Advertisment

Contaminated Pond Water: ପୋଖରୀ ପାଣିରେ ବିଷ ! ଦେଖାଦେଇଛି ମାରାତ୍ମକ ରୋଗର ଭୟ

ମନ୍ଦିରର ବର୍ଜ୍ୟବସ୍ତୁ ସହ ବାହାର ଲୋକ ଅଳିଆ ଆବର୍ଜନା ପୋଖରୀକୁ ଫିଙ୍ଗିବା ଦ୍ଵାରା ଏହି ପାଣି ବ୍ୟବହାର ପାଇଁ ଉପଯୋଗୀ ହୋଇ ନାହିଁ। ଏନେଇ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ମୁଖ୍ୟ ବୈଜ୍ଞାନିକ।

Pipili-Water-Pollution

Pipili-Water-Pollution Photograph: (OTV)

Advertisment

ପୁରୀ ଜିଲ୍ଲା କଣାସ ବ୍ଳକ ଗଡ଼ସାହି ପଂଚାୟତର ହରଚଣ୍ଡି ପୋଖରୀ। ମହିଳାମାନଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାମାନେ ସମସ୍ତେ ଗାଧୋଇବା ପାଇଁ ଏହି ପୋଖରୀକୁ ଧାଇଁ ଆସନ୍ତି। ଖାଲି ସେତିକି ନୁହେଁ, ପରିବା ଧୂଆ ଠାରୁ ଆରମ୍ଭ କରି ବାସନ ମାଜିବା ଏପରିକି ଲୁଗା ସଫା କରିବା ସବୁକିଛି ଏହି ପୋଖରୀରେ ହୁଏ। ପୋଖରୀ ପାଣି ଏତେ ବିଷାକ୍ତ ହୋଇଯାଇଛି ଅନେକ ସମୟରେ ମାଛଗୁଡ଼ିକ ମରି ଭାସୁଥିବା ଦେଖିବାକୁ ମିଳେ। ତେବେ ପୋଖରୀର ପାଣି ବ୍ୟବହାର ଅନୁପଯୁକ୍ତ ହୋଇଥିଲେ ମଧ୍ୟ ଆଖପାଖରେ ପାଣିର ସୁବିଧା ନ ଥିବାର ବାଧ୍ୟହୋଇ ଲୋକମାନେ ଏହାକୁ ବ୍ୟବହହାର କରୁଥିବା କହିଛନ୍ତି।

Advertisment

ପୋଖରୀର ଜଳକୁ ପରୀକ୍ଷା କରାଯିବା ସହିତ ଏହାର ମାନ କିଭଳି ରହିଛି ସେ ସମ୍ପର୍କରେ ଜାଣିବା ପାଇଁ ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ଼ ର କେନ୍ଦ୍ରୀୟ ପରୀକ୍ଷାଗାର କୁ ପଠାଯାଇଥିଲା । ସେଠାରେ ପ୍ରସ୍ତୁତ ପରୀକ୍ଷା ରିପୋର୍ଟ ଅନୁଯାୟୀ ପୋଖରୀର ପାଣିକୁ ପିଇବା ତ ଦୂରର କଥା ଗଧୋଇବା ଉପଯୁକ୍ତ ନୁହେଁ ବୋଲି ଦର୍ଶାଯାଇଛି। ଏହି ପାଣିକୁ ବ୍ୟବହାର କଲେ କଲେରା, ଟାଇଫଏଡ଼, ଜଣ୍ଡିସ, ହେପାଟାଇଟିସ A ଓ ଡ଼ାଏରିଆ ଭଳି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ସେପଟେ ଅନେକ ଲୋକ ଚର୍ମ ରୋଗରେ ପୀଡିତ ହେଉଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କହିଛନ୍ତି। 

ହରଚଣ୍ଡି ପୋଖରୀର ପାଣି ପ୍ରଦୂଷିତ ହେବା ଘାଟଣାରେ ରିପୋର୍ଟ ପ୍ରଦାନ କରିଛି ରାଜ୍ୟ ପ୍ରଦୂଷଣ ବୋର୍ଡ ଟେଷ୍ଟିଂ ଲାବ୍ରୋଟରୀ। ଗତ ୧୭ ତାରିଖରେ ରିପୋର୍ଟରେ ଉଲ୍ଲେଖ କରିଛି ଯେ ମନ୍ଦିରର ବର୍ଜ୍ୟବସ୍ତୁ ସହ ବାହାର ଲୋକ ଅଳିଆ ଆବର୍ଜନା ପୋଖରୀକୁ ଫିଙ୍ଗିବା ଦ୍ଵାରା ଏହି ପାଣି ବ୍ୟବହାର ପାଇଁ ଉପଯୋଗୀ ହୋଇ ନାହିଁ। ଏନେଇ ଜିଲ୍ଲାପାଳ ଏବଂ ସ୍ଥାନୀୟ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଥିବା କହିଛନ୍ତି ମୁଖ୍ୟ ବୈଜ୍ଞାନିକ।

Advertisment

ତେବେ ପୋଖରୀର ବିଶାକ୍ତ ଜଳକୁ ବୈଜ୍ଞାନିକ ପ୍ରଣାଳୀରେ ବିଶୋଧିତ କରାଗଲେ ଏହା ଲୋକମାନଙ୍କ ବ୍ୟବହାର ଉପଯୋଗୀ ହୋଇପାରିବ ବୋଲି କୁହାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ