SHILABATI Photograph: (OTV)
ଗଞ୍ଜେଇର ବାଦଶାହା କୋରାପୁଟର ଶିଳାବତୀ, ନାଁଟା ଯେମିତି କୌତୁକିଆ, ତାର ଗ୍ରୀନ୍ ଗ୍ରୀନ୍ ରୂପ ବି ସେମିତି ଛନଛନିଆ। ଅମଳ ପରେ ମହକୁଛି, କୋରାପୁଟରୁ ଯାଇ ବିଭିନ୍ନ ରାଜ୍ୟରେ ମନ ମୋହୁଛି ଶିଳାବତୀ। ନମ୍ବର ୱାନ୍ ବ୍ରାଣ୍ଡ ଭାବରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ତିଆରି କରିଛି। ଦେଶରେ ଯେତେ ପ୍ରକାର ଗଞ୍ଜେଇ ଅଛି ସବୁଠୁ ଆଗରେ କୋରାପୁଟରୁ ଉତ୍ପାଦିତ ଏହି ଉତ୍କୃଷ୍ଟ କିସମର ଗଞ୍ଜେଇ।
ଦିଲ୍ଲୀ, ବିହାର, ୟୁପି, କେରଳ, ପଣ୍ଡିଚେରୀ, ତାମିଲନାଡୁ, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରରେ ଚାହିଦା ଆକାଶଛୁଆଁ। ଶିଳାବତୀ ପ୍ରେମରେ ଅଧିକ ପଡୁଛନ୍ତି ଯୁବପିଢି। ଡିମାଣ୍ଡ ଥିବାରୁ ବହୁଳ ଭାବରେ ଚାଷ ହେଉଛି। ପକେଟ୍ ଗରମ କରୁଛନ୍ତି ଚାଷୀ, ଆଉ ଶିଳାବତୀକୁ ଚାଲାଣ କରି ମାଲେମାଲ ବି ମାଫିଆ। କମ୍ ଦାମରେ କିଣି ରାଜ୍ୟ ବାହାରେ ୧୦ ଗୁଣା ଅଧିକ ଦରରେ ବିକୁଛନ୍ତି। ୬ ମାସ ଚାଷ କଲେ ବର୍ଷ ସାରା ଚାଲୁଛି ବେପାର। ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସୁନାମ ଅର୍ଜିଥିବା କୋରାପୁଟ ଗଞ୍ଜେଇ ପାଇଁ ଏବେ ଦୁର୍ନାମ ମୁଣ୍ଡେଇଛି। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ। ...
ହିମାଚଳ, ଉତ୍ତରାଖଣ୍ଡ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଉତ୍ପାଦିତ ଗଞ୍ଜେଇକୁ ବହୁ ପଛରେ ପକାଇଛି ଶିଳାବତୀ। ଥୋକେ ମାରିଲେ ବେଶ କିଛି ଘଣ୍ଟା ରହୁଛି ନିଶା। ଶରୀରକୁ ଚାଲି ଆସୁଛି ଶହେ ସିଂହର ବଳ। ବିଶେଷଜ୍ଞଙ୍କ ମତରେ, ପ୍ରଥମେ ପ୍ରଥମେ ନେଲେ ମଜା ଲାଗେ। କିନ୍ତୁ ଅଭ୍ୟାସଗତ ଭାବରେ ସେବନ କଲେ ଲୋକଙ୍କୁ ମାନସିକ ବିକାରଗ୍ରସ୍ତ କରି ଦେଉଛି ଶିଳାବତୀ ପ୍ରେମ। ସ୍କିଜୋଫେନିଆ ଭଳି ରୋଗର ଶିକାର ହେଉଛନ୍ତି ଅନେକ।
ଶିଳାବତୀକୁ ନେବା ପାଇଁ ରାଜ୍ୟ ବାହାର ମାଫିଆମାନେ ଆସୁଛନ୍ତି କୋରାପୁଟ। ଟୁରିଷ୍ଟ ବାହାନାରେ ବୁଲି ଆସି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଟ୍ରେନକୁ ସୁରକ୍ଷିତ ଗେଟ୍ ୱେ ବାଛିଛନ୍ତି ମାଫିଆ। କୋରାପୁଟରୁ ଭାୟା ବିଶାଖାପାଟଣା, ରାୟଗଡ଼ା ଦେଇ ଟ୍ରେନରେ ବିଭିନ୍ନ ରାଜ୍ୟକୁ ଚାଲାଣ ହେଉଛି ଶିଳାବତୀ। ବେକାର ଶିକ୍ଷିତ ଯୁବକ, କଲେଜ ପଢୁଆ ଓ ମହିଳାଙ୍କୁ ହାତବାରିସୀ କରି ସେମାନଙ୍କ ଜୀବନ ସହ ଖେଳ ଖେଳୁଛନ୍ତି ମାଫିଆ। ଗତ ୮ ମାସରେ ପୋଲିସ ୮ ଯୁବତୀଙ୍କ ସମେତ ୪୮ ଜଣଙ୍କୁ ବାନ୍ଧିଛି। ଗିରଫ ଅଭିଯୁକ୍ତଙ୍କ ଭିତରେ ଅଛନ୍ତି ଦଶମ ପାସ ପିଲାଙ୍କ ସମେତ ଆଇଟିଆଇ ଓ ବିଟେକ ପଢୁଆ। ...
ଶିଳାବତୀ ଗଞ୍ଜେଇକୁ ନେଇ ବି ନିର୍ମାଣ ହୋଇଛି ଫିଲ୍ମ ଘାଟି। ଯେଉଁଥିରେ କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣ, ବଡ଼ ବଡ଼ ଅନ୍ତର୍ଜାତୀୟ ରାକେଟର ସଂପୃକ୍ତି ସହ ବିଦେଶରେ କିଭଳି ଏହାର ଚାହିଦା ରହିଛି ତାକୁ ସିନେମାଟିକ ଶୈଳୀରେ ଦର୍ଶାଯାଇଛି। ଫିଲ୍ମର ମୁଖ୍ୟ ଭୂମିକାରେ ରହିଥିଲେ ସାଉଥ୍ କୁଇନ୍ ଅନୁଷ୍କା ସେଟ୍ଟୀ ଓ ବିକ୍ରମ ପ୍ରଭୁ। ଫିଲ୍ମ ଘାଟିର ସୁଟିଂ କୋରାପୁଟ ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଲୋକେସନରେ କରାଯାଇଥିଲା। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/shilabati-2025-10-30-21-05-15.jpg)