Advertisment

Gutkha Ban Sparks Chaos: ବ୍ୟାନ୍ ପରଠୁ ଗୁଟଖାଖିଆଙ୍କ ଅକଲ୍ ଗୁଡୁମ୍, କଳାବଜାରୀ କରି ମାଲାମାଲ ଲାଭଖୋର୍ ଦୋକାନୀ

ଚହଳ ପକାଇଛି ଗୁଟଖା ବ୍ୟାନ୍। ଗୁଟଖା ସହ ପାନ, ବିଡ଼ି ଖିଆ ବ୍ୟକ୍ତିଙ୍କ ପ୍ରତିକ୍ରିୟା ଶୁଣିଲେ, ଏମାନଙ୍କ ମୁଣ୍ଡରେ ସତେ ଯେମିତି ଚଡ଼କ ପଡ଼ିଛି। ତଥାପି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ ସହ ଗୁଟଖା ଓ ତମାଖୁ ଉତ୍ପାଦନ ଏବଂ ପ୍ରସ୍ତୁତକାରୀଙ୍କୁ ଲଗାମ୍ କଷିବାକୁ ଦାବି କରିିଛନ୍ତି।

GUTKHA

GUTKHA Photograph: (OTV)

Advertisment

ସରକାରଙ୍କ କଡ଼ା ନିୟମ ପରଠୁ ଖୁଟ୍ଖା ଖିଆଙ୍କ ଅକଲ୍ ଗୁଡୁମ୍...କାହାକୁ ଖଣ୍ଡେ ବିଡ଼ି ନହେଲେ ହେଉନି ।  ଆଉ କାହାକୁ ଗୁଟଖା ଖଣ୍ଡେ ନଖାଇଲେ ପାଟି କୁଆଡ଼େ ଆମ୍ବିଳା ଆମ୍ବିଳା ଲାଗୁଛି... । ଆଉ କିଏ ତ ଛାଡ଼ିବାକୁ ଚାହୁଁଛନ୍ତି ସତ, କିନ୍ତୁ ପାନରେ ଯେଉଁ ପଞ୍ଚରସ ଅଛି, ତାହା ନହେଲେ ହଜମ ହେଉନି । ଏଠି କହିବେ ତ କାହାକୁ କହିବେ, ବୁଝାଇବେ ତ କାହାକୁ ବୁଝାଇବେ। ତଥାପି ସରକାର ଯେତେବେଳେ କଡ଼ା ନିୟମ କଲେଣି ତେଣୁ ଛାଡ଼ିବାକୁ ହେବ। ଚେଷ୍ଟା କଲେ ସବୁ ସମ୍ଭବ ବୋଲି ମନକୁ ବୁଝାଇବା ଆରମ୍ଭ କଲେଣି।

Advertisment

ଏମାନେ କଟକ ଅଞ୍ଚଳର ଜଣେ ଜଣେ ଗୁଟଖା, ପାନ, ବିଡ଼ି ଆସକ୍ତ ବ୍ୟକ୍ତି। ଅନେକ ବର୍ଷ ହେଲାଣି ଖାଇ ଆସୁଛନ୍ତି। ସୌଭାଗ୍ୟକୁ ଏଯାଏଁ କୌଣସି ବଡ଼ ରୋଗରେ ପଡ଼ିନାହାଁନ୍ତି ସିନା, କିନ୍ତୁ ବ୍ରହ୍ମଗିରିର ମୂରଲୀଧର ବେହେରା ହାଡ଼େ ହାଡ଼େ ଅନୁଭବ କରିଛନ୍ତି ଗୁଟଖାର ପରିଣାମ। ପିଲାଟି ଦିନରୁ ଗୁଟଖା ଖାଇ ଜମିବାଡ଼ି ବିକି ଦେଇଛନ୍ତି ସେ। ପାରିବାରିକ ଅଶାନ୍ତି ବି ଘଟିଛି। ଶେଷରେ ପଡ଼ିଲେ କ୍ୟାନ୍ସର ରୋଗରେ। କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ। ତେଣୁ କହିଛନ୍ତି, ଜୀବନ ଆଗ-ଗୁଟଖା ପଛ। 

ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ ପାଇଁ ଚେତାବନୀ

ଗୁଟକା ଓ ତମାଖୁ ଯୁକ୍ତ ସାମଗ୍ରୀକୁ ରାଜ୍ୟରେ ନିଷେଧ କରିଛନ୍ତି ସରକାର। ଗତ ୨୧ ତାରିଖରେ କଡ଼ାକଡ଼ି ବିଜ୍ଞପ୍ତି ବି ପ୍ରକାଶ ପାଇଛି। ରାଜଧାନୀରେ ତ ଓମଫେଡ୍ ବୁଥରେ କିମ୍ବା କୌଣସି ଭେଣ୍ଡିଂ ଜୋନରେ ଗୁଟଖା ବିକିଲେ, କଡ଼ା ଆକ୍ସନ୍ ସହ ସଂପୃକ୍ତ ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ ପାଇଁ BMC ଚେତାବନୀ ଶୁଣାଇଛି। କିନ୍ତୁ କିଛି ଅମାନିଆ ଗୁଟଖାଖିଆଙ୍କ ପାଇଁ ଭୁବନେଶ୍ବର କିଛି ଲାଭଖୋର୍ ଦୋକାନୀ କଳାବଜାରୀ କରି ମାଲାମାଲ୍। କେଉଁଠି ୫ ଟଙ୍କିଆ ପ୍ୟାକେଟକୁ ୧୦ ଟଙ୍କାରେ ବିକ୍ରି କରାଯାଉଛି, ତ ଆଉ କିଏ ୨୦ ଟଙ୍କାରେ ବିକିବା ପାଇଁ ଯୋଜନା ରଖିଛନ୍ତି। ହିଡେନ୍ କ୍ୟାମେରାରେ ଯାହାକୁ କଏଦ କରିଥିଲେ ଓଟିଭି ପ୍ରତିନିଧି। 

Advertisment

ଏଭଳି ସ୍ଥିତିକୁ ଦେଖି ବ୍ୟାପକ ଜନସଚେତନତା ସହ ରାଜ୍ୟ ସରକାର କଠୋର ହେବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ତା ସହ ନିଶା ଆସକ୍ତ ବ୍ୟକ୍ତିଙ୍କୁ ଗୁଟଖା, ପାନ କିମ୍ବା ବିଡ଼ିର ବିକଳ୍ପ ସ୍ବରୂପ ସାଦା ମସଲା ନଚେତ ଚୁଇଂଗମ୍ ବ୍ୟବହାର କରି ଅଭ୍ୟାସ ବଦଳାଇବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ତେଣେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପ୍ରାଥମିକ ସ୍ତରରେ ସଚେତନତା ସହ ଶିକ୍ଷାନୁଷ୍ଠାନ ନିକଟରେ ଗୁଟଖା ବିକ୍ରି ବନ୍ଦ କରାଯିବ। ଜିଲ୍ଲାସ୍ତରୀୟ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ଗୁଟଖା ବିରୋଧରେ ଅପରେସନକୁ ଜୋରଦାର କରାଯିବ।

ସରକାର ତ ଆଇନ କରିବେ, ଆକ୍ସନ ବି ନେବେ। କିନ୍ତୁ ଗୁଟଖା କିମ୍ବା ତମାଖୁଯୁକ୍ତ ହାନିକାରକ ଦ୍ରବ୍ୟଠୁ ଯଦି ଲୋକେ ଦୂରେଇ ନରହିବେ, ତା’ହେଲେ ନିଜକୁ ହିଁ ଭୋଗିବାକୁ ହେବ ପରିଣାମ। ତେଣୁ କୁହାଯାଏ, ଅଭ୍ୟାସ ବଳେ ସର୍ବସିଦ୍ଧି, ଜାଣିବ ଏହା ମହାବିଧି।...

Advertisment
Ban On Tobacco
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ