Advertisment

ତମ ଭାଣେଜୀ କୁଆଡେ ଗଲା? କୁହ... ନହେଲେ ଫୁଟେଇଦେବି

ବଲାଙ୍ଗିର: ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଉନ୍ମତ୍ତ ଯୁବକର ଆତଙ୍କରାଜ। ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଛି ଯୁବକ। ଯୁବକ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଆତଙ୍କ ଚଳାଇଛି। ପ୍ରଥମେ ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା…

ଅଦ୍ୟତନ ହୋଇଛି
ତମ ଭାଣେଜୀ କୁଆଡେ ଗଲା? କୁହ... ନହେଲେ ଫୁଟେଇଦେବି

asanti

Advertisment

ବଲାଙ୍ଗିର: ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଉନ୍ମତ୍ତ ଯୁବକର ଆତଙ୍କରାଜ। ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଆତଙ୍କ ଚଳାଇଛି ଯୁବକ। ଯୁବକ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଆତଙ୍କ ଚଳାଇଛି। ପ୍ରଥମେ ଘର ମାଲିକ ଓ ପରିବାରକୁ ବନ୍ଧକ ରଖିଥିଲା ବନ୍ଧୁକଧାରୀ। ନିଜ ଛାତିରେ ବନ୍ଧୁକ ଲଗାଇ କେହି ଆସିଲେ ନିଜକୁ ମାରିଦେବ କହୁଛି। ଘଟଣାସ୍ଥଳରେ SDPO, ଥାନା ଅଧତ୍କାରୀ, ଅଗ୍ନିଶମ ବାହିନୀ ଅଛନ୍ତି। ଯୁବକକୁ କାବୁ କରିବାକୁ ପୋଲିସର ଉଦ୍ୟମ ଜାରି କରିଛି।

Advertisment

ପରେ ସିଡ଼ି ପକାଇ ଝରକା ବାଟେ ଘରେ ପଶିଥିଲେ ସଦର SDPO। SDPOଙ୍କ ସହ ଅଗ୍ନିଶମ କର୍ମଚାରୀ ବି ଘର ଭିତରକୁ ପଶିଥିଲେ। ବନ୍ଧକ ଥିବା ଲୋକଙ୍କୁ ସିଡ଼ି ଓ ରଶି ବାନ୍ଧି ପୋଲିସ ଉଦ୍ଧାର କରିଛି। ଅଣ୍ଟାରେ ରଶି ବାନ୍ଧି ସିଡ଼ି ବାଟେ ସମସ୍ତ ୩ ବନ୍ଧକକୁ ଉଦ୍ଧାର କରାଯାଇଛି। ଦୁଇ ପୁରୁଷ ଓ ଜଣେ ମହିଳାଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି। ସମସ୍ତ ୩ ବନ୍ଧକ ଉଦ୍ଧାର ହୋଇଥିବା OTVକୁ SDPO କହିଛନ୍ତି।

ଘର ଭିତରୁ ଉଦ୍ଧାର ପରେ ଘଟଣା ସଂପର୍କରେ ବନ୍ଧକ ତଥା ଘରର ମୁଖ୍ୟ ଦିବ୍ୟଲୋଚନ ହୋତା କହିଲେ ଲୋମହର୍ଷକ କାହାଣୀ। ସେ କହିଛନ୍ତି ଯେ ସକାଳେ ପୂଜା କରୁଥିଲି, ଉକ୍ତ ଯୁବକ ଘର ଭିତରକୁ ପଶି ଆସିଲା। ମୁଁ ତାଙ୍କୁ ଏସି କି ଲାଇନ୍ ମରାମତି ବାଲା ବୋଲି ଭାବିଲି। ହଠାତ ସେ ପିସ୍ତଲ ବାହାର କରି ଭାଣିଜୀ କୁଆଡ଼େ ଗଲା ବୋଲି ପଚାରିଥିଲା। ଭାଣିଜୀ କୁଆଡ଼େ ଗଲା ଡାକ୍ ବୋଲି କହିଥିଲା। ନହେଲେ ମାରିଦେବି ବୋଲି ଉକ୍ତ ଯୁବକ କହିଥିଲା। ତା ପରେ ସେ ମୋ ପୁଅକୁ ପିସ୍ତଲ ଦେଖାଇ ମାରିଦେବ ବୋଲି କହିଥିଲା। ଆମେ ସମସ୍ତେ ଗୋଟିଏ ଘରେ ପଶି ଭିତରୁ କବାଟ ଦେଇଦେଲୁ। ମୁଁ ଚିହ୍ନିନି ସେ କିଏ, ମୋତେ ଆତଙ୍କବାଦୀ ଭଳି ଲାଗିଲା ବୋଲି ଦିବ୍ୟ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ