Advertisment

Tragedy Strikes: ଏକା ସଙ୍ଗେ ମା’ ସହ ଦୁଇ ପୁଅ ଚାଲିଗଲେ ଆରପାରିକୁ

ଏକା ସଙ୍ଗେ ମା’ ସହିତ ଦୁଇ ଦୁଇ ଜଣ ଭେଣ୍ଡିଆ ପୁଅ ଆରପାରିକୁ ଚାଲି ଯାଇଛନ୍ତି । ବିଷାକ୍ତ ଖାଦ୍ୟ ଗୋଟିଏ ପରିବାରର ତିନି ତିନି ଜଣଙ୍କ ଜୀବନ ନେଇଛି । ପରିବାର ଉଛନ୍ନ କରିଦେଇଛି ପାଳଙ୍ଗ ଶାଗ !

Food-Poison-Death

Food-Poison-Death Photograph: (OTV)

Advertisment

ଏଠି କାନ୍ଦିବାକୁ କାହା ଆଖିରେ ଆଉ ଲୁହ ନାହିଁ । କି କିଛି କହିବାକୁ କାହା ପାଟିରୁ ଶବ୍ଦଟିଏ ବି ବାହାରୁନି । ଅନେକ କଷ୍ଟ ସହି ଛାତିକୁ ପଥର କରି ଯେଉଁ ବାପା ତା’ ପିଲାମାନଙ୍କୁ ବଡ଼ କରିଥିଲେ ସେ ଆଉ ନାହାନ୍ତି । ଏକା ସଙ୍ଗେ ମା’ ସହିତ ଦୁଇ ଦୁଇ ଜଣ ଭେଣ୍ଡିଆ ପୁଅ ଆରପାରିକୁ ଚାଲି ଯାଇଛନ୍ତି । ବିଷାକ୍ତ ଖାଦ୍ୟ ଗୋଟିଏ ପରିବାରର ତିନି ତିନି ଜଣଙ୍କ ଜୀବନ ନେଇଛି । ପରିବାର ଉଛନ୍ନ କରିଦେଇଛି ପାଳଙ୍ଗ ଶାଗ ! ଆଉ ରାତିର ଚିକେନ୍ ଖାଇ ଶୋଇବା ପରେ ଆଉ ନିଦରୁ ଉଠିନାହାନ୍ତି ମା’ ଗୋଲାପ ଓ ଦୁଇ ପୁଅ ପିଣ୍ଟୁ ଏବଂ ଲିଣ୍ଟୁ । 

Advertisment

ପାଳଙ୍ଗ ଶାଗ ଖାଇ ଶୋଇଥିଲେ

ଢେଙ୍କାନାଳ ଜିଲ୍ଲାର କଣ୍ଟାବଣିଆ ଥାନା ଇଟାପ ଗାଁର ଏହି ଘଟଣା । ଗତକାଲି ରାତିରେ ଅନ୍ତର୍ଯ୍ୟାମୀ ସାହୁଙ୍କ ପତ୍ନୀ  ଓ ଦୁଇ ପୁଅ ପିଣ୍ଟୁ ଏବଂ ଲିଣ୍ଟୁ ଚିକେନ୍ ପାଳଙ୍ଗ ଶାଗ ଖାଇ ଶୋଇଥିଲେ । ହେଲେ ନିଜେ ଅନ୍ତର୍ଯ୍ୟାମୀ ଓ ବଡ଼ ପୁଅ ଖାଇନଥିଲେ । ତେଣୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଉ ପରିବାରର ତିନି ତିନି ଜଣ ସଦସ୍ୟ ଆଖି ବୁଜିଛନ୍ତି । ସକାଳୁ କବାଟ ନଖୋଲିବାରୁ ପଡ଼ୋଶୀମାନେ ସନ୍ଦେହ କରିବା ସହ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । 

ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ପହଞ୍ଚି ଏ ସମ୍ପର୍କରେ ପଚରାଉଚରା କରୁଛି । ସେପଟେ ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ । ତେବେ ଚିକେନ ଏବଂ ପାଳଙ୍ଗ ଶାଗ କିଭଳି ବିଷ ପାଲଟିଗଲା ତାହା ସ୍ପଷ୍ଟ ଜଣାପଡ଼ିନଥିବା ବେଳେ ଖାଦ୍ୟରେ କେହି ବିଷ ମିଶାଇ ଦେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

Advertisment

Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ