Advertisment

Lord Nilamadhaba: ସୁନାରେ ଚମକିଲେ; ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଲେ ନୀଳ ମାଧବ

ପୌଷ ପୂର୍ଣ୍ଣମା ଅବସରରେ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ପୁଣ୍ୟଭୂମି କଣ୍ଟିଲୋର ଆରାଧ୍ୟ ଦେବ ନୀଳମାଧବଙ୍କର ସୁନାବେଶ ହୋଇଛି। ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନରୁ ପ୍ରଭୁ ନୀଳମାଧବ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।

Lord Nilamadhaba

ସୁନାରେ ଚମକିଲେ ନୀଳ ମାଧବ Photograph: (OTV)

Advertisment

ପୌଷ ପୂର୍ଣ୍ଣମା ଅବସରରେ ସଂସ୍କୃତି, ଐତିହ୍ୟ ପରମ୍ପରାର ପାବନ ପୀଠ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦିପୀଠ ପୁଣ୍ୟଭୂମି କଣ୍ଟିଲୋର ଆରାଧ୍ୟ ଦେବ ନୀଳମାଧବଙ୍କର ସୁନାବେଶ ହୋଇଛି। ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ନରୁ ପ୍ରଭୁ ନୀଳମାଧବ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। 

Advertisment

କିମ୍ବଦନ୍ତୀ ଅନୁଯାୟୀ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ଵାରା ପ୍ରେରିତ ହୋଇ ପ୍ରଭୁଙ୍କ ସନ୍ଧାନରେ ଆସିଥିବା ବ୍ରାହ୍ମଣ ବିଦ୍ୟାପତି ପୌଷ ପୂର୍ଣ୍ଣିମା ଦିନ ପ୍ରଭୁଙ୍କୁ ଦର୍ଶନ କରି ହରିଡା, ଅଁଳା, କାଇଁଚ, ସେବତି ଆଦି ବିଭିନ୍ନ ପୁଷ୍ପରେ ଭୂଷିତକରି ପ୍ରଭୁଙ୍କୁ ପୂଜାର୍ଚ୍ଚନା କରୁଥିଲେ। ଏହି ପରମ୍ପରା କାଳକ୍ରମେ ସୁନାବେଶର ରୂପ ନେଇଛି। 

ନୀଳମାଧବ ବିଭିନ୍ନ ଅଳଙ୍କାର, ଯଥା ସୁବର୍ଣ୍ଣ କିରଟି, ଚିତା, ମୁଖମଣ୍ଡଳ, କର୍ଣ୍ଣକୁଣ୍ଡଳ, ଦକ୍ଷ କବଚ, କଣ୍ଠିମାଳି,  କମରପଟି, ଶ୍ରୀଭୁଜ, ଶଙ୍ଖ ସହିତ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଧାରଣ କରିବା ସହିତ ସୁବର୍ଣ୍ଣ ଶ୍ରୀପୟର ଧାରଣ କରିଛନ୍ତି। ପୌରାଣିକ ମତ ଅନୁସାରେ ପ୍ରଭୁ ରାମଚନ୍ଦ୍ର ପୌଷ ପୂର୍ଣ୍ଣିମା ଅବସରରେ ବନବାସ ଶେଷକରି ଅଯୋଧ୍ୟା ରାଜସିଂହାସନରେ ରାଜ୍ୟାଭିଷେକ ହୋଇଥିଲେ। ସେହି ସ୍ମୃତିକୁ ମନେପକାଇ ପ୍ରଭୁ ନୀଳମାଧବ ଏହି ସ୍ୱତନ୍ତ୍ର ବେଶରେ ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଦୁର୍ଲ୍ଲଭ ବେଶ ଦେଖିବାପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି।

Advertisment
Jagannath Culture Pausha Purnima Nilamadhaba
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ