HOUSING-FOR-MIDDLE-CLASS Photograph: (OTV)
ରାଜଧାନୀର ଛାତି ଉପରେ ନିଜର ଘର। ମଧ୍ୟବିତ୍ତଙ୍କର ପୂରଣ ହେବ ଭୁବନେଶ୍ବରରେ ଘର କିଣିବା ସ୍ବପ୍ନ। ସ୍ବଳ୍ପ ମୂଲ୍ୟରେ ମିଳିବ ମନକୁ ଛୁଇଁଲା ଭଳି ଘର। ଘରୋଇ ବିଲଡର ଷ୍ଟାଇଲରେ ଅତ୍ୟାଧୁନିକ ରେସିଡେନସିଆଲ ହାଉସିଂ କମ୍ଲେକ୍ସ ତିଆରି କରିଛି ଗୃହ ଓ ନଗର ଉନ୍ନୟନ ବିଭାଗ। ସୁବୁଧିପୁରରେ ନିର୍ମାଣ ହୋଇଥିବା ପ୍ରକଳ୍ପ କାମ ଶେଷ। ଆସନ୍ତା ଜାନୁଆରୀ ମାସରେ ଆରମ୍ଭ ହୋଇପାରେ ଆବଣ୍ଟନ। ତାରିଖ ଧାର୍ଯ୍ୟ ହୋଇନଥିଲେବି, ଏତେ ବଡ଼ ହାଉସିଂ ପ୍ରକଳ୍ପ ରାଜ୍ୟରେ ପ୍ରଥମ।
ତିନୋଟି ଆପାର୍ଟମେଣ୍ଟରେ 2 BHK ଏଵଂ 3BHK ଘର ତିଆରି କରିଛି ହାଇଦ୍ରାବାଦର NCC କମ୍ପାନୀ । ପ୍ରକଳ୍ପରେ କମ୍ୟୁନିଟି ହଲ, ରୁଫଟପ୍ ସୁଇମିଂ ପୁଲ, ଓ୍ୱାକିଂ ଟ୍ରାକ, ବାଣିଜ୍ୟିକ ଅଞ୍ଚଳ, ଶିଶୁ ଖେଳପଡ଼ିଆ, ଫିଟନେସ ସେଣ୍ଟର, ସୌର ପ୍ୟାନେଲ ଜୋନ, ସୁନ୍ଦର ଲ୍ୟାଣ୍ଡସ୍କେପ୍ ଖୋଲା ଜାଗା ବ୍ୟବସ୍ଥା ରହିଛି । ଏଥିରେ ୧୦୦ ଫୁଟ୍ ଚଉଡ଼ା ଆପ୍ରୋଚ୍ ରୋଡ୍ ଏବଂ ପର୍ଯ୍ୟାପ୍ତ ବେସମେଣ୍ଟ ପାର୍କିଂ ସୁବିଧା ରହିଛି। ବିଲ୍ଡିଂରେ ଲିଫ୍ଟ ଭଳି କିଛି କାମ ସରିବା ପରେ ଆବଣ୍ଟନ କରାଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ବୈଠକରେ ଏକାମ୍ର ରେସିଡେନ୍ସି ଆବାସ ପ୍ରକଳ୍ପର ଘୋଷଣାରେ ଏଭଳି ନିଷ୍ପତି ନିଆଯାଇଛି।
ଏକାମ୍ର ରେସିଡେନ୍ସି ୭.୩୬ ଏକର ଜାଗାରେ ତିଆରି କରାଯାଇଛି। ଅତିଶିଘ୍ର ଘର ଆବଣ୍ଟନର ପଦ୍ଧତି ଓ ଏହାର ମୂଲ୍ୟ ଧାର୍ଯ୍ୟ କରାଯିବ। ଆବଶ୍ୟକ ହେଲେ ଲଟେରୀ ମାଧ୍ୟମରେ ଆବେଦନକାରୀଙ୍କୁ ଘର ମିଳିବ। ଆବେଦନକାରୀ ଆଶା ରଖିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରକୃତ ହିତାଧିକାରୀଙ୍କୁ ବଣ୍ଟନ କରିବେ। ବଡ଼କଥା ହେଉଛି ସରକାର ନିଜେ ଏହି ସୁଉଚ୍ଚ ଫ୍ଲାଟ୍ ତିଆରି କରି ବିକ୍ରୀ କରିବାକୁ ଥିବାରୁ UC କିମ୍ବା CC ଭଳି ସମସ୍ୟାରେ ଘାଣ୍ଟି ହେବାକୁ ପଡ଼ିବନି ଗ୍ରାହକଙ୍କୁ। ଏପଟେ ଘର କିଣିବା ପାଇଁ ଆଶା ରଖିଥିବା ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠୁଛି। ଭୁବନେଶ୍ବରରେ ଘର ଥିବା ଲୋକେ ଆବେଦନ କରିପାରିବେ କି ନାହିଁ ତାର ଏକ ସ୍ପଷ୍ଟ ଚିତ୍ର ସରକାର ରଖନ୍ତୁ ବୋଲି ନିବେଦନ କରାଯାଇଛି...
ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ସାଧାରଣ ଲୋକଙ୍କୁ ୧୪ ରୁ ୫୦ ଲକ୍ଷ ଟଙ୍କାରେ ଘର ଯୋଗାଇବା ପାଇଁ ଧାର୍ଯ୍ୟ ରଖିଥିବା ବେଳେ ପାଇଲଟ୍ ପ୍ରୋଜେକ୍ଟରେ 90ଟି ଘର ଗାଢ଼କଣରେ ତିଆରି ହୋଇଛି। ତାପୂର୍ବରୁ ମଧ୍ୟବିତ୍ତ ପରିବାର ପାଇଁ ସୁବୁଦ୍ଧିପୁରରେ ତିଆରି ହୋଇଥିବା ଫ୍ଲାଟ୍ ଲୋକଙ୍କୁ ଯୋଗାଇ ଦିଆଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/23/housing-for-middle-class-2025-11-23-21-27-20.jpg)