Advertisment

Government Will Buy All Paddy By March 31: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର; କୌଣସି ଟୋକନ ଲାପ୍ସ ହେବନି

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୌଣସି ଟୋକନ ଲାପ୍ସ ହେବନି। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ।

Government Will Buy All Paddy By March 31

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର Photograph: (OTV)

Advertisment

ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସବୁ ଧାନ କିଣିବେ ସରକାର। କୌଣସି ଟୋକନ ଲାପ୍ସ ହେବନି। କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବାକୁ ସରକାର ନିର୍ବାଚନ ପ୍ରତିଶୃତି ଦେଇଥିଲେ, ସେହି ହିସାବରେ ସରକାର ଧାନ କିଣୁଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ। 

Advertisment

ସେ କହିଛନ୍ତି, ବର୍ତ୍ତମାନ୍ ସୁଦ୍ଧା ୧୫ ଲକ୍ଷ ଚାଷୀଙ୍କ ଠାରୁ ୬୪ ଲକ୍ଷ ୧୦ ହଜାର ମେଟ୍ରିକ୍ ଟନ୍ ଧାନ କିଣା ଯାଇଛି। ୩୧୦୦ ଟଙ୍କା ହିସାବରେ ୧୮ ହଜାର ୫୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିଜେଡି ସରକାର ସମୟରେ ୨୦୨୩-୨୦୨୪ ରେ ୫ ଲକ୍ଷ ଚାଷୀ ପଞ୍ଜୀକୃତ କରି ବି ଧାନ ବିକି ପାରି ନଥିଲେ। ଏବେ ସବୁ ଚାଷୀଙ୍କ ଧାନ କିଣା ଯାଉଛି। ସରକାରଙ୍କୁ ବଦନାମ କରିବାକୁ ପ୍ରାୟାସ କରାଯାଉଛି। 

ନୂଆପଡ଼ା ଉପ ନିର୍ବାଚନରେ ୮୪ ହଜାର ଭୋଟରେ ଜିତିବାରୁ ସ୍ପଷ୍ଟ କି ଚାଷୀ ବିରୋଧୀଙ୍କ ପ୍ରତି ବିମୁଖ ହୋଇଛନ୍ତି। ଜଣେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି। ଅନ୍ୟପଟେ ୮୦୦ ଟଙ୍କା ଇନପୁଟ ସବସିଡି କଥା କୁହାଯାଇ ନଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି।

Advertisment

  • ମାର୍ଚ୍ଚ ସୁଦ୍ଧା କିଣାଯିବ ସବୁ ଧାନ
  • ମାର୍ଚ୍ଚ ୩୧ ସୁଦ୍ଧା ସବୁ ଧାନ କିଣିବେ ସରକାର
  • କୌଣସି ଟୋକନ ହେବନି ଲାପ୍ସ
  • ଗୃହରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ
Farmer Paddy Procurement Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ