Advertisment

High Court Scraps ASO Recruitment Exam: କାହିଁକି ବାତିଲ ହେଲା ହାଇକୋର୍ଟ ASO ପରୀକ୍ଷା ? ଡିସେମ୍ବର ୭ରେ ତିନିଟି ସିଫ୍ଟରେ ସାନି ପରୀକ୍ଷା ହେବ

କାହିଁକି ବାତିଲ ହେଲା ହାଇକୋର୍ଟର ଆସିଷ୍ଟାଣ୍ଟ ସେକସନ୍ ଅଫିସର ପରୀକ୍ଷା । ସାମ୍ନାକୁ ଆସିଲା କି ପରୀକ୍ଷାରେ ଦୁର୍ନୀତିର ଗନ୍ଧ ? ନା ରହିଛି ଅନ୍ୟ କିଛି କାରଣ ? ଏହା ସ୍ପଷ୍ଟ ହୋଇ ନ ଥିଲେ ବି ହାଇକୋର୍ଟ ଏଏସ୍ଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ କରିଛନ୍ତି ।

ASO EXAM CANCELLED

ASO EXAM CANCELLED Photograph: (OTV)

Advertisment

ମହାକେଳେଙ୍କାରୀ ଅଭିଯୋଗରେ ପୋଲିସ SI ପରୀକ୍ଷା ବାତିଲ ହେବାପରେ ଗତକାଲି ASO ପରୀକ୍ଷାକୁ ରବ୍ଦ କରିଛନ୍ତି ହାଇକୋର୍ଟ । SI ପରୀକ୍ଷା ଯେଉଁ ସଂସ୍ଥା କରିଥିଲା ହାଇକୋର୍ଟର ASO ଲିଖିତ ପରୀକ୍ଷାରେ ଲଜିଷ୍ଟିକ ସପୋର୍ଟ ସେହି ସଂସ୍ଥା କରିଥିଲା । ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଏବଂ ଗୁରୁତର ତ୍ରୁଟି ଜାଣିବାପରେ ଅଚାନକ ପରୀକ୍ଷାକୁ ବାତିଲ କରି ସାନି ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ହାଇକୋର୍ଟ । ତେଣେ ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ଭିତରେ ଅସନ୍ତୋଷ ବଢିଥିବା ବେଳେ ପରୀକ୍ଷାର ସ୍ବଚ୍ଛତା ପାଇଁ ନୂଆ ପଦ୍ଧତି ଆପଣାଇବା ପାଇଁ ମତ ରଖିଛନ୍ତି ପୂର୍ବତନ ପ୍ରଶାସକ।...

Advertisment

କାହିଁକି ବାତିଲ ହେଲା ହାଇକୋର୍ଟର ଆସିଷ୍ଟାଣ୍ଟ ସେକସନ୍ ଅଫିସର ପରୀକ୍ଷା । ସାମ୍ନାକୁ ଆସିଲା କି ପରୀକ୍ଷାରେ ଦୁର୍ନୀତିର ଗନ୍ଧ ?
ନା ରହିଛି ଅନ୍ୟ କିଛି କାରଣ ? ଏହା ସ୍ପଷ୍ଟ ହୋଇ ନ ଥିଲେ ବି ଗତକାଲି ହାଇକୋର୍ଟ ଏଏସ୍ଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ କରିଛନ୍ତି । ASO ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଏଜେନ୍ସିର ସାଙ୍ଘାତିକ ତ୍ରୁଟି ବିଷୟରେ ହାଇକୋର୍ଟ ଜାଣିବା ପରେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଆସନ୍ତା ଡିସେମ୍ବର ମାସ ୭ ତାରିଖରେ ତିନୋଟି ସିଫ୍ଟରେ ସାନି ପରୀକ୍ଷା କରିବାକୁ ସ୍ଥିର କରିଛନ୍ତି ହାଇକୋର୍ଟ । ମିଳିଥିବା ସୂଚନା ଅନୁସାରେ, OPRB ଦ୍ବାରା ପରିଚାଳିତ SI ପରୀକ୍ଷାକୁ ଲଜିଷ୍ଟିକ ସପୋର୍ଟ ଯୋଗାଇବା ନାଁରେ ମହାକେଳେଙ୍କାରୀ କରିଥିବା ସଂସ୍ଥା ହିଁ ହାଇକୋର୍ଟ ଦ୍ବାରା ପରିଚାଳିତ ASO ପରୀକ୍ଷା ପରିଚାଳନା କରିଥିଲା ।

Advertisment

ତେଣୁ ପରୀକ୍ଷାରେ ଗଡବଡର ବଡ ସୁରାକ ପାଇବା ପରେ ହାଇକୋର୍ଟ ମେନ୍ ପରୀକ୍ଷାକୁ ବାତିଲ କରିଛନ୍ତି । ଗତ ମେ ୪ ତାରିଖରେ ହୋଇଥିବା ପ୍ରିଲିମିନାରି ପରୀକ୍ଷାରେ ଉତ୍ତୀର୍ଣ୍ଣ ୭ ହଜାର ୧୧୩ ଜଣ ମେନ୍ ପରୀକ୍ଷା ଦେଇଥିଲେ। ତେବେ ମେନ୍ ପରୀକ୍ଷା ଫଳ ପ୍ରକାଶ ପୂର୍ବରୁ ହାଇକୋର୍ଟଙ୍କ ଏପରି ନିଷ୍ପତ୍ତି ଆଶାୟୀଙ୍କ ଆଶା ମଉଳି ଯାଉଛି ।

ଗତ ୨୦୨୪ ମେ ମାସରେ ଓଡିଶା ହାଇକୋର୍ଟ ୧୫୮ ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ପରୀକ୍ଷାର ଚାରୋଟି ସୋପାନ ମଧ୍ୟରୁ ଦୁଇଟି ଲିଖିତ ପରିକ୍ଷା ପରିଚାଳନାରେ ନିୟୋଜିତ ଏଜେନ୍ସିର ସ୍ବଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ କୋର୍ଟ । 

Advertisment

ବଡ କଥା ହେଉଛି ଗତ ଜୁଲାଇ ମାସରୁ ପରୀକ୍ଷା ସରିଥିବା ବେଳେ ଏବେ ଏମିତି କଣ ଜାଣିବାକୁ ପାଇଲେ ହାଇକୋର୍ଟ, ଯେଉଁଥିପାଇଁ ପରୀକ୍ଷାକୁ ରବ୍ଦ କଲେ। ତେଣେ ପୂର୍ବତନ ପ୍ରଶାସକଙ୍କ କହିବା କଥା ବାରମ୍ବାର ନିଯୁକ୍ତି ପରୀକ୍ଷାରେ ହେଉଥିବା ତ୍ରୁଟିକୁ ସଂଶୋଧନ କରିବା ଦରକାର । ରେଳୱେ ଯେଭଳି ପରୀକ୍ଷା ସଂପାଦନ କରୁଛି ଓଡିଶା ସରକାର କାହିଁକି ସେଭଳି ପରୀକ୍ଷା କରୁନାହାନ୍ତି ।

High Court ASO Recruitment ASO Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ