୪ଟି ସହରକୁ ନେଇ କରାଯିବ ‘କମନ ଇକୋନୋମିକ୍ ଜୋନ୍’ Photograph: (OTV)
ରାଜ୍ୟର ୪ ସହର ହେବ ‘କମନ ଇକୋନୋମିକ୍ ଜୋନ୍ ’। ୨୦୨୭ ସୁଦ୍ଧା ପୁରୀ, ପାରାଦୀପ, ଭୁବନେଶ୍ୱର, କଟକ ହେବ ‘କମନ ଇକୋନୋମିକ୍ ଜୋନ୍ ’। ଏହିଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରିତିଶତ ଆସିବ। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ପାରାଦୀପର ଶିଳ୍ପ ଓ ବେଳାଭୂମି, ପୁରୀର ଆଧ୍ୟାତ୍ମିକତା ବେଳାଭୂମି ଓ ପର୍ଯ୍ୟଟନ ଶିଳ୍ପ, ଭୁବନେଶ୍ୱରର ଶିକ୍ଷାନୁଷ୍ଠାନ, କଟକର ପାରମ୍ପରିକ ହସ୍ତଶିଳ୍ପ ଇତ୍ୟାଦିକୁ ନେଇ କମନ୍ ଇକୋନୋମିକ ଜୋନ୍ କରାଯାଉଛି।
ଶୁକ୍ରବାର ପାରାଦୀପ ଗସ୍ତ ସମୟରେ ପାରାଦୀପ ସି ବିଚ୍ କୁ Blue Flag ବିଚ୍ ମାନ୍ୟତା ନେଇ ସମୀକ୍ଷା କରିଛନ୍ତି ଅନୁ ଗର୍ଗ। ସେ କହିଛନ୍ତି ପାରାଦୀପର ୭ କିଲୋମିଟର ବେଳାଭୂମି ବିକଶିତ କରାଯିବ। ସେଥିମଧ୍ୟରୁ କିଛି ଅଂଶ ବ୍ଲୁ ଫ୍ଲାଗର ଅନ୍ତର୍ଭୁକ୍ତ ହେବ। ଆସନ୍ତା ସେପ୍ଟେମ୍ବର ଭିତରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।
- ୪ ସହର ହେବ ‘କମନ ଇକୋନୋମିକ୍ ଜୋନ୍ ’
- ପୁରୀ, ପାରାଦୀପ, ଭୁବନେଶ୍ୱର, କଟକ ହେବ ‘କମନ ଇକୋନୋମିକ୍ ଜୋନ୍ ’
- ୨୦୨୭ ସୁଦ୍ଧା ୪ଟି ସହରକୁ ନେଇ କରାଯିବ ‘କମନ ଇକୋନୋମିକ୍ ଜୋନ୍ ’
- ଏନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ
- ‘ଏହିଠାରୁ ହିଁ ରାଜ୍ୟ ଅର୍ଥନୀତିର ୩୩ ପ୍ରିତିଶତ ଆସିବ’
- ପାରାଦୀପ ସି ବିଚ୍ କୁ ‘ବ୍ଲୁ ଫ୍ଲାଗ୍ ବିଚ୍ ’ ମାନ୍ୟତା
- ‘ବ୍ଲୁ ଫ୍ଲାଗ୍ ବିଚ୍ ’ ମାନ୍ୟତା ନେଇ CS ଅନୁ ଗର୍ଗଙ୍କ ସମୀକ୍ଷା
- ‘ସେପ୍ଟେମ୍ବର ଭିତରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/odisha-economic-zone-2026-02-13-17-04-16.jpg)