Raid Photograph: (OTV)
ପୁରୀରେ ବଡ଼ ଧରଣର ରେଡ୍। ବେଳାଭୂମିରେ ଥିବା ସମସ୍ତ ଟୁର ଓ ଟ୍ରାଭେଲ ଅଫିସରେ ଚଢାଉ କରାଯାଉଛି। ଆଇନ ମୁତାବକ ଟୁର ଓ ଟ୍ରାଭେଲ ଚଳାଉଥିବା ସଂସ୍ଥା ପୁରୀ ପୌରାଞ୍ଚଳରେ ଟ୍ରେଡ ଲାଇସେନସ କରିଛନ୍ତି ନା ନାହିଁ। ବ୍ୟବସାୟ କରି ଲାଭ ଉପାର୍ଜନ କରୁଥିବାରୁ ଜିଏସଟି ଜମା କରୁଛନ୍ତି ନା ଠକେଇ କରୁଛନ୍ତି। ଏ ସବୁର ତନାଘନା ନେଇ ଚାଲିଛି ଜିଏସଟି ରେଡ।
ଏହାସହ ଭୁବନେଶ୍ୱର, କୋଣାର୍କ, ସାତପଡା ସାଇଟ୍ ସିନ ପାଇଁ ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ନେଇ ପର୍ଯ୍ୟଟକଙ୍କୁ ଠକେଇ କରୁଛନ୍ତି ନା ସଠିକ ଟଙ୍କା ନେଇ ବୁକିଂ କରୁଛନ୍ତି। ଏ ସମସ୍ତ ଉପରେ ଯାଞ୍ଚ କରାଯାଉଛି। ଜିଏସଟି ସହ ସି ବିଚ୍ ପୋଲିସ ମଧ୍ୟ ତଦନ୍ତ କରୁଛି।
ବେଳାଭୂମିରେ ସମସ୍ତ ଟୁର ଓ ଟ୍ରାଭେଲ୍ ଅଫିସରେ ରେଡ୍
ପୌରସଂସ୍ଥାରୁ ଟ୍ରେଡ୍ ଲାଇସେନ୍ସ ପାଇଛନ୍ତି ନା ନାହିଁ ?
ଆଇନ ମୁତାବକ ସଂସ୍ଥା ଚଳାଉଛନ୍ତି ନା ନାହିଁ ?
ଲାଭ ଉପାର୍ଜନ ପରେ GST ଜମା କରୁଛନ୍ତି ନା ନାହିଁ ?
ଲାଭ କରି GST ଠକେଇ କରୁଛନ୍ତି କି ?
ଏ ସବୁର ତନାଘନା ନେଇ GST ରେଡ୍
ପୁରୀ ସି ବିଚ୍ ପୋଲିସ ମଧ୍ୟ କରୁଛି ତନାଘନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/raid-2026-01-27-12-52-18.jpg)