Advertisment

Big Relief for Consumers: ସ୍ମାର୍ଟ ମିଟର ଇନଷ୍ଟଲେସନ ଖର୍ଚ୍ଚ ବହନ କରିବେ ସରକାର, ୨ କିଲୋୱାଟ୍ ଯାଏଁ ଖର୍ଚ୍ଚ ବହନ ପାଇଁ କ୍ୟାବିନେଟ ନିଷ୍ପତ୍ତି

ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଯୁକ୍ତି, ସରକାର ସ୍ମାର୍ଟ ମିଟର ବାବଦକୁ ଯଦି ଖର୍ଚ୍ଚ ଦେବାକୁ ଚାହୁଁଛନ୍ତି ତାହେଲେ ସିଧାସଳଖ ଉପଭୋକ୍ତାଙ୍କୁ ଦିଅନ୍ତୁ । ବିତରଣ କମ୍ପାନୀକୁ ଦେଲେ ଦୁର୍ନୀତି ସମ୍ଭାବନା ସହ ମାନ ନେଇ ବି ପ୍ରଶ୍ନ ଉଠିବ।

SMART-METER

SMART-METER Photograph: (OTV)

Advertisment

ସ୍ମାର୍ଟ ମିଟର ଲଗାଇବାକୁ ଆଉ ଦେବାକୁ ପଡ଼ିବନି ମିଟର ଭଡ଼ା। ଏଥିପାଇଁ କୌଣସି ଖର୍ଚ୍ଚ ହେବନି। ୨ କିଲୋ ୱାଟ ଯାଏଁ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ଗତକାଲି କ୍ୟାବିନେଟରେ ଏ ନିଷ୍ପତ୍ତି ପରେ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତା ଏବଂ ଉପଭୋକ୍ତା ମହଂସଘ ଏହାକୁ ବିରୋଧ କରିଛନ୍ତି ।.... 

Advertisment

ସ୍ମାର୍ଟ ମିଟରକୁ ଗ୍ରାହକଙ୍କ ନା । ନିଜେ ଲଗେଇଲେନି, ଏବେ ସରକାର ଲଗାଇବେ। ସ୍ମାର୍ଟ ମିଟର ଲଗାଇବାକୁ ଆଉ କୌଣସି ଖର୍ଚ୍ଚ କରିବାକୁ ପଡ଼ିବନି । ୨ କିଲୋ ୱାଟ ଯାଏଁ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସ୍ମାର୍ଟ ମିଟର ଲଗାଇବା ଖର୍ଚ୍ଚ ବହନ କରିବେ ସରକାର। ଗତକାଲି ରାଜ୍ୟ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଏହାକୁ ବିରୋଧ କରିଛନ୍ତି ବିଦ୍ୟୁତ ଉପଭୋକ୍ତା ମହାସଂଘ। ଆଉ ପୂର୍ବରୁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତା। 

ନିଷ୍ପତ୍ତିକୁ ବିରୋଧ କଲା ଉପଭୋକ୍ତା ମହଂସଘ

ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଯୁକ୍ତି, ସରକାର ସ୍ମାର୍ଟ ମିଟର ବାବଦକୁ ଯଦି ଖର୍ଚ୍ଚ ଦେବାକୁ ଚାହୁଁଛନ୍ତି ତାହେଲେ ସିଧାସଳଖ ଉପଭୋକ୍ତାଙ୍କୁ ଦିଅନ୍ତୁ । ବିତରଣ କମ୍ପାନୀକୁ ଦେଲେ ଦୁର୍ନୀତି ସମ୍ଭାବନା ସହ ମାନ ନେଇ ବି ପ୍ରଶ୍ନ ଉଠିବ। ଅନ୍ୟପଟେ ଏବେ ଯାଏଁ ସ୍ମାର୍ଟ ମିଟର ଲଗାଇ ସାରିଥିବା ଉପଭୋକ୍ତାଙ୍କ କହିବା କଥା ଆମେ ନିଜ ଖର୍ଚ୍ଚରୁ ସ୍ମାର୍ଟ ମିଟର ଲଗାଇଛୁ । ସରକାର ଆମ ମିଟର ଟଙ୍କା ଫେରସ୍ତ କରନ୍ତୁ ନହେଲେ ବିଜୁଳି ବିଲରେ ଆଡ଼ଜଷ୍ଟ କରାଯାଉ । 

Advertisment

ବିରୋଧ ପରେ ଚେଇଁଲେ ସରକାର

ସ୍ମାର୍ଟ ମିଟର ଲଗାଇଲେ କଣ ହେବ ସୁବିଧା ଆଉ କାହିଁକି ହେଉଛି ବିରୋଧ। ସ୍ମାର୍ଟ ମିଟର ଏକ ଚିପ ବେସଡ଼ ମିଟର, ଯାହାଦ୍ୱାରା ଆପଣ ସବୁ ଅପଡେଟ ନିଜ ମୋବାଇଲ ମେସେଜରେ ପାଇପାରିବେ। ସଠିକ ରିଡିଙ୍ଗ ଆସିବ । ପ୍ରିପେଡ଼ ଥିବାରୁ ଆପଣଙ୍କ ପୈଠ କରିଥିବା ବିଲ ସରିବା ପୂର୍ବରୁ ଆପଣଙ୍କୁ ମେସେଜ ଆସିବ। ଆଉ ଯଦି ବିଲ ପୈଠ କରୁନାହାନ୍ତି, ତାହେଲେ ବିଦ୍ୟୁତ ବିତରଣ କମ୍ପାନୀ, ଅଫିସରୁ ଆପଣଙ୍କ କନେକ୍ସନ ମଧ୍ୟ କାଟି ଦେଇ ପାରିବ।

ସାଧାରଣତଃ ଉପଭୋକ୍ତାଙ୍କ ମୁଣ୍ଡରେ ରହିଛି ସ୍ମାର୍ଟ ମିଟର ଲଗାଇଲେ ମିଟର ରିଡିଙ୍ଗ ଅଧିକ ଆସୁଛି, ଆଉ ଅଧିକ ଭଡ଼ା ଦେବାକୁ ପଡୁଛି । ଏଥିପାଇଁ ଏବେ ସୁଦ୍ଧା ପାଖାପାଖି ୧୩ ଲକ୍ଷରୁ ଉର୍ଦ୍ଧ୍ବ ଉପଭୋକ୍ତା ସ୍ମାର୍ଟ ମିଟର ଲଗାଇ ସାରିଥିବା ବେଳେ ଅନେକ ଏଯାଏଁ ସ୍ମାର୍ଟ ମିଟର ଲଗାଉ ନାହାନ୍ତି । ସେଥିପାଇଁ ଗତକାଲି କ୍ୟାବିନେଟରେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ...

Advertisment

୨୦୨୫-୨୬ ଆର୍ଥିକ ବର୍ଷରେ ୨ କିଲୋୱାଟ୍ ପର୍ଯ୍ୟନ୍ତ ଉପଭୋକ୍ତାଙ୍କ ପାଇଁ ୧୧ ଲକ୍ଷ ୫୩ ହଜାର ୧୦୦ ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରୁ ୮ ଲକ୍ଷ ୭୫ ହଜାର ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ ୨ ଲକ୍ଷ ୭୮ ହଜାର ୧୦୦ ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ।... 

Electricity Smart Meter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ