DEATH Photograph: (OTV)
ଗୋଟିଏ ଦିନରେ ପାଞ୍ଚ ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ସଲିଳ ସମାଧି। କେଉଁଠି ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ତ ଆଉ କେଉଁଠି ଜଳଭଣ୍ଡାରରେ ବୁଡ଼ି ହରାଇଲେ ଜୀବନ। କୋରାପୁଟରେ କୋଲାବ ଜଳଭଣ୍ଡାରରେ ବୁଡ଼ି ପ୍ରାଣ ହରାଇଲେ ୩ ଜଣ ଦଶମ ଶ୍ରେଣୀର ଛାତ୍ର।
କାହିଁକି ଜଳଭଣ୍ଡାରକୁ ଯାଇଥିଲେ ?
ମୃତ ଛାତ୍ରମାନେ ହେଲେ ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର। ସମସ୍ତେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଦେଇସାରିଥିଲେ। ତେବେ ସଂପୃକ୍ତ ଛାତ୍ରମାନେ କାହିଁକି ଜଳଭଣ୍ଡାରକୁ ଯାଇଥିଲେ, କେଉଁ ପରିସ୍ଥିତିରେ ପାଣିରେ ବୁଡ଼ି ପ୍ରାଣ ହରାଇଲେ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ୩ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇ କୋରାପୁଟ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ରଖାଯାଇଛି।.....
ସେପଟେ କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ ୨ ନାବାଳିକା ଛାତ୍ରୀ ପ୍ରାଣ ହରାଇଛନ୍ତି। ଉଭୟ ହେଉଛନ୍ତି ଦାଣ୍ଡଘାଟ ଦେହୁରୀସାହି ସ୍କୁଲର ଛାତ୍ରୀ ଶୁଭସନ୍ଧ୍ୟା ନାୟକ ଏବଂ ରାଜଲକ୍ଷ୍ମୀ ଶଙ୍ଖୁଆଳ। ସ୍କୁଲରୁ ଫେରି ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। କିନ୍ତୁ ସେଠାରେ ପାଣିରେ ବୁଡ଼ି ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ତୁରନ୍ତ କପ୍ତିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଥବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/07/death-2026-03-07-20-42-05.jpg)