dipali-das
ଭୁବନେଶ୍ୱର: ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ନବଙ୍କ ପାଇଁ ଦୀପାଳି ଯୋଗଦେଇଥିଲେ। ଏନେଇ ଦୀପାଳି ନିଜ ଫେସବୁକରେ ମଧ୍ୟ ଉଲ୍ଲେଖ କରିଛନ୍ତି। କୌଣସି ମନ୍ତ୍ରୀ, ବିଧାୟକ କିମ୍ବା ସାଂସଦ ନିଜର ରକ୍ତ ସଂପର୍କୀୟଙ୍କୁ ପ୍ରତିନିଧି କରିପାରିବେ ନାହିଁ ବୋଲି ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ମଧ୍ୟ ନବ ୨୦୧୯ରେ ନିଜ ଝିଅଙ୍କୁ ପ୍ରତିନିଧି କରିଥିଲେ। ହେଲେ ଏନେଇ ବିବାଦ ଦେଖାଦେବାରୁ ସେ ପ୍ରତ୍ୟାହାର କରି ନେଇଥିଲେ। ଏବେ ତାଙ୍କ ଝିଅ ପୂର୍ବଭଳି ତାଙ୍କର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଛନ୍ତି। ଏଣୁ ନବ ପୁଣି କେବେ ତାଙ୍କ ଝିଅଙ୍କୁ ପ୍ରତିନିଧି କରାଇଲେ, ସେନେଇ ସ୍ପଷ୍ଟ କରନ୍ତୁ ବୋଲି ଜିଲ୍ଲା ବିଜେପି ଦାବି କରିଛି। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dipali-das_1624881921.jpg)