Advertisment

20 Years of Struggle Nears an End: ୨୦ ବର୍ଷର ସଂଘର୍ଷରୁ ମିଳିଯିବ ମୁକ୍ତି, ସରକାର ବଦଳାଇବେ ଭାଗ୍ୟ

ବଦଳିଲା ସରକାର, ଏବେ ବଦଳିଯିବ ଭାଗ୍ୟ। ୨୦ ବର୍ଷର ସଂଘର୍ଷରୁ ମିଳିଯିବ ମୁକ୍ତି। ସରିବାକୁ ଯାଉଛି ଗ୍ରାମବାସୀଙ୍କ ଦୁଃଖ କଷ୍ଟ । କାରଣ ଏବେ ପୋଲ ପାଇଁ ଆସିଛି ଅନୁମତି ଓ ଅନୁଦାନ ।

Koraput

Koraput Photograph: (OTV)

Advertisment

ବଦଳିଲା ସରକାର ଏବେ ବଦଳିଯିବ ଭାଗ୍ୟ। ୨୦ ବର୍ଷର ସଂଘର୍ଷରୁ ମିଳିଯିବ ମୁକ୍ତି। କୋରାପୁଟ ସେମିଳିଗୁଡ଼ା ବ୍ଲକ ଚାରାଙ୍ଗୁଳ ପଞ୍ଚାୟତ ଲେଞ୍ଜିଗୁଡ଼ା ଘାଟରୁ ସୁନାବେଡା ଜଡ଼ାଗୁଡା ଘାଟର କଥା ହିଁ କହୁଛୁ । ଦିନେ ଏ କୂଳରୁ ସେ କୂଳକୁ ଯିବା ପାଇଁ ନେଉଥିଲେ ଦେଶୀ ଡ଼ଙ୍ଗାର ସାହାରା।

Advertisment

ସ୍କୁଲ ଛାତ୍ରଛାତ୍ରୀ ଯିବା ଆସିବା କରୁଥିଲେ ଅକାତ କାତ ପାଣିରେ। ପ୍ରତିଦିନ ଶତାଧିକ ଲୋକେ କରୁଥିଲେ ବିପଦପୂର୍ଣ୍ଣ ଜଳଯାତ୍ରା। ସେଥିପାଇଁ ଦୀର୍ଘ ୨୦ ବର୍ଷ ହେଲା ଏହା ଉପରେ ଏକ ପୋଲ ପାଇଁ ଦାବି କରିଆସୁଥିଲେ ଅଞ୍ଚଳବାସୀ। ଏନେଇ ତତ୍କାଳୀନ ରାଜ୍ୟ ସରକାର,ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନକୁ ଜଣାଇ ଜଣାଇ ଥକି ଯାଇଥିଲେ। ହେଲେ କିଛି ସୁଫଳ ମିଳୁନଥିଲା। ହେଲେ ଏବେ ସରକାର ବଦଳିଲା ଆଉ ଶେଷ ହେବାକୁ ଯାଉଛି ଗ୍ରାମବାସୀଙ୍କ ସଂଘର୍ଷ। କାରଣ ଏବେ ପୋଲ ପାଇଁ ଆସିଛି ଅନୁମତି ଓ ଅନୁଦାନ ।  

ଏହି ଘାଟ ଓ କୋଲାଵ ଜଳଭଣ୍ଡାରରେ ଲହଡି ଭାଙ୍ଗୁଛି ପାଣି। ବିପଦପୂର୍ଣ୍ଣ ସ୍ଥାନ ଦେଇ ପ୍ରତିଦିନ ଯିବାଆସିବା କରନ୍ତି ଗ୍ରାମବାସୀ। ମାତ୍ର ୫୦୦ ମିଟର ବ୍ରିଜଟିଏ ନଥିବାରୁ ଲୋକଙ୍କୁ ଯିବାକୁ ପଡୁଛି ପ୍ରାୟ ୩୦ କିଲୋମିଟର। ତେଣୁ ପୋଲ ତିଆରି ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ଯୋଗୁଁ ବହୁ ଉପକୃତ ହୋଇପାରିବେ ଅଞ୍ଚଳବାସୀ। ଏନେଇ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ଅନ୍ୟାନ୍ୟ ଅଧିକାରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି।

Advertisment

କେରାଣ୍ଡି ନଦୀ ଉପରେ ଜଡ଼ାଗୁଡା ଘାଟଠାରୁ ଲେଞ୍ଜିଗୁଡା ଘାଟ ପର୍ଯ୍ୟନ୍ତ ନିର୍ମାଣ ହେବ ସେତୁ। ଏଥିପାଇଁ ପାଖପାଖି ୩୪ କୋଟି ଟଙ୍କାର ଅନୁଦାନ ଆସିଛି। ଟେଣ୍ଡର ପ୍ରକ୍ରିୟା ପରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଉ ଲେଞ୍ଜିଗୁଡାବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଏହି ସେତୁ ନିର୍ମାଣ ହେଲେ ସେମିଳିଗୁଡ଼ା, କୋରାପୁଟ ଏବଂ ଦଶମନ୍ତପୁର ବ୍ଲକର ବହୁତ ଲୋକ ତଥା ଚାରାଙ୍ଗୁଳ ପଞ୍ଚାୟତର ଆଖପାଖ ଅଞ୍ଚଳର ବହୁ ଗାଁ ଲୋକ ଉପକୃତ ହୋଇପାରିବେ ।

Koraput Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ