governor Photograph: (OTV)
ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା । ଆସନ୍ତା ୨ରୁ ୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ । ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍ ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି । ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଏହା ଉପରେ ଗୁରୁତ୍ବ ଦେଇଛନ୍ତି ।
ଆଲୋଚନା ବେଳେ ରାଜ୍ୟପାଳ ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ ରହିଛି । ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦ୍ ବେଗ ପ୍ରକାଶ କରିବା ସହ ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ବ ଦେଇଛନ୍ତି । ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ଅପରାଧୀ ପଛାଇବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଖୁବଶୀଘ୍ର କୁଳପତି ପଦ ପୂରଣ
ଖାଲି ଥିବା କୁଳପତି ପଦ ପୂରଣ ନେଇ ରାଜ୍ୟପାଳଙ୍କ ବଡ଼ ସୂଚନା
'୨/୩ ମାସ ମଧ୍ୟରେ ପୂରଣ ହେବ ଖାଲିଥିବା ସବୁ କୁଳପତି ପଦ'
'ଅଧିକାଂଶ ବିଶ୍ବବିଦ୍ୟାଳୟରେ ଇନ୍ ଚାର୍ଜ ଭିସି ପାଇଁ ପାଠପଢ଼ାରେ ଗୁରୁତର ବାଧା'
ରାଜ୍ୟରେ ମୋଟ୍ ୧୭ଟି ବିଶ୍ବବିଦ୍ୟାଳୟରୁ ୧୩ଟିରେ ନାହାନ୍ତି କୁଳପତି
ସାମ୍ବାଦିକଙ୍କ ସହ ସ୍ବତନ୍ତ୍ର ଆଲୋଚନା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ସୂଚନା
ସ୍କୁଲ ଡ୍ରପ୍ ଆଉଟ୍ ହାରକୁ ନେଇ ଚିନ୍ତା ବ୍ୟକ୍ତ କଲେ ରାଜ୍ୟପାଳ
'ଆଦିବାସୀ ଅଞ୍ଚଳରେ ଛାତ୍ରୀ ଡ୍ରପ୍ ଆଉଟ୍ ହାର ସବୁଠୁ ଅଧିକ'
ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ଉଦ୍ ବେଗ
ମହିଳା ବିରୋଧୀ ହିଂସା ରୋକିବାକୁ ତ୍ବରିତ୍ ଦଣ୍ଡବିଧାନ ଉପରେ ଗୁରୁତ୍ବ
ବାଲେଶ୍ବର, ଗୋପାଳପୁର ଓ ଦୁର୍ଗାପୁର କାଣ୍ଡ ପ୍ରସଙ୍ଗରେ ରଖିଲେ ମତ
'ଦଣ୍ଡର ଭୟ ରହିଲେ ଅପରାଧ ଭିଆଇବାକୁ ପଛାଇବେ ଅପରାଧୀ'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/governor-2025-10-17-17-38-49.jpg)