Advertisment

ଯୌତୁକ ପାଇଁ ନିଷ୍ଠୁର ହେଲେ ଶାଶୂ ଘର ...

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା […]

ଯୌତୁକ ପାଇଁ ନିଷ୍ଠୁର ହେଲେ ଶାଶୂ ଘର ...

death

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ବାପଘର ଛାଡ଼ି ପରକୁ ଆପଣାର କରି ସେ ଦେଖିଥିଲେ ଅନେକ ସ୍ୱପ୍ନ। ଆଉ ମଥାରେ ସିନ୍ଦୂର ଓ ହାତରେ ଶଂଖା ପିନ୍ଧି ଦୁହିତାରୁ ହୋଇଥିଲେ କୁଳବଧୂ। ସ୍ୱାମୀଙ୍କୁ ନେଇ କରିଥିଲେ ସଂସାର। ହେଲେ ସ୍ୱପ୍ନ ରହିଗଲା ଅଧାରେ। ବାପା-ମାଆଙ୍କୁ ଛାଡ଼ି ଯେଉଁମାନଙ୍କୁ ଅତି ଆପଣାର ଭାବିଥିଲେ, ସେମାନେ ପାଲଟିଗଲେ ଦାନବ। ଆଉ ଶେଷରେ ଯୌତୁକ ପାଇଁ ନେଇଗଲେ ନବବଧୂଙ୍କ ଜୀବନ। ଆଜି ଏମିତି ଏକ ଘଟଣା ଆଲୋଚ୍ୟ ବିଷୟ ପାଲଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ।

Advertisment

ଆଜକୁ ୭ ମାସ ତଳେ କଲୋନୀ ସାହିର ନିରଞ୍ଜନ ସାହୁଙ୍କ ପୁଅ ସୁଜିତ ସୁରାନାଳୀ ଗାଁରେ ଆରତି ସାହୁଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲେ। ଏପରିକି ଦାବି ମୁତାବକ ଯାନିଯୌତୁକ ମଧ୍ୟ ଦିଆଯାଇଥିଲେ। ତେବେ ଗତକାଲି ବାପ ଘର ଲୋକେ ଆରତିଙ୍କ ଶାଶୂ ଘରକୁ ଆସିଥିଲେ। ମାତ୍ର ଝିଅକୁ ପାଇନଥିଲେ। ଏପରିକି ଶାଶୂ ଘର ଲୋକ ସନ୍ତୋଷଜନକ ଉତ୍ତର ମଧ୍ୟ ଦେଇନଥିଲେ।

ପରେ ଆରତିଙ୍କ ବାପ ଘର ଲୋକେ ଏନେଇ ରାସୋଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଅଭିଯୋଗକୁ ଭିତ୍ତିକରି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପରେ ଶାଶୂ ଘର ଲୋକଙ୍କୁ ଜେରା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଆରତିଙ୍କ ବେକରେ ଲୁଗା ଚାପି ମାରିଥିଲେ। ପରେ ମୃତଦେହକୁ ଅଖାରେ ପୂରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

Advertisment

ଆଜି ପୁଲିସ ଜଙ୍ଗଲରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସ୍ୱାମୀ ସୁଜିତ ସାହୁ, ଶ୍ୱଶୁର ନିରଞ୍ଜନ ସାହୁ ଓ ଶାଶୂ କୁମୁଦିନୀ ସାହୁଙ୍କୁ ଗିରଫ କରିଛି। ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ