Advertisment

ପଦାରେ ପଡ଼ିଲା କି ରାଜ୍ୟ ସରକାରଙ୍କ ମିଛ?

ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର।

ପଦାରେ ପଡ଼ିଲା କି ରାଜ୍ୟ ସରକାରଙ୍କ ମିଛ?

pari

Advertisment

ନୟାଗଡ଼: ନୟାଗଡ଼ ଯଦୁପୁରର କୁନିଝିଅ ହତ୍ୟାକାଣ୍ଡର ଅଡୁଆ ସୂତାରୁ ମୁକୁଳି ପାରୁନାହାଁନ୍ତି ରାଜ୍ୟ ସରକାର। ଅଭିଯୁକ୍ତର ବୟସକୁ ନେଇ SIT ଦ୍ୱାରା ଦ୍ୱନ୍ଦ୍ୱ ପରେ ଏବେ ଆଉ ଏକ ନୂଆ ଖୁଲାସା। SIT ତଦନ୍ତ ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ନେଇ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ଯେଉଁ ଚିଠି ଲେଖାଯାଇଛି ବୋଲି କହୁଥିଲେ, ସେହି ଚିଠି ପହଞ୍ଚିନାହିଁ କୋର୍ଟଙ୍କ ପାଖରେ।  ଅର୍ଥାତ ବିନା ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ। ସୂଚନା ଅଧିକାର ଆଇନ ବଳରେ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ

Advertisment

publive-imageନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଆଉ ଏକ ଖୁଲାସା କରାଯାଇଛି। ହାଇକୋର୍ଟର ସିଟିଂ ଜଜଙ୍କ ତତ୍ତ୍ୱାବଧାନରେ SIT ତଦନ୍ତ ପ୍ରସଙ୍ଗରେ ପଦାକୁ ଆସିଲା ନୂଆ ତଥ୍ୟ। SIT ତଦନ୍ତର ମନିଟରିଂ ଲାଗି ସିଟିଂ ଜଜ୍ ନିଯୁକ୍ତି ଲାଗି ହାଇକୋର୍ଟଙ୍କୁ ଚିଠି ଲେଖିଥିବା କହିଥିଲେ ରାଜ୍ୟ ସରକାର। ହେଲେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି, ସରକାରଙ୍କ ଚିଠି ପହଞ୍ଚିନି ହାଇକୋର୍ଟରେ।

publive-imageସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଗତ ଡିସେମ୍ବର ୧୫ରେ ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍ ଜେନେରାଲଙ୍କୁ SIT ତଦନ୍ତ ନେଇ ସିଟିଂ ଜଜ୍ ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଚିଠି ସମ୍ପର୍କିତ ତଥ୍ୟ ମାଗିଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ସେଭଳି କୌଣସି ଚିଠି ପହଞ୍ଚିନି ବୋଲି ଗତ ଜାନୁୟାରୀ ୬ରେ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି। ଯେହେତୁ ଚିଠି ମିଳିନି, ତେଣୁ କୌଣସି ପଦକ୍ଷେପ ନେବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇଟିଆଇ କର୍ମୀଙ୍କୁ ତଥ୍ୟ ଦେଇଛନ୍ତି ହାଇକୋର୍ଟ।

Advertisment

publive-imageନାବାଳିକା ମୃତ୍ୟୁର ତଦନ୍ତ ନେଇ ଗତ ନଭେମ୍ବର ୨୮ରେ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଏସଆଇଟି ଗଠନ କରିଥିଲେ ରାଜ୍ୟ ସରକାର। ତାସହ ଜଣେ ସିଟିଂ ଜଜଙ୍କ ଦ୍ୱାରା ଏସଆଇଟି ତଦନ୍ତର ମନିଟରିଂ ପାଇଁ ମୁଖ୍ୟ ବିଚାରପତିଙ୍କ ନଜରକୁ ପ୍ରସ୍ତାବଟିକୁ ଆଣିବାକୁ ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କୁ ନିବେଦନ କରି ଚିଠି ଲେଖିଥିଲେ ଗୃହ ବିଭାବର ସ୍ୱତନ୍ତ୍ର ସଚିବ। ହେଲେ ଜାନୁଆରୀ ୬ ସୁଦ୍ଧା ହାଇକୋର୍ଟଙ୍କୁ ସେଭଳି କୌଣସି ଚିଠି ପହଞ୍ଚିନଥିବା RTI ତଥ୍ୟ କହୁଛି। ତେବେ ହାଇକୋର୍ଟରେ ଚିଠି ପହଞ୍ଚିଲାନି କେମିତି ? ଚିଠି ଗଲା କୁଆଡ଼େ ? ଏ ନେଇ ସତ କଣ, ଆଉ ମିଛି କେଉଁଟା ? ତାହାକୁ ନେଇ ଚାଲିଛି ଚର୍ଚ୍ଚା।

ଆରଟିଆଇ ଜରିଆରେ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିବା ପରେ କଂଗ୍ରେସ ଏହାକୁ ଦୁଃଖଦାୟକ ବୋଲି କହିବା ସହ ଆଗାମୀ ବିଧାନସଭାରେ ଏହାକୁ ଉଠାଇବୁ ବୋଲି କହିଛି । ବିଜେପି କହିଛି, ମିଛର ପାହାଡ଼ ଉପରେ ରାଜ୍ୟ ସରକାର ଛିଡ଼ା ହୋଇଛନ୍ତି। ମନ୍ତ୍ରୀଙ୍କଠୁ ଆରମ୍ଭ କରି ନେତା ଗୃହରେ ମିିଛ କହିବା ସହ ଡିଜିପିଙ୍କ ମୁହଁରେ ମିଛ କୁହାଇଛନ୍ତି। ତେଣୁ ସମସ୍ତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦାବି କରିଛି ବିଜେପି। ତେବେ ବିଜେଡି ଏହାର ଜବାବ ରଖିଛି।

Advertisment

ପରୀ ତଦନ୍ତର ଷ୍ଟାଟସ ରିପୋର୍ଟକୁ ନେଇ ଗତ ୧୨ ତାରିଖରେ ସନ୍ତୋଷ ପ୍ରକାଶ କରିଥିଲେ ହାଇକୋର୍ଟ। ଅନୁସନ୍ଧାନରେ ଠିକ୍ ଅଗ୍ରଗତି ହୋଇଛି ବୋଲି ହାଇକୋର୍ଟ କହିଥିଲେ। ସେପଟେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ନ୍ୟାୟ ପାଇଁ ନାବାଳିକାର ମାଆଙ୍କ ର ଆବେଦନକୁ ଗ୍ରହଣ କରି ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍ ବି କରିଛନ୍ତି ସୁପ୍ରିମକୋର୍ଟ। ଏସବୁ ଭିତରେ ଏବେ ଏହି ଚିଠି ବିବାଦ ଆଉ ଏକ ଦ୍ୱନ୍ଦ୍ୱ ଛିଡ଼ା କରାଇଛି।

Pari Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ