Fire Photograph: (OTV)
ପାଉଁଶ ହୋଇଗଲା ଜୀବନର ସବୁ ପରିଶ୍ରମ । ନିଆଁରେ ଜଳିଗଲା କାହିଁ କେତେ ବର୍ଷର ସ୍ବପ୍ନ । ଏ ହେଉଛି ଭୁବନେଶ୍ବର ଲିଙ୍ଗିପୁର ସୁପର୍ ମାର୍ଟରେ ନିଆଁରେ ସର୍ବସ୍ବାନ୍ତ ହୋଇଯାଇଥିବା ସୁବାସ ଜଗତିଙ୍କ କଥା । ଦିନେ ଏକ ନମ୍ବର ମାର୍କେଟରେ ରାସ୍ତାକଡ଼ରୁ ବ୍ୟବସାୟ ଆରମ୍ଭ କରିଥିଲେ ସୁବାସ। ଫୁଟପାଥରେ ବସି ବଡ଼ ବ୍ୟବସାୟୀ ହେବାର ସ୍ବପ୍ନ ଦେଖିଥିଲେ ।
ପରିଶ୍ରମ ବଳରେ ସ୍ବପ୍ନକୁ ସାକାର ବି କରିଥିଲେ । କୋଟି କୋଟି ଟଙ୍କା ନିବେଶ କରି ଛିଡ଼ା କରିଥିଲେ ସ୍ବପ୍ନର ସୁପର ମାର୍ଟ । ହେଲେ ନିମିଷକରେ ସବୁକିଛି ଧୂଳିସାତ ହୋଇଗଲା । ଆଖି ଆଗରେ ସବୁ ଜଳିଗଲା । କୋଟି କୋଟି ଟଙ୍କାର ସମ୍ପତ୍ତି ପାଉଁଶ ପାଲଟିଗଲା । ୧୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଛି ସତ, ସୁବାଜ ଜଗତିଙ୍କ ଜୀବନ ପୁଣି ଫେରିଯାଇଛି ସେଇ ରାସ୍ତା କଡ଼କୁ ।
ସଂଘର୍ଷ କରି ଛିଡ଼ା କରିଥିଲେ ସ୍ବପ୍ନର ସୁପର୍ ମାର୍ଟ
ପାଉଁଶ ହୋଇଗଲା ସୁବାସଙ୍କ ଜୀବନର ସବୁ ପରିଶ୍ରମ
ନିଆଁରେ ଜଳିଗଲା କାହିଁ କେତେ ବର୍ଷର ସ୍ବପ୍ନ
ଲିଙ୍ଗିପୁର ସୁପର୍ ମାର୍ଟ ନିଆଁରେ ସର୍ବସ୍ବାନ୍ତ ହୋଇଗଲେ ସୁବାସ
ହେଲେ ନିମିଷକରେ ସବୁକିଛି ଧୂଳିସାତ ହୋଇଗଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/fire-2026-02-25-21-33-01.jpg)