Advertisment

ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ହେଡକ୍ୱାର୍ଟର ନଛାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Ganjam Collector

Advertisment

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କୋଭିଡ୍ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।  ଆସନ୍ତା ୨୯ ତାରିଖ ଯାଏଁ ପ୍ରତିଦିନ ୨ଟି ବ୍ଲକ ବୁଲିବ ଏହି ରଥ। ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ବ୍ରିଟେନରୁ ୩ ଜଣ ବ୍ରହ୍ମପୁର ଫେରିଛନ୍ତି ଏବଂ ଜଣଙ୍କୁ ଚିହ୍ନଟ କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।  କରୋନା ଟିକା ନ ଆସିବା ଯାଏଁ ଆମକୁ ସତର୍କ ରହିବାକୁ ହେବ ବୋଲି ରଥ ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି

Advertisment

publive-imageପୁଣି କରୋନା ବ୍ୟାପିବା ଆଶଙ୍କା କରି ହେଡକ୍ୱାର୍ଟର ଛାଡ଼ିବା ଉପରେ ରୋକ୍ ଲଗାଇଛନ୍ତି ଜିଲ୍ଲାପାଳ। ଗଞ୍ଜାମ ଜିଲ୍ଲାରେ ବିନା ଅନୁମତିରେ ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ଛାଡ଼ି ନଯିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।  ଏହାସହ ପିକନିକ ସ୍ପଟ୍ ଏବଂ ଗୋପାଳପୁର ବେଳାଭୂମିରେ ଯେଭଳି ଭିଡ଼ ନହୁଏ ତା ଉପରେ ନଜର ରଖିବାକୁ ଜିଲ୍ଲାପାଳ ତାଗିଦ୍ କରିଛନ୍ତି।

Advertisment

ତେବେ ଏହାରି ମଧ୍ୟରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ଆସିଛି ନୂଆ ତଥ୍ୟ। ଚାଞ୍ଚଲ୍ୟକର ତଥ୍ୟ ଦେଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଦକ୍ଷିଣ ଆଫ୍ରିକାରୁ ଆସିଛି। ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ନୂତନ ଷ୍ଟ୍ରେନ୍ ପୂର୍ବ ଭୂତାଣୁ ତୁଳନାରେ ପ୍ରାୟ ୭୦ ପ୍ରତିଶତ ଅଧିକ ସଂକ୍ରାମକ  କିନ୍ତୁ ନୂତନ ଷ୍ଟ୍ରେନ୍ ଅଧିକ ଘାତକ ନୁହେଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଜଣାପଡିବା ପରେ ଦକ୍ଷିଣ ଆଫ୍ରିକାରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।

publive-imageଏ ସମ୍ପର୍କରେ ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମଟ୍ଟ ହାନ୍‌ଙ୍କକ୍ କହିଛନ୍ତି ଯେ ପ୍ରଥମେ ଯେତେବେଳେ ୟୁକେରେ ୨ ଜଣଙ୍କ ଠାରେ କରୋନାର ନୂଆ ଷ୍ଟ୍ରେନ ନେଇ ଚିହ୍ନଟ ହୋଇଥିଲା। ଏମାନେ କିଛି ସପ୍ତାହ ତଳେ ସାଉଥ ଆଫ୍ରିକାରୁ ଫେରିଥିଲେ। ତେବେ ସଂକ୍ରମଣ ବ୍ୟାପିବା ଆଗରୁ ବ୍ରିଟେନ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। କାହିଁକି ନା କରୋନାର ଏହି ନୂଆ ଷ୍ଟ୍ରେନ୍‌ ପୂର୍ବ ଭୂତାଣୁ ଅପେକ୍ଷା ପ୍ରାୟ ୭୦ ପ୍ରତିଶତ ଅଧିକ ବେଗରେ ବ୍ୟାପୁଥିବା ଗବେଷଣାରୁ ଜଣାପଡ଼ିଛି। ତେବେ ଯେଉଁମାନେ ସାଉଥ ଆଫ୍ରିକାରୁ ଫେରିଛନ୍ତି କିମ୍ବା ରୋଗୀ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରହିବା କୁହାଯାଇଥିବା ସଚିବ ସୂଚନା ଦେଇଛନ୍ତି।

Advertisment

publive-imageୟୁକେରେ ଆତଙ୍କ ସୃଷ୍ଟି କରିଛି କରୋନାର ନୂଆ ଷ୍ଟ୍ରେନ୍। ଏହା ବେକାବୁ ହୋଇଥିବା ନେଇ ଲୋକଙ୍କୁ ଚେତାଇବା ସହ ଲୋକଙ୍କ ଯାଆସ ଉପରେ କଟକଣା ଜାରି କରିଛନ୍ତି ବ୍ରିଟେନ୍ ସରକାର। ବଡ଼ଦିନ ପାଇଁ ସଂପର୍କୀୟଙ୍କୁ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାସହ ଅଣଅତ୍ୟାବଶ୍ୟକ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବହୁ ୟୁରୋପୀୟ ଦେଶ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛନ୍ତି। ସେପଟେ ୟୁକେରେ ଏଭଳି ସ୍ଥିତି ଦେଖାଦେବାପରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶ ବି ଚିନ୍ତିତ ହୋଇ ପଡ଼ିଛନ୍ତି।

publive-imageସେପଟେ ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ଜଣଙ୍କ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ନେଇ ବିଏମସି ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ୩୪ ବର୍ଷିୟ ଯୁବକ ଜଣକ ଗତ ୧୮ ଡିସେମ୍ବରରେ ଏକ ଘରୋଇ ଲ୍ୟାବରେ ପଜିଟିଭ ଚିହ୍ନଟ ହୋଇଥିଲେ। ଯୁବକଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତ ବ୍ୟକ୍ତି ଜଣଙ୍କର ସାମାନ୍ୟ ଫ୍ଲୁ ଲକ୍ଷଣ ଥିବା ଜଣାପଡ଼ିଥିଲା। ତାଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତି ଓ ପରିବାରର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। କିଛି ସମୟ ତଳେ ଭୁବନେଶ୍ୱରରେ ଜଣେ ବ୍ରିଟେନ ଫେରନ୍ତା ଚିହ୍ନଟ ହୋଇଥିବା ନେଇ ନେଇ BMC କମିଶନର ସୂଚନା ଦେଇଥିଲେ।

publive-imageବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ଭୂତାଣୁ ଠାବ ପରେ ବଢୁଛି ବ୍ରିଟେନ୍‌ର ନୂଆ କରୋନା ଷ୍ଟ୍ରେନ୍‌ର ଚିନ୍ତା। ଭୁବନେଶ୍ୱରରୁ ଚିହ୍ନଟ ସଂପୃକ୍ତ ଆକ୍ରାନ୍ତଙ୍କ ଠାରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଅଛି ନା ନାହିଁ ଜାଣିବାକୁ ପରୀକ୍ଷା ପାଇଁ ତାଙ୍କ ସ୍ୱାବ୍‌କୁ ପୁଣେ ପଠାଯାଇଛି।

ତେବେ ବ୍ରିଟେନ ଫେରନ୍ତାଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଫେରିଥିବା ସମସ୍ତ ୪୩ ଜଣଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରାଯାଇଛି। ସବୁ ଜିଲ୍ଲାପାଳ ଏବଂ ସିଡିଏମ୍ଓ ମାନଙ୍କୁ ତାଲିକା ଦେଇଛନ୍ତି ସ୍ୱାସ୍ଥ୍ୟ ACS।

publive-imageଆସିଥିବା ଲୋକଙ୍କ RT-PCR ଟେଷ୍ଟ କରାଇବା ସହ ସଂପୃକ୍ତ ଲୋକଙ୍କ କଣ୍ଟା ଟ୍ରେସିଂ, ସର୍ଭେଲାନ୍ସ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି। RT-PCR ଟେଷ୍ଟ ସହ ସମସ୍ତ ଆଗନ୍ତୁକଙ୍କ ଜେନମ୍ ସିକ୍ୟୁଏନ୍ସିଂ ହେବ ଏବଂ ଜେନମ ସିକ୍ୟୁଏନ୍ସିଂ ନେଇ ସାମ୍ପଲ ସଂଗ୍ରହ ଗାଇଡଲାଇନ ବି ଜାରି ହୋଇଛି।

ଏହି ମାସକ ଭିତରେ ରାଜ୍ୟକୁ ଫେରିଥିବା ସମସ୍ତ ବ୍ରିଟେନ୍ ଫେରନ୍ତାଙ୍କ ଉପରେ ସତର୍କ ନଜର ରଖାଯାଇଛି। ଏପଟେ ବ୍ରିଟେନ୍‌ରେ ନୂଆ ଷ୍ଟ୍ରେନ୍ ଚିହ୍ନଟ ପାଇଁ ଏଣିକି ଭୁବନେଶ୍ୱରରେ ବି ଜିନମ୍ ସିକ୍ୟୁଏନ୍ସିଂ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା।

ଭୁବନେଶ୍ୱର ଫେରିଥିବା ଜଣେ ବ୍ରିଟେନ୍ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ପରେ ଓଡ଼ିଶାରେ କରୋନାର ନୂଆ ଷ୍ଟ୍ରେନ୍‌ ନେଇ ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏହି ଖବର ପରେ ରାଜ୍ୟବାସୀ ଭୟରେ ଥିବା ବେଳେ ରାଜ୍ୟରେ ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜା ଅଭିଯାନ ଆରମ୍ଭ କରିଥିଲେ ରାଜ୍ୟ ସରକାର।

Covid Second Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ