Advertisment

Giant Water Tornado: ଆକାଶ ଶୋଷିନେଲା ଚିଲିକା ପାଣି, ଘିରି ଘିରି ହୋଇ ବୁଲିଲା...ଲୋକଙ୍କୁ ଡ଼ରାଇଲା

ଚିଲିକା ଆକାଶରେ ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ। ଶୂନ୍ୟ ଶୂନ୍ୟରେ ପାଣି ଆକାଶକୁ ଉଠି ସୃଷ୍ଟି କରିଛି ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ। ଶୁକ୍ରବାର ମାଆ କାଲିଜାଇଙ୍କ ମନ୍ଦିରରୁ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Chilika-Tornado

Chilika-Tornado Photograph: (OTV)

Advertisment

ଚିଲିକା ଆକାଶରେ ଦେଖିବାକୁ ମିଳିଛି ଛାତିଥରା ଦୃଶ୍ୟ। ଶୂନ୍ୟ ଶୂନ୍ୟରେ ପାଣି ଆକାଶକୁ ଉଠି ସୃଷ୍ଟି କରିଛି ଭୟଙ୍କର ଘୂର୍ଣ୍ଣିଝଡ଼ର ରୂପ। ଶୁକ୍ରବାର ମାଆ କାଲିଜାଇଙ୍କ ମନ୍ଦିରରୁ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏମିତିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

ଆଉ ଏବେ ସାମ୍ନାକୁ ଆସୁଛି ସେହି ଘୂର୍ଣ୍ଣିଝଡ଼ର ନୂଆ ନୂଆ ଭିଡ଼ିଓ।  ଚିଲିକାର ନୀଳ ଜଳରାଶି ଭିତରେ ହୋଇଥିବା ଘୂର୍ଣ୍ଣିଝଡ଼ରେ ପାଣି ସବୁ ଉପରକୁ ଉଠି ଯାଉଛି। ଚକ୍ରି ପରି ଘୂରି ଘୂରି ସୃଷ୍ଟି କରୁଛି ହାତୀ ଶୁଣ୍ଢ ଭଳି ଆକୃତି। ଯାହା ଖୁବ ଭୟାନକ ଦେଖାଯାଉଛି। ଦୂରରୁ ଲୋକମାନେ ମଧ୍ୟ ଏଦୃଶ୍ୟ ଦେଖି ଛାନିଆ ହୋଇଯାଉଛନ୍ତି। ଅବିକଳ ଟର୍ଣ୍ଣାଡୋ ବା ଖଣ୍ଡିଆ ଭୂତ ଭଳି ଦେଖାଯାଉଥିବା ଏହି ଝଡ଼ଟିକୁ ପାଣିପାଗ ବିଜ୍ଞାନରେ ଓ୍ବାଟର ସ୍ପାଉଟ୍ ବୋଲି କୁହାଯାଏ। 

ଅଳ୍ପ ସମୟ ପାଇଁ ସୃଷ୍ଟି ହେଉଥିବା ଏହି ଝଡ଼ ଖୁବ ମାରାତ୍ମକ। କାରଣ ଏହି ଘୂର୍ଣ୍ଣିଝଡ଼ର କେନ୍ଦ୍ରରେ ୨୦୦ କିମିରୁ ଅଧିକ ବେଗରେ ପବନ ବୋହିଥାଏ। ଯାହା ରାସ୍ତାରେ ଆସୁଥିବା ସବୁ ଜିନିଷକୁ ଛିନଛତ୍ର କରିଦିଏ।  ସାଧାରଣତଃ ଏପରି ଘୂର୍ଣ୍ଣିଝଡ଼ ଆମେରିକା ଓ କାନାଡ଼ା ଭଳି ଦେଶରେ ବହୁଳ ମାତ୍ରାରେ ସୃଷ୍ଟି ହୋଇତାଏ। ହେଲେ ଗତ କିଛି ବର୍ଷ ଧରି ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଦେଖାଦେଉଛି। ଏହାର ପୂର୍ବାନୁମାନ କରିବା ମଧ୍ୟ କଷ୍ଟକର ହୋଇଥିବାରୁ ଆଗକୁ ଏପରି ଝଡ଼ ଅଧିକ ସୃଷ୍ଟି ହେବା ବିପଦର ସଂଙ୍କେତ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

Advertisment

ପୂର୍ବରୁ ୨୦୨୦ ମସିହାରେ ଚିଲିକାର ଗମ୍ଭାରୀ ଅଞ୍ଚଳରେ ଏଭଳି ଘୂର୍ଣ୍ଣିଝଡ ଦେଖଦେଇଥିଲା। ଏବେ ଏହା ପୁଣିଥରେ ସୃଷ୍ଟି ହୋଇଥିବା ବେଳେ ପାଣିପାଗ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ