Green Sticker Photograph: (OTV)
ଫେବ୍ରୁଆରି ମାସରୁ ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର। ମୋଟର ଭେଇକିଲ ଆକ୍ଟ ଅନୁସାରେ ସବୁ ପ୍ରମାଣ ପତ୍ର ରହିବା ବାଧ୍ୟତା ମୂଳକ। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଯାହାର ପ୍ରଦୂଷଣ ପ୍ରମାଣ ପତ୍ର ନାହିଁ ତା ଉପରେ କାର୍ଯ୍ୟନୁଷ୍ଠାନ ହେବ। ଏଥିସହ ୨୦୧୯ରେ ଯେଉଁ ଫାଇନ୍ ବଢ଼ାଯାଇଛି ତାହା କୋହଳ କରିବା ପାଇଁ ତର୍ଜମା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। ସବୁଠୁ ବଡ଼ କଥା ହେଉଛି ନୂଆଗାଡିକୁ ବି ପ୍ରଦୂଷଣ ପ୍ରମାଣପତ୍ର ମିଳୁଛି, ପୁରୁଣାକୁ ବି ପ୍ରଦୂର୍ଷଣ ପ୍ରମାଣପତ୍ର ମିଳୁଛି। ଯାହାର ତର୍ଜମା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରଦୂଷଣ ପ୍ରମାଣ ପତ୍ର ଥିବା ଗାଡ଼ିରେ ଲାଗିବ ଗ୍ରୀନ୍ ଷ୍ଟିକର
ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସୂଚନା
‘ଗ୍ରୀନ୍ ଷ୍ଟିକର ପରିବହନ ବିଭାଗ ଯୋଗାଇ ଦେବ’
'ପ୍ରଦୂଷଣ ପ୍ରମାଣ ପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ହେବ'
'ସଡ଼କ ସୁରକ୍ଷା ମାସ ଆସୁଥିବାରୁ PUCC କୋହଳ କରାଯାଇଛି'
'୨୦୧୯ ରେ ଯେଉଁ ଫାଇନ୍ ବଢ଼ାଯାଇଛି କୋହଳ କରିବାକୁ ତର୍ଜମା କରିବୁ'
‘ଅନ୍ୟ ରାଜ୍ୟରେ ଫାଇନ୍ କମ୍ ରହିଛି, ପର୍ଯ୍ୟାଲୋଚନା କରୁଛୁ’
‘ନୂଆ ଓ ପୁରୁଣା ସବୁ ଗାଡ଼ିକୁ ପ୍ରମାଣ ମିଳୁଥିବାରୁ ତର୍ଜମା କରାଯାଉଛି’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/27/green-sticker-2025-12-27-17-42-27.jpg)