Baby Sold Photograph: (OTV)
ପୁଅ ବୋହୂ ମିଶି ମାସକର ନାତୁଣୀକୁ ୨୦ ହଜାର ଟଙ୍କାରେ ବିକ୍ରି କରିଦେଲେ । ଏଭଳି ସାଂଘାତିକ ଅଭିଯୋଗ କରି ଥାନାରେ ଫେରାଦ ହେଲେ ଜେଜେମାଆ। ଅଭିଯୋଗ ପରେ ଗାଁକୁ ଯାଇ ତନାଘନା କରୁଛି ପୋଲିସ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ବୟାଁବନାପୁରରେ ଘଟିଛି ଏଭଳି ଘଟଣା।
ସାବିତ୍ରୀ ଦାସ ନାମକ ଜଣେ ବୃଦ୍ଧା ଅଭିଯୋଗ କରିଛନ୍ତି ଯେ ତାଙ୍କର ଏକ ମାସର ନାତୁଣୀକୁ ତାଙ୍କ ପୁଅ ସିପୁ ଦାସ ଓ ବୋହୂ ମିଶି ଗତକାଲି ସକାଳେ ଡାକ୍ତରଖାନା ନାଁରେ କେଉଁଆଡେ ଚାଲି ଯାଇଥିଲେ। ରାତିରେ ନାତୁଣୀକୁ ନ ନେଇ ଘରକୁ ଫେରିବାରୁ ଜେଜେମାନଙ୍କର ସନ୍ଦେହ ହେଲା ।
ନାତୁଣୀ କୁଆଡେ ଗଲା ବୋଲି ପଚାରି ବାରୁ ସେମାନେ ଓଲଟି ପାଟିତୁଣ୍ଡ କରିଥିଲେ ଏବଂ ମାରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/baby-sold-2026-01-13-15-10-18.jpg)