KISS-NEW-ALLEGATION Photograph: (OTV)
କିଏ ନ୍ୟାୟ ଦେବ, ଏହି ନିରୀହ ମା’କୁ ? ୧୦ ମାସର ଗର୍ଭଯନ୍ତ୍ରଣା ସହି ଜନ୍ମଦେବା ପରେ ଯାହାକୁ ନେଇ ସ୍ବପ୍ନ ଦେଖୁଥିଲା ମା’ଟିଏ, ତା’ଆଖିର ଲୁହକୁ ପୋଛିବ କିଏ ? ଛାତିକୁ ପଥର କରି ୮ ବର୍ଷ ବୟସରେ ପାଠ ପଢାଇବାକୁ ‘କିସ’ରେ ଛାଡ଼ିଥିବା ପିଲାକୁ ଆଣିଦେଇପାରିବେ କି ଏହି ଦୁଃଖିନୀର କୋଳକୁ ? ଯଦି ନା ତେବେ ଏହି ମା’କୁ କିଏ ଦେବେ ନ୍ୟାୟ ?
ୟେ ବି ସେହି କେନ୍ଦୁଝର ଜିଲ୍ଲାର କାହାଣୀ। ୨୦୨୫, ଅଗଷ୍ଟ ୨୦। ବାପା, ମା’ଙ୍କ ଅଭିଯୋଗ, କୌଣସି କାରଣକୁ କେନ୍ଦ୍ର କରି କିଛି ଛାତ୍ର ମାଡ଼ ମାରିଥିଲେ ଷଷ୍ଠ ଶ୍ରେଣୀର ଛାତ୍ରକୁ। ଘରର ଲାଇଟ୍ ବନ୍ଦ କରି କମ୍ବଳ ଘୋଡ଼ାଇ ନିସ୍ତୁକ ମାଡ଼ ମାରିବା ସହ ହାତ ଭାଙ୍ଗିଦେଇଥିଲେ। ମେଡ଼ିକାଲରେ ଭଙ୍ଗା ହାତକୁ ପ୍ଲାଷ୍ଟର କରି ‘କିସ୍’ କର୍ତ୍ତୃପକ୍ଷ ପକାଇ ରଖିଲେ ସିନା ପରିବାରକୁ ଖବର ଦେଲେନି। ୩ ଦିନ ପରେ ପିଲାଟିର ଦୟନୀୟ ସ୍ଥିତିକୁ ଦେଖି କିସରୁ କେହି ଜଣେ ଭିଡ଼ିଓ କଲ୍ କରି ଜଣାଇବାରୁ ବାପା, ମା’ ଆସି ପହଞ୍ଚିଥିଲେ। ତାଙ୍କୁ କୁହାଯାଇଥିଲା ଖଟରୁ ପଡ଼ି ଏଭଳି ଅବସ୍ଥା ହୋଇଛି। ଶେଷରେ ଆହତ ପୁଅକୁ ଧରି କେନ୍ଦୁଝର ଫେରିବା ସହ ପଦ୍ମପୁର ମେଡ଼ିକାଲରେ ଭର୍ତ୍ତି କରିଥିଲେ ବି ସେଠାରେ ଚାଲି ଯାଇଥିଲା ଜୀବନ।...
ତେବେ ହାତ ଭାଙ୍ଗିଗଲା ବୋଲି କ’ଣ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କ ଜୀବନ ଚାଲିଯିବ ? ଏଭଳି ପ୍ରଶ୍ନ ଉଠାଇ ପରିବାର ଲୋକେ ଅଗଷ୍ଟ ୨୫ରେ ଲିଖିତ ଅଭିଯୋଗ ପରେ କେନ୍ଦୁଝର ସଦର ଥାନା ପୋଲିସ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଥିଲେ।ବ୍ୟବଛେଦ ରିପୋର୍ଟ ଆସିବା ପରେ ପୁଅକୁ ହତ୍ୟା ଅଭିଯୋଗ ଆଣି ସଦର ଥାନାରେ ନ୍ୟାୟ ଭିକ୍ଷା କରିଛନ୍ତି ବାପା, ମା’।
ଏଠି ବି ଲୁହ ଝରୁଛି, ପ୍ରାଣ କାନ୍ଦୁଛି। ୧୪ ମାସ ବିତି ଯାଇଥିଲେ ବି କାହିଁକି ତାଙ୍କ ପୁଅର ମୃତ୍ୟୁ ହେଲା, ‘କିସ୍’ କର୍ତ୍ତୃପକ୍ଷ ମୁହଁ ଖୋଲୁନଥିବା ଅଭିଯୋଗ ଆଣିଛନ୍ତି ଗଜପତି ଜିଲ୍ଲାର ଅଭିଭାବକ।ମାଟ୍ରିକ ପରେ ପ୍ଲସଟୁରେ ପଢୁଥିଲା ତାଙ୍କ ପୁଅ। କିନ୍ତୁ ୨୦୨୪ ସେପ୍ଟେମ୍ବର ୧୧ରେ ପରିବାର ଲୋକଙ୍କୁ ରାତିରେ ଫୋନ କରି କହିଲେ, ପୁଅର ହୋସ୍ ନାହିଁ, ICUରେ ରଖାଯାଇଛି, ଶୀଘ୍ର ଆସ। ପରିବାର ଲୋକେ ସକାଳେ ମେଡ଼ିକାଲରେ ପହଞ୍ଚିଲାବେଳକୁ ପୁଅର ମୃତ୍ୟୁ ହୋଇସାରିଥିଲା।...
୧୪ ମାସ ତଳେ ମୃତ ଛାତ୍ରଙ୍କ ବାପା, ଗଜପତି
ନିରୀହ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ କଳଙ୍କର ନିଆଁକୁ ଅଣ୍ଟିରେ ପୂରାଇ ବୁଲୁଥିବା ‘କିସ୍’ କର୍ତ୍ତୃପକ୍ଷଙ୍କୁ ଅନ୍ତର୍ଜାତୀୟ ସ୍ତରରେ ବି ବହୁବାର ନିନ୍ଦିତ ହେବାକୁ ପଡ଼ିଛି। ୨୦୨୩ରେ ୧୯ତମ ‘ୱାଲର୍ଡ ଆନ୍ଥ୍ରୋପୋଲୋଜି କଂଗ୍ରେସ’ରୁ ବାସନ୍ଦ ଏବଂ ‘ସର୍ଭାଇଭାଲ ଇଣ୍ଟରନ୍ୟାସନାଲ’ ଦ୍ୱାରା ‘ଫ୍ୟାକ୍ଟ୍ରି ସ୍କୁଲ’ର ଟ୍ୟାଗ୍ ଲାଗିଛି ‘କିସ୍’ ବିରୋଧରେ। ଏପରିକି ‘କିସ’ରେ ଆଦିବାସୀ ସଂସ୍କୃତିର ଗଣହତ୍ୟା ଚାଲିଥିବା ଅଭିଯୋଗ ବି ଆଣିଥିଲେ ବିଶ୍ବସ୍ତରୀୟ ସଂଗଠନ ଗୁଡ଼ିକ। ଶିକ୍ଷା ଓ ସମାଜସେବାର ଭଦ୍ର ମୁଖା ପିନ୍ଧି କର୍ପୋରେଟ ସଂସ୍ଥାଗୁଡ଼ିକର ଆର୍ଥିକ ପ୍ରୋତ୍ସାହନରେ ଚାଲିଥିବା ଏହି ବ୍ୟାବସାୟିକ ସାମ୍ରାଜ୍ୟର ଭିତ୍ତିଭୂମି ଓ ଇକୋ ସିଷ୍ଟମକୁ ନେଇ NHRC ଏବଂ CWC ମଧ୍ୟ ଉଦବେଗ ପ୍ରକାଶ କରି ଆସୁଛନ୍ତି। ଅଥଚ ସରକାର ଏହାକୁ ଗୁରୁତ୍ୱର ସହ ବିଚାର କରିବା ତ ଦୂରର କଥା, ଅଚ୍ୟୁତଙ୍କୁ ବରଂ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ଉଠୁଛି।...
ସେ କିଟ୍ ହେଉ କି କିସ୍। ସେ ଛାତ୍ର ଆତ୍ମହତ୍ୟା ହେଉ କି ହତ୍ୟା। ନାନା ଅଭିଯୋଗ ଆଧାରରେ ଓଡ଼ିଶାର ଦାୟିତ୍ବସମ୍ପନ୍ନ ଗଣମାଧ୍ୟମ ଭାବେ ଖବର ପ୍ରସାରଣ କରିଆସୁଛି ଓଟିଭି। ଫଳରେ ସରକାର ତତ୍ପର ହେବା ସହ ଅନେକ ତଥ୍ୟ ସାମ୍ନାକୁ ଆସିପାରୁଛି। ହେଲେ କିସ୍ ଛାତ୍ର ହତ୍ୟା ମାମଲା ପରଠୁ ‘କିସ୍’ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରୁନି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/20/kiss-new-allegation-2025-12-20-20-38-46.jpg)