Advertisment

'ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି'

ଭୁବନେଶ୍ୱର: ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ପ୍ରଦୀପଙ୍କୁ ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି […]

ଅଦ୍ୟତନ ହୋଇଛି
'ସ୍ୱାମୀଙ୍କର କିଛି ହେଲେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବି'

Sujata

Advertisment

ଭୁବନେଶ୍ୱର: ପ୍ରଦୀପଙ୍କୁ ଉଠାଇ ନିଆଯିବା ନେଇ ପତ୍ନୀ ସୁଜାତା ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଜଣେ ନକ୍ସଲକୁ ଉଠାଇ ନେଲା ଭଳି ବ୍ରିଗେଡ ଲଗାଇ ଉଠାଇନେଲେ। ମୋ ସ୍ୱାମୀ କଣ ନକ୍ସଲ କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଓଡବ୍ଲୁ ଅଫିସକୁ ଆଣି ଆସୁଥିବା କହି ପ୍ରଦୀପଙ୍କୁ ଘରୁ ଉଠାଇ ଆଣିଲେ। କିନ୍ତୁ ଏଯାଏ ତାଙ୍କୁ ଇଓଡବ୍ଲୁ ଅଫିସକୁ ଆଣି ଆସିନାହାନ୍ତି ବୋଲି ସୁଜାତା ସୂଚନା ଦେଇଛନ୍ତି।

ଏନେଇ ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କ ସୁରକ୍ଷା ନେଇ ସେ ସନ୍ଦିହାନ ହୋଇପଡ଼ିଛନ୍ତି। ଯଦି ତାଙ୍କ ସ୍ୱାମୀଙ୍କର କିଛି ହୁଏ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।

Advertisment

ଜେଲ୍‌ ଗଲେ ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୈତିକ ଷଡ଼ଯନ୍ତ୍ର ପାଇଁ ମୋ ସ୍ୱାମୀଙ୍କୁ ହାରାସ୍ କରାଯାଉଛି। ସରକାର ଷଡ଼ଯନ୍ତ୍ର କରୁଥିବା ଆଜି ପ୍ରମାଣିତ ହୋଇଗଲା। ଜଣେ ସିଟିଂ ବିଧାୟକଙ୍କୁ ଏମିତି ଉଠାଇ ଆଣିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି ସୁଜାତା। ତା ସହିତ ରାଜ୍ୟରେ ଆଇନଶୃଙ୍ଖଳା କିଭଳି ଚାଲିଛି, ଏଥିରୁ ସ୍ପଷ୍ଟ ଜଣାପଡୁଛି ବୋଲି କହି ସରକାରଙ୍କୁ ଟାର୍ଗେଟ କରିବା ସହିତ ଯଦି ତାଙ୍କ ସ୍ୱାମୀଙ୍କର କିଛି ହୁଏ ତେବେ ସେ ସମସ୍ତଙ୍କୁ କାଠଗଡ଼ାକୁ ଟାଣିବେ ବୋଲି ସୁଜାତା ଚେତାବନୀ ଦେଇଛନ୍ତି।

Pradeep Panigrahi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ