vimsar 2
ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିମ୍ସାର ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନ ପୂଜାହାରୀଙ୍କ ବିରୋଧରେ ଅାସିଥିବା ଅଭିଯୋଗର ତଦନ୍ତ ଅାରମ୍ଭ ହୋଇଛି। ତଦନ୍ତ ପାଇଁ ବୁର୍ଲା ମେଡିକାଲରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ୪ ଜଣିଅା ଟିମ୍। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ତଦନ୍ତ କରି ରିପୋର୍ଟ ଦେବ।
ପୂର୍ବରୁ ତାଙ୍କ ବିରୋଧରେ ଅାସିଥିବା ସମସ୍ତ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ନିଜେ ଭିମ୍ସାର ନିର୍ଦ୍ଦେଶକ ମେଡିକାଲ ଭିତରେ ରୋଗୀଙ୍କ ମୁଣ୍ଡରୁ ଚୁଟି କଟା ଘଟଣା ହେଉ କିମ୍ବା ଡିନ୍ଙ୍କ ସହ କଥା କଟାକଟି ଭଳି ସବୁ ପ୍ରସଙ୍ଗର ତଦନ୍ତ ପାଇଁ ଜୁନିଅର ଡାକ୍ତର ସଂଘ ରାଜ୍ୟପାଳ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବି ସମ୍ବଳିତ ଦାବିପତ୍ର ଦେଇଥିଲା। ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଏବେ ବି ଜେଡିଏ ଅାନ୍ଦୋଳନ ଜାରି ରଖିଛି। ସେପଟେ ଅଶ୍ୱିନୀ ପୂଜାହାରୀଙ୍କ ସମର୍ଥନରେ ବାହାରିଛନ୍ତି ସ୍ଥାନୀୟ ଲୋକେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vimsar-2_1626417158.jpg)