Sambalpur-Son-Suicide-after-msg-to-mother Photograph: (OTV)
'ମାଆ ଲୋ ମୁଁ ତତେ ଭାରି ଭଲ ପାଏ । ତୋ ଦୁଃଖ ଆଉ ସହିପାରୁନି । ମୁଁ ଯାଉଛି କେନାଲକୁ ଡେଇଁ ଜୀବନ ହାରିବି । ମୋ ଜିନ୍ସ ପକେଟ୍ରେ ପର୍ସ ଅଛି । ମୋ ଏଟିଏମ୍ରେ ୧୨,୦୦୦ ଟଙ୍କା ଉଠାଇଦେବୁ । ମୁଁ ଯାଉଛି ମାଆ'... ହସ୍ପିଟାଲ ବେଡ୍ରେ ପଡିଥିବା ରୋଗୀଣା ମାଆକୁ ଏମିତି ଗୋଟିଏ ଭାବବିହ୍ୱଳ ମେସେଜ ପଠାଇ ଚାଲିଗଲା ଭେଣ୍ଡିଆ ପୁଅ । ଗଲା ଯେ ଆଉ ଫେରିଲା ନାହିଁ । ଦୁଇ ଦିନ ପରେ ଆଜି ସମ୍ବଲପୁରର ଚିପିଲିମା ପାୱାର ଚ୍ୟାନେଲରୁ ମିଳିଲା ପୁଅର ମଲା ଶରୀର । ଏ ଘଟଣା ଯେତିକି ଦୁଃଖଦ, ସେତିକି ହୃଦୟ ବିଦାରକ ।
ବଲାଙ୍ଗୀରର ସୌରଭ ସମ୍ବିତ । ତାଙ୍କ ମାଆ ଏକ ଜଟିଳ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପାଇଁ ମାଆକୁ ସମ୍ବଲପୁର ବୁର୍ଲା ଭୀମସାର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆଖି ସାମ୍ନାରେ ମାଆକୁ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଭାଙ୍ଗିପଡ଼ିଥିଲେ ସୌରଭ । ଗତ ବୁଧବାର ରାତିରେ ସେ ହଠାତ୍ ହସ୍ପିଟାଲରୁ କୁଆଡ଼େ ପଳାଇଥିଲେ । ପରେ ମାଆଙ୍କ ପାଖକୁ ପଠାଇଥିଲେ ଏକ ଭାବବିହ୍ୱଳ ମେସେଜ୍ । ଯେଉଁଥିରେ ସେ ଜୀବନ ହାରିବାକୁ ଯାଉଥିଲେ ଲେଖିଥିଲେ ସୌରଭ ।
ବୁଧବାରଠୁ ନିଖୋଜ ରହିଥିଲେ ସୌରଭ । ମେସେଜ ଅନୁସାରେ ବୁର୍ଲା ପୋଲିସ ଓ ଦମକଳ ବାହିନୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ଶେଷରେ ୨ ଦିନ ପରେ ଆଜି ସମ୍ବଲପୁର ଚିପିଲିମା ପାୱାର ଚ୍ୟାନେଲରୁ ଉଦ୍ଧାର ହୋଇଛି ତାଙ୍କର ମୃତଦେହ ।
ତେବେ କାହିଁକି କେଉଁ ପରିସ୍ଥିତିରେ ପଡ଼ି ସୌରଭ ଏଭଳି ଚରମ ନିଷ୍ପତ୍ତି ନେଲେ ତାର ପ୍ରକୃତ କାରଣ ଜଣାପଡିନି । ଏନେଇ ଛାନଭିନ୍ ଜାରି ରଖିଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/sambalpur-son-suicide-after-msg-to-mother-2025-10-26-16-13-07.jpg)