେ ଧରି ମାରାଥନ୍ ପ୍ରଚାର । ଆଜି ଦ୍ୱିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ଆଉ ନବୀନଙ୍କୁ ପୁଣି ଥରେ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

MOHAN-ROAD-SHOW

MOHAN-ROAD-SHOW Photograph: (OTV)

Advertisment

ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ହେଭିୱେଟ ବସନ୍ତ ପଣ୍ଡାଙ୍କୁ ସାଙ୍ଗରେ ଧରି ମାରାଥନ୍ ପ୍ରଚାର । ଆଜି ଦ୍ୱିତୀୟ ଥର ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇ ବିଜେଡି ଆଉ ନବୀନଙ୍କୁ ପୁଣି ଥରେ କଡା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ ମୁଖ୍ୟମନ୍ତ୍ରୀ ନୂଆପଡାରେ ପହଂଚି ସୁନାବେଡା ଯାଇ ମା ସୁନା ଦେଈଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ। ପରେ ସେହିଠାରେ ନିର୍ବାଚନୀ ମଞ୍ଚରେ ବିଜେଡିକୁ ଟାର୍ଗେଟ କରି କହିଥିଲେ ନବୀନ ବାବୁ 24 ବର୍ଷରେ ନୂଆପଡ଼ାର ଆଦିବାସୀ ଜନଜାତିଙ୍କ ପ୍ରତି  ଅବହେଳା କରିଛନ୍ତି। ମୁଁ ସରପଞ୍ଚ ଥିଲି, ଆଦିବାସୀ ପରିବାରର. ତେଣୁ ଆଦିବାସୀଙ୍କ ଦୁଃଖ ବୁଝିବୁ। ନବୀନ ବାବୁ ଖାଲି ଭୁବନେଶ୍ୱରରେ ରହି କହିଲେ ଆପଣମାନେ ଖୁସି ତ। ବିରୋଧୀ ଦଳ ନେତା  ଆପଣକଙ୍କ ଅଞ୍ଚଳକୁ ଆସିବେ ନା ଆପଣଙ୍କ ଭାଷାରେ କଥା ହେବେ ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ।...

Advertisment



ଆସନ୍ତାକାଲି ପ୍ରଚାରର ଶେଷ ଦିନ ଥିବାରୁ କଂଗ୍ରେସ ଓ ବିଜେଡି ବି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଆଜି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ରାଜ୍ୟ ନେତୃତ୍ବଙ୍କ ସହ କୋମନା ଅଞ୍ଚଳରେ ପ୍ରଚାର କରୁଥିଲା ବେଳେ ଆସନ୍ତାକାଲି କେନ୍ଦ୍ରୀୟ ନେତା ତଥା ସାଧାରଣ ସଂପାଦକ ସଚିନ୍ ପାଇଲଟ୍ ମୈଦାନକୁ ଓହ୍ଲାଉଥିବା କୁହାଯାଉଛି। ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନାରେ ରାଲି କରିବା ସହ ଘର ଘର ବୁଲି ଭୋଟ୍ ଭିକ୍ଷା କରିଛନ୍ତି।...

 ନିର୍ବାଚନ ପ୍ରଚାରକୁ ଆଉ ମାତ୍ର ଗୋଟିଏ ଦିନ ବାକି ଥିଲା ବେଳେ ନୂଆପଡ଼ା ଗଡ଼ ଜିତିବାକୁ ଜି ଜାନ୍ ଲଗେଇ ଦେଇଛନ୍ତି 3 ଦଳ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ