Advertisment

From Storm to Struggle: ୫ ବର୍ଷ ତଳେ ମୁଣ୍ଡରୁ ଚାଳ ଛଡ଼ାଇ ନେଇଥିଲା ବାତ୍ୟା, ସରକାରୀ ବ୍ୟବସ୍ଥା ଆଖି ବୁଜିବା ପରେ ଜଙ୍ଗଲରେ କଟୁଛି ଜୀବନ

ଆଜି ଆମେ ଏମିତି ଏକ ଦୁଃଖି ମଣିଷଟିଏର କାହାଣୀ କହୁଛୁ, ଘର ସଂସାର କରିବା ପରଠୁ ଯାହାଙ୍କ କପାଳରେ ବୋଧହୁଏ, ବିଧାତା ଟାଣି ଦେଇଛନ୍ତି ଦୁର୍ଭାଗ୍ୟର ଗଭୀର ରେଖା। ଯିଏ ମଣିଷ ହୋଇ ବି ପରିଣତ ବୟସରେ ଜଙ୍ଗଲୀ ଜୀବନ ଜୀଉଁଛନ୍ତି।

Plight

Plight Photograph: (OTV)

Advertisment

 କୁହାଯାଏ, ସଂସାର ଭିତରେ ଘର କରିଥିଲେ, ପଥରେ ପଡ଼ିଲେ ସହି। ତା’ବୋଲି କ’ଣ ସାରା ଜୀବନ ସହିବାକୁ ହେବ ଦୁଃଖ ଆଉ ଯନ୍ତ୍ରଣାକୁ ? ଆଜି ଆମେ ଏମିତି ଏକ ଦୁଃଖି ମଣିଷଟିଏର କାହାଣୀ କହୁଛୁ, ଘର ସଂସାର କରିବା ପରଠୁ ଯାହାଙ୍କ କପାଳରେ ବୋଧହୁଏ, ବିଧାତା ଟାଣି ଦେଇଛନ୍ତି ଦୁର୍ଭାଗ୍ୟର ଗଭୀର ରେଖା। ଯିଏ ମଣିଷ ହୋଇ ବି ପରିଣତ ବୟସରେ ଜଙ୍ଗଲୀ ଜୀବନ ଜୀଉଁଛନ୍ତି। ମୌଳିକ ସୁବିଧା ତ ଦୂରର କଥା, ମଣିଷ ସମାଜଠୁ ବହୁ ଦୂରରେ ରହି କାଳ କାଟୁଛନ୍ତି ଆଦିମ ମାନବ ଭଳି। ମାଳ ମାଳ ସରକାରୀ ଯୋଜନା ଆଉ ବ୍ୟବସ୍ଥା ଭିତରେ ଜଣେ ଦୁଃଖୀ ମଣିଷଟିଏର ଦୁଃଖ ଆଉ ବେଦନାର କଥା।...

Advertisment

ମୁଣ୍ଡରେ ଅଲରା କେଶ...ସାରା ଶରୀର ନୁଖୁରା...ଶୀତ, କାକର, ଖରା, ବର୍ଷା ଭିତରେ ଚମ ବି ହୋଇଗଲାଣି ମସୃଣ...ଚା’ଖଣ୍ଡେ ପେଟ ଭିତରେ ଯେତେବେଳେ ଭୋକର ଭଉଁରୀ ଖେଳେ, ସେତେବେଳେ କନ୍ଦମୂଳ ପାଲଟେ ସାହାରା...ପାଖରେ ଆଉ ବା କିଏ ଅଛି ଯେ, କାହା ହାତ ଟେକାରେ ମିଳିବ ବେଲାଏ ପଖାଳ କି ମୁଠାଏ ଭାତ...ନିସଙ୍ଗତା ଭିତରେ ଜୀଇଁବାକୁ ପଡୁଛି ଏଭଳି ଜଙ୍ଗଲୀ ଜୀବନ...ପାଖରେ କୁକୁର ଛୁଆ ବି ପାଲଟିଛି ତାଙ୍କ ସହଚର...ସିଏ ବି ଦି’ମୁଠା ଦାନା ପାଇଁ ତାଙ୍କୁ ଆଶ୍ରା କରି ଜୀଉଁଛି ଏକାଠି। ଦୃଶ୍ୟ ଦେଖିଲେ ଆଖି ସାମ୍ନାରେ ଭାସି ଆସୁଛି, ବହିରେ ପଢ଼ିଥିବା ଆଦିମ ସଭ୍ୟତାର ଦୃଶ୍ୟ, ଆଦିମ ଜନଜାତିଙ୍କ କଥା।

ଜଙ୍ଗଲରେ ଜୀବନ ଜୀଉଁଛନ୍ତି ଦୁଃଖା ନାୟକ

ହେଲେ ୟେ ତ ଏବେକାର କଥା, ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ଗାଁର ଦୁଃଖା ନାୟକଙ୍କ କଥା। ସରକାରୀ ବ୍ୟବସ୍ଥା ଏମିତି ଦାଉ ସାଧିଛି ଯେ, ଆଜିକୁ ୫ ବର୍ଷ ବିତିଗଲା ଗାଁଠୁ ୨କିଲୋମିଟର ଦୂର ଜଙ୍ଗଲ ଭିତରେ କାଳ କାଟୁଛନ୍ତି ସେ। କିନ୍ତୁ ଆଶ୍ଚର୍ଯ୍ୟର କଥା ମୁହଁରେ କ୍ଷୋଭ ନାହିଁ, କେବଳ ଆଶା ଅଛି ସରକାରୀ ସହାୟତାକୁ। 

Advertisment

ଦୁଃଖା ନାୟକ। ବୟସ ହେଲାଣି ପ୍ରାୟ ୫୫। ପତ୍ନୀ ଚାଲିଗଲେଣି ଆରପାରିକି। ଗୋଟିଏ ବୋଲି ପୁଅ ଥିଲା, ସିଏ ବି ବାହା ସାହା ହୋଇ ତା’ର ସଂସାର କରୁଛି। ଏହି ଗାଁରେ ଯେଉଁ ଚାଳ ଛପର ଘର ଖଣ୍ଡେ ଥିଲା, ତାହା ମାଟିରେ ମିଶିଗଲା ତିତିଲି ବାତ୍ୟାରେ। ନା କିଛି ସରକାରୀ ସହାୟତା ମିଳିଲା ତାଙ୍କୁ, ମୁଣ୍ଡ ଗୁଞ୍ଜିବାକୁ ନା ତାଙ୍କୁ ଯୋଗାଇ ଦିଆଗଲା ଘର ଖଣ୍ଡିଏ। ଶେଷରେ ଅସହାୟ ଦୁଃଖ, ଚାଲି ଆସିଲେ ଜଙ୍ଗଲ ଭିତରକୁ। ସେଇଠି ଏଭଳି କୁଡ଼ିଆ କରି ବଳକା ଆୟୁଷକୁ ଧରି ଜୀବନ ଜୀଉଁଛନ୍ତି ଦୁଃଖା ନାୟକ।

ଅଗନା ଅଗନି ଜଙ୍ଗଲ ଭିତରେ ଅସହାୟ ଅବସ୍ଥାରେ ରହୁଥିବା ଦୁଃଖାଙ୍କ କଥା ଆମେ ଜାଣିବା ପରେ ତାଙ୍କ ପାଖକୁ ଯାଇଥିଲୁ। ତାଙ୍କ ଅବସ୍ଥା ବୁଝିଲୁ। ପଚାରିବାରୁ କହିଛନ୍ତି, କିଏ କେତେବେଳେ ଆସି କ’ଣ ଟିକିଏ ଖାଇବାକୁ ଦେଉଛନ୍ତି। ନଚେତ ସେ ଜଙ୍ଗଲରେ କନ୍ଦା ଏବଂ ଜଙ୍ଗଲି ଫଳମୂଳ ଖାଇ ବଞ୍ଚୁଛନ୍ତି।

Advertisment

ଦୁଃଖାଙ୍କ ଦୁର୍ଦ୍ଦଶା ଆଜି ଉପହାସ କରୁଛି, ଆମ ବ୍ୟବସ୍ଥାକୁ। ଆଖିକୁ ଅନାଇଲେ ମାଳ ମାଳ ସରକାରୀ ଯୋଜନା ଯେ କାହା ପାଇଁ, ନାନା ପ୍ରଶ୍ନ ଉଠୁଛି। ଦଇବ ସିନା ଦୁଃଖାଙ୍କ କପାଳରେ ଦୁର୍ଭାଗ୍ୟର ରେଖା ଟାଣିଦେଇଛନ୍ତି, ହେଲେ ତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାରୀ କଲମକୁ କ’ଣ କିଏ ବାନ୍ଧି ପକାଇଛି ? ଏ କଥା ବିଡ଼ିଓ ବାବୁଙ୍କ ନଜରକୁ ଆଣିବା ପରେ କହିଛନ୍ତି, ଏହାର ଅନୁଧ୍ୟାନ କରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ତାଙ୍କ ନାଁକୁ ସାମିଲ କରି ଘର ଯୋଗାଇ ଦିଆଯିବ। ଅପେକ୍ଷା, ତାଙ୍କ ପାଖରେ କେବେ ପହଞ୍ଚୁଛି ପ୍ରଶାସନ ଏବଂ କେବେ ସରକାରୀ ଆଶୀର୍ବାଦରୁ ଟଳୁଛି ଦୁଃଖା ନାୟକଙ୍କ ଦୁଃଖର ପାହାଡ଼। 

Old Man Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ