bus
ଭୁବନେଶ୍ୱର: କରୋନା ପାଇଁ ଆସନ୍ତା ସୋମବାରଠାରୁ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ ବସ। ରାଜ୍ୟ ମଧ୍ୟରେ ଯେଉଁ ଯାତ୍ରୀବାହୀ ବସ୍ ଚଳାଚଳ କରୁଛି ସେଥିରେ କେବଳ ସିଟ୍ରେ ଲୋକମାନେ ବସି ଯାତ୍ରା କରିପାରିବେଷ କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। କିନ୍ତୁ ରାଜ୍ୟ ଭିତରେ ବା ବାହରୁ ପରିବହନ ଯାନ ଉପରେ କୌଣସି କଟକଣା ଲାଗୁ ହେବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। କେବଳ ଏତିକି ନୁହେଁ ବରଂ ରେଷ୍ଟୁରାଂଟ୍ରେ ଖାଇବା ଉପରେ ବି କଟକଣା ଲାଗିଛି। ମୋଟ୍ ଉପରେ ରେଷ୍ଟୁରାଂଟ୍ରେ ମୋଟ୍ ସିଟ୍ ସଂଖ୍ୟାର ୫୦ ପ୍ରତିଶତ ଲୋକଙ୍କୁ ଏକାଠି ବସି ଖାଇବାକୁ ଅନୁମତି ମିଳିବ। ସେହିପରି ରାସ୍ତା କଡ଼ରେ ଯେଉଁମାନେ ଖାଦ୍ୟସାମଗ୍ରୀ ବିକୁଛନ୍ତି ସେମାନେ ମଧ୍ୟ କରୋନା କଟକଣା ମାନିବେ, ଯେମିତି ଅଧିକ ଲୋକ ଏକତ୍ରୀତ ନହେବେ ସେଥିଲାଗି ଧ୍ୟାନ ଦେବେ ସଂପୃକ୍ତ ଦୋକାନୀ।
ବଜାରରେ କିମ୍ବା ଗାଡ଼ିରେ ଯିବା ବେଳେ ଖୋଲା ମୁହଁରେ କେହି ଯାଇପାରିବେ ନାହିଁ। ତେଣୁ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ କଡ଼ାକଡ଼ି କରିଛନ୍ତି ରାଜ୍ୟ ସରକାର। ଗୁରୁତ୍ୱପୂର୍ଣ୍ଣ କଥା ହେଲା, କର୍ଫ୍ୟୁ ସମୟରେ ଯେଉଁମାନେ ଯିବା ଆସିବା କରିବେ ସେମାନେ କେଉଁ କାମରେ ଯାଉଛନ୍ତି ଓ ତାହା ଜରୁରୀ କି ନାହିଁ ତାହା ପୋଲିସ ଅଫିସରଙ୍କୁ ଦେଖାଇବେ। ଏହି ସମୟରେ ନିଜନିଜ ପରିଚୟ ପତ୍ର ଦେଖାଇ ଜରୁରୀ କାମରେ ଥିବା କର୍ମଚାରୀମାନେ ଯାଇପାରିବେ। ଏଥିଲାଗି ପୋଲିସ ପକ୍ଷରୁ କୌଣସି ପାସ୍ କରାଯିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ତେବେ ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ରାଜ୍ୟର ମାଟ୍ରିକ ଓ ପ୍ଲସ୍ ଟୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥଳେ ମୁଖ୍ୟ ଶାସନ ସଚିବ କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା। ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ଏହାରି ଭିତରେ ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ୩ ହଜାର ଉପରେ ଚିହ୍ନଟ ହୋଇଛି। ସୁନ୍ଦରଗଡରୁ ସର୍ବାଧିକ ୬୩୧ ଜଣ ଆକ୍ରାନ୍ତ ରହିଛନ୍ତି। ଗତକାଲି ମୁଖ୍ୟ ସଚିବ ସୁନ୍ଦରଗଡ ଯାଇ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି।
ଏହାସହ ବିବାହ ଓ ଅନ୍ତିମ ସଂସ୍କାର ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଏଣିକି ବିବାହ ଉତ୍ସବ ପାଇଁ ୫୦ ଓ ଅନ୍ତିମ ସଂସ୍କାର ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯିବ। କରୋନା ସଂଖ୍ୟା ବଢୁଥିବାରୁ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bus_1626255471.jpg)