Advertisment

ନିଆରା ପ୍ରେମିକ : ପତ୍ନୀଙ୍କ ସ୍ମୃତିରେ ନିଜ ଅଞ୍ଚଳକୁ କଲେ ସବୁଜ ସୁନ୍ଦର

ଭଞ୍ଜନଗର : ପ୍ରେମ ବି ମିଳନ ଦିଏ ପ୍ରେମ ବି ବିଚ୍ଛେଦ ଦିଏ। ଯେବେ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା ହେଲେ ତା’ସ୍ମୁତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରେମପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ ବେଗମଙ୍କ […]

ନିଆରା ପ୍ରେମିକ : ପତ୍ନୀଙ୍କ ସ୍ମୃତିରେ ନିଜ ଅଞ୍ଚଳକୁ କଲେ ସବୁଜ ସୁନ୍ଦର

tree man

Advertisment

ଭଞ୍ଜନଗର : ପ୍ରେମ ବି ମିଳନ ଦିଏ ପ୍ରେମ ବି ବିଚ୍ଛେଦ ଦିଏ। ଯେବେ ସେହି ବିଚ୍ଛେଦର ପ୍ରୀତିରେ ନିଜର ପ୍ରିୟଜନକୁ ଖୋଜି ବସେ ତାକୁ ପାଖରେ ପାଇପାରେନି ସିନା ହେଲେ ତା’ସ୍ମୁତିକୁ ନେଇ ସେ ଗଢ଼ି ବସେ ସ୍ମୁତିର ତାଜମହଲ। ଦୁନିଆ ତାକୁ ତାରିଫ୍ କରେ। ଆଉ ସେଇଠି ତା’ ପ୍ରେମ ପାଲଟି ଯାଏ ସାର୍ଥକ। ତା’ ପ୍ରେମପ୍ରୀତି ହୋଇଯାଏ ପ୍ରଶଂସିତ। ଏହି ପ୍ରେମକୁ ଅମର ରଖିବା ପାଇଁ ଦିନେ ମୋଗଲ ସମ୍ରାଟ ନିଜ ବେଗମଙ୍କ ସ୍ମୁତିରେ ତୋଳିଥିଲେ ତାଜମହଲ। ଆଉ ଜଣେ ହେଲେ ବିହାରର ଦଶରଥ ମାଂଝି , ଯିଏକି ନିଜ ସ୍ତ୍ରୀଙ୍କ ସ୍ମୃତିରେ ପାହାଡ଼ ଖୋଳି ତିଆରି କରିଥିଲେ ରାସ୍ତା ।

Advertisment

publive-imageଏଣୁ ପ୍ରେମ କେବେ ମନରେ ଉଦାମତା ସୃଷ୍ଟି କରେ ତ’ ପୁଣି କେବେ ଏହା ଅପୂର୍ବ ଶିହରଣ ଜଗାଏ ମନରେ । କିଛି ନୂଆ ସୃଷ୍ଟି ପାଇଁ ମନ ଓ ହୃଦୟକୁ ପ୍ରବର୍ତ୍ତାଏ  । ଦଶରଥ ମାଂଝିଙ୍କ ଭଳି ଖଦାଳ ନାୟକ ବି ଜଣେ ନିର୍ଲିପ୍ତ ପ୍ରେମିକ। ସେ ବି ନିଜ ପ୍ରିୟର ପତ୍ନୀ ଓ ଝିଅର ସ୍ମୃତିରେ ଲଗାତାର ଗଛ ଲଗାଇ ନିଜ ଅଞ୍ଚଳକୁ ସବୁଜ ସୁନ୍ଦର କରିପାରିଛନ୍ତି ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଦୁବପାଲ୍ଲୀ ଗାଁର ଖଦାଳ ନାୟକଙ୍କ ଘର। ପରିଣତ ବୟସରେ ବି ପ୍ରକୃତି ପ୍ରତି ରହିଛି ତାଙ୍କର ଅନାବିଳ ସ୍ନେହ। ଯେଉଁ ଟାଙ୍ଗରା ଭୂଇଁରେ ଦିନେ ଦୁବ ବି କଅଁଳୁ ନଥିଲା, ଆଜି ସେହି ସ୍ଥାନ ସବୁଜିମାରେ ଭରି ଯାଇଛି। ଗୁଣ୍ଠେ ନୁହେଁ କି ଦୁଇଗୁଣ୍ଠ ନୁହେଁ, ପୂରା ୫ ଏକର ଜମିରେ ଖଦାଳ ଏହି ଜଙ୍ଗଲ ତିଆରି କରି ସବୁ ପ୍ରକୃତିପ୍ରେମୀଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି ସେ।

Advertisment

publive-imageସହଧର୍ମିଣୀ ଓ ଗୋଟିଏ ମାତ୍ର ଅଲିଅଳି ଝିଅ ଆରପାରିକୁ ଚାଲିଯିବା ପରେ ଏକା ହୋଇପଡ଼ିଥିଲେ ଖଦାଳ। ପରେ ଦୁହିଁଙ୍କ ସ୍ମୃତିରେ ଜଙ୍ଗଲଟିଏ ସୃଷ୍ଟି କରିବା ପାଇଁ ଚିନ୍ତା କରିଥିଲେ। ଆଉ କୋଡି କୋଦାଳ ଧରି ଗଛ ଲଗାଇବା ପାଇଁ ବାହାରି ପଡ଼ିଥିଲେ । ଆଜି ସେହସବୁ ଗଛ ବଡ଼ ବଡ଼ ହୋଇ ଜଙ୍ଗଲରେ ପରିଣତ ହୋଇଛି। ଏହା ଦେଖି ଖଦାଳଙ୍କ ଖୁସି କହିଲେ ନସରେ।

ଖଦାଳଙ୍କ ହାତରେ ଛିଡ଼ା ହୋଇଥିବା ଜଙ୍ଗଲ ଆଜି ଖିଲିଖିଲି ହୋଇ ହସୁଛି। ପିଲା ପରି ଯତ୍ନ ନେଇ ଗଛ ଲଗାଇବା ଠାରୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କ ସେବାରେ ଖଦାଳ ସମୟ ବିତାଉଛନ୍ତି।

Advertisment

ଏପରିକି ତାଙ୍କ ହାତ ତିଆରି ଜଙ୍ଗଲ ଦେଖିବାକୁ ବନ ବିଭାଗର ଅଧିକାରୀମାନେ ବି ଧାଇଁ ଆସୁଛନ୍ତି। ଏଠାରେ ବିଭିନ୍ନ ପ୍ରକାରର ମୂଲ୍ୟବାନ ଗଛ ରହିଥିବାରୁ ଜଙ୍ଗଲ ବିଭାଗ ମଧ୍ୟ ଏହାର ଯତ୍ନ ନେବ ବୋଲି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ