Advertisment

Humane Sagar’s Manager Under Scanner: ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁରେ ଗଦା ଗଦା ଅଭିଯୋଗ ଥାଇ ବି ମୂଲ୍ୟହୀନ!

ହ୍ୟୁମାନଙ୍କ ମ୍ୟାନେଜରଙ୍କୁ ଗ୍ରାସିଛି ଶନିଦଶା। ଥାନାରେ ଦାୟର ହେଉଛି ଗଦା ଗଦା FIR। ହ୍ୟୁମାନଙ୍କ ମାଆଙ୍କୁ ଗାଳି ପଡ଼ିଯିବ କି ଭାରି ?

Humane-Sagar-Death-Case

Humane-Sagar-Death-Case Photograph: (OTV)

Advertisment

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ବିତିଗଲାଣି ୧୨ ଦିନ। ହେଲେ ଏବେବି ନାଁ ଥମୁଛି ବିବାଦ ନାଁ ମୃତ୍ୟୁ ରହସ୍ୟରୁ ହଟୁଛି ପରଦା। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜର ଦିନେଶ ବେହେରା ଓରଫ ପପୁଙ୍କୁ ଦାୟୀ କରାଯାଉଛି। ଏପରିକି ହ୍ୟୁମାନଙ୍କ ମାଆଙ୍କୁ କରିଥିବା ଅଶ୍ଳୀଳ ବ୍ୟବହାର ପାଇଁ ଆହୁରି ବିବାଦୀୟ ହୋଇପଡ଼ିଛନ୍ତି ଦିନେଶ।

Advertisment

ତାଙ୍କ ବିରୁଦ୍ଧରେ ପୁଣି ଏକ ଏତଲା କଟକ ମହିଳା ଥାନାରେ ଦାଖଲ କରାଯାଇଛି। ଷ୍ଟେଟ ହ୍ୟୁମାନ ରାଇଟସ କାଉନସିଲ ନାମକ ଏକ ସଂଗଠନ ପକ୍ଷରୁ FIR ଦିଆଯିବା ସହ ଦିନେଶଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରଯାଇଛି।

ହ୍ୟୁମାନଙ୍କ ମୃତଦେହକକୁ ଘରକୁ ନେଉଥିବା ସମୟରରେ ତାଙ୍କ ମାଆ ଶେଫାଳୀଙ୍କୁ ଗାଳିଗୁଲଜ କରିଥିଲେ ଦିନେଶ। ଯାହାକୁ ଏହି ସଂଗଠନ ଦ୍ୱାରା କଡ଼ା ନିନ୍ଦା କରାଯାଇଛି। ଏଭଳି ଅସଭ୍ୟ ଭାଷା ପ୍ରୟୋଗ କରି ସେ କେବଳ ଶେଫାଳୀଙ୍କୁ ନୁହଁ ବରଂ ସବୁ ମହିଳାଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

Advertisment

ହ୍ୟୁମାନଙ୍କ ମୃତ୍ୟୁ ପରେ ତାଙ୍କ ୨ ମ୍ୟାନେଜର ପ୍ରଶାନ୍ତ ଓ ଦିନେଶଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ହ୍ୟୁମାନଙ୍କ ମାଆ। ଦେହ ଖରାପ ସତ୍ବେ ହ୍ୟୁମାନଙ୍କୁ ଷ୍ଟେଜ ଶୋ ପାଇଁ ବାଧ୍ୟ କରାଯାଉଥିଲା। ଡାକ୍ତର ନ ଦେଖାଇ ପଇସା ଲୋଭରେ ତାଙ୍କୁ ବ୍ୟବହାର କରାଯାଉଥିବା କଥା କହିଥିଲେ। ଯାହାକୁ ନେଇ ବିବାଦର ଆରମ୍ଭ ହୋଇଥିଲା। 

ଆଉ ରାଜ୍ୟର ବିଭିନ୍ନ ଥାନାରେ ମ୍ୟାନେଜରଙ୍କ ବିରୁଦ୍ଧରେ ରୁଜ୍ଜୁ ହୋଇଥିଲା ମାମଲା। ତେବେ ଆଇନଜୀବୀଙ୍କ ମତରେ ଏପରି ମାଳ ମାଳ ମାମଲାର କିଛି ମୂଲ୍ୟ ନାହିଁ। ଯେପର୍ଯ୍ୟନ୍ତ ହ୍ୟୁମାନଙ୍କ ପରିବାର ପକ୍ଷରୁ କୌଣସି FIR ରୁଜୁ ହୋଇନାହିଁ ଏସବୁ ମାମଲା ମୂଲ୍ୟହୀନ।

Advertisment

ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ତାଙ୍କ ମ୍ୟାନେଜରଙ୍କ ଭୂମିକା ଏବେ ସନ୍ଦେହ ଘେରରେ। ଗଦା ଗଦା ଅଭିଯୋଗ ପରେ ମଧ୍ୟ ଏନେଇ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Humane Sagar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ